1. କୃଷି ଖବର

ମହିଳା କିସାନ ସଶକ୍ତିକରଣ ଯୋଜନା

ଭାରତର ଏକ ପଛୁଆ ଏବଂ ଗରିବ ଅଞ୍ଚଳ ଅଟେ । କୃଷି କ୍ଷେତ୍ରରେ ଶତକଡ଼ା ୫୦ ଭାଗରୁ ଅଧିକ କାର୍ଯ୍ୟ କରିଥାନ୍ତି ।

KJ Staff
KJ Staff

ଭାରତର ଏକ ପଛୁଆ ଏବଂ ଗରିବ ଅଞ୍ଚଳ ଅଟେ । କୃଷି କ୍ଷେତ୍ରରେ ଶତକଡ଼ା ୫୦ ଭାଗରୁ ଅଧିକ କାର୍ଯ୍ୟ କରିଥାନ୍ତି । ଚାରା ଲଗାଇବା ଠାରୁ ଆରମ୍ଭ କରି ବିହନ ସଂରକ୍ଷଣ ପର୍ଯ୍ୟନ୍ତ ସେମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି; କିନ୍ତୁ ଜମି ଉପରେ ମାଲିକାନାସ୍ୱତ୍ତ୍ୱ ନଥିବା କାରଣରୁ ସରକାରୀ ଯୋଜନାରେ ପ୍ରଦାନ କରାଯାଉଥିବା ତାଲିମ୍, ସହାୟତା ତଥା କୃଷି ଋଣରୁ ସେମାନେ ବଞ୍ଚିତ ହୋଇଥାନ୍ତି । ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କରିବା ଓ ରୋଜଗାର ଉପରେ ସେମାନଙ୍କର ନିୟନ୍ତ୍ରଣ ନଥାଏ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ‘ଜାତୀୟ ଗ୍ରାମୀଣ ଜୀବିକା ମିଶନ’ଙ୍କର ‘ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା ମହିଳା କିଷାନଙ୍କ ସ୍ଥିତି ତଥା ଜୀବନ ଜୀବିକାର ମାନଦଣ୍ଡରେ ଉନ୍ନତି ଆଣିବା ଦିଗରେ ଏକ ସୁଯୋଗ ସୃଷ୍ଟି କରିଛି । ଏହି ପ୍ରକଳ୍ପ ଜିଲ୍ଲାର ଗୁଣୁପୁର ଓ ମୁନିଗୁଡ଼ା ବ୍ଲକରେ କାର୍ଯ୍ୟକାରୀ କରାଯିବ ।

ଏହାଦ୍ୱାରା ପ୍ରକଳ୍ପ ଅଞ୍ଚଳରେ ୨୨୦୦ ମହିଳା କିସାନ୍ ସିଧାସଳଖ ଭାବେ ଉପକୃତ ହେବା ସହିତ ଅଞ୍ଚଳର ଅନ୍ୟାନ୍ୟ ମହିଳା କିସାନ୍ ପରୋକ୍ଷ ଭାବେ ସଚେତନ ଓ ପ୍ରଭାବିତ ହେବେ । କାର୍ଯ୍ୟକ୍ରମର ପରିଚାଳନା ଓ ସଫଳ ରୂପାୟନ ପାଇଁ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ । ଏହି କାର୍ଯ୍ୟକ୍ରମରେ ‘ମାଧ୍ୟମ ଫାଉଣ୍ଡେସନ୍’ ଅନୁଷ୍ଠାନ ଜରିଆରେ ଛଅ ଗୋଟି ସହଯୋଗୀ ସଂସ୍ଥା ପ୍ରକଳ୍ପର କାର୍ଯ୍ୟକରିବା ଲାଗି ଆର୍ଥିକ ଅନୁଦାନ ପାଇବେ । ମାଧ୍ୟମ ଫାଉଣ୍ଡେସନ୍ ଆଇନତଃ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ବ୍ୟତୀତ ହର୍ଷ ଟ୍ରଷ୍ଟ୍, ଆର୍ସିଡିସି, ଓପିଡିଏସ୍ସି, ପ୍ରଗତି ଓ ଚେତନା ଅର୍ଗାନିକ୍ ଅନୁଷ୍ଠାନ l ଏହି ପ୍ରକଳ୍ପକୁ ଦକ୍ଷିଣ ରେ ମୋଟ ୪ଗୋଟି ଜିଲ୍ଲାରେ ନିଜର ସ୍ୱଳ୍ପ ଜମି ସମ୍ବଳ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନ ଜୀବିକାରେ ଉନ୍ନତି ଲାଗି କାର୍ଯ୍ୟକାରୀ କରାଯିବ । ମୁଖ୍ୟତଃ ଏହିମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ହୋଇଥିବେ । ପ୍ରକଳ୍ପର ବିବରଣୀ-ଦକ୍ଷିଣ କାର୍ଯ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସେଠାକାର ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିବର୍ଗଙ୍କ ଜୀବନଧାରଣର ଗୁଣବତ୍ତା ବୃଦ୍ଧି ତଥା ସେମାନଙ୍କର ସାମୁହିକ ଦକ୍ଷତା ବୃଦ୍ଧି ଦିଗରେ ମୁଖ୍ୟତଃ କାର୍ଯ୍ୟ କରିବ । ତେବେ ଏହା ସହିତ ନିମ୍ନଲିଖିତ କାର୍ଯ୍ୟ କୌଶଳଗୁଡ଼ିକୁ ମଧ୍ୟ କାର୍ଯ୍ୟକାରୀ କରିବ । ପ୍ରକଳ୍ପ ଦ୍ୱାରା ନିର୍ଦ୍ଧାରିତ ଗରିବ ଲୋକମାନଙ୍କର ଜୀବନ ଧାରଣ ଗୁଣବତ୍ତାରେ ଉଲ୍ଲେଖନୀୟ ବୃଦ୍ଧି କରାଇବା । ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଖରେ ସ୍ୱତନ୍ତ୍ର ଗୁଣ ଥାଏ ।ଏହି ପ୍ରକଳ୍ପ ଆଦିବାସୀ ତଥା ଅନୁସୂଚିତ ଜନଜାତିଙ୍କର ଜୀବନ ଜୀବିକାର ଉନ୍ନତିରେ ଏହି ସ୍ୱତନ୍ତ୍ର ଗୁଣ ବା ଅଭିଜ୍ଞତାଗୁଡ଼ିକୁ ବ୍ୟବହାର କରିବ । ଏହାଦ୍ୱାରା ଗୋଟିଏ ଗୋଷ୍ଠୀ ଓ ଅନ୍ୟଗୋଷ୍ଠୀ ଭିତରେ ପାରସ୍ପରିକ ଜ୍ଞାନକୌଶଳର ବିନିମୟ ହୋଇପାରିବ । ସମ୍ବଳର ଆବଣ୍ଟନ କରାଯିବା ଏହି ପ୍ରକଳ୍ପର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ ଅଟେ । ଅନେକ ଅଞ୍ଚଳର କେତେକ ବ୍ୟକ୍ତି ବିଶେଷ ବା ଗୋଷ୍ଠୀ ଅଛନ୍ତି, ଯାହାଙ୍କର ସଫଳ କାର୍ଯ୍ୟଶୈଳୀ ନିକଟସ୍ଥ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ଧରଣର ଅଟେ । ଏହି ପ୍ରକଳ୍ପ ସହାୟତାରେ ସଫଳ କାର୍ଯ୍ୟଶୈଳୀଗୁଡ଼ିକୁ ବିସ୍ତାର କରାଯିବା, ଏହାର ଗୁଣବତ୍ତା ବୃଦ୍ଧି କରାଯିବା ଏବଂ ଏଥିରୁ ଶିଖି ଅନ୍ୟକୁ ଶିଖାଇବା ଭଳି କାର୍ଯ୍ୟ କରାଯିବ । ପ୍ରକଳ୍ପର କାର୍ଯ୍ୟଶୈଳୀରେ ସାଧୁତା, ସ୍ୱଚ୍ଛତା ତଥା ଉତ୍ତରଦାୟିତ୍ୱତା ପ୍ରତି ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments