News

କୃଷି କ୍ଷେତ୍ରରେ ମହିଳାଙ୍କ କମାଲ

ସବୁ କ୍ଷେତ୍ରରେ ଏବେ ଦେଶର ମହିଳାମାନେ ଆଗରେ ରହିଛନ୍ତି । ଚାଷ କଠିନ ପରିଶ୍ରମର କାମ ହୋଇଥିବାବେଳେ ଏଥିରେ ମଧ୍ୟ ମହିଳାମାନେ ଆଗକୁ ଆସି ନିଜର କ୍ଷମତା ସାବ୍ୟସ୍ତ କରିପାରିଛନ୍ତି । ନିଷ୍ଠା ଓ ପରିଶ୍ରମ ବଳରେ ମହିଳାମାନେ ସଫଳତାପୂର୍ବକ ଚାଷ କାର୍ଯ୍ୟ କରୁଥିବା ନଜର ଆସୁଛନ୍ତି ।

11 May, 2022 3:24 PM IST By: Sudesna Nayak

ସବୁ କ୍ଷେତ୍ରରେ ଏବେ ଦେଶର ମହିଳାମାନେ ଆଗରେ ରହିଛନ୍ତି । ଚାଷ କଠିନ ପରିଶ୍ରମର କାମ ହୋଇଥିବାବେଳେ ଏଥିରେ ମଧ୍ୟ ମହିଳାମାନେ ଆଗକୁ ଆସି ନିଜର କ୍ଷମତା ସାବ୍ୟସ୍ତ କରିପାରିଛନ୍ତି । ନିଷ୍ଠା ଓ ପରିଶ୍ରମ ବଳରେ ମହିଳାମାନେ ସଫଳତାପୂର୍ବକ ଚାଷ କାର୍ଯ୍ୟ କରୁଥିବା ନଜର ଆସୁଛନ୍ତି ।

ଓଡିଶାର ପଡୋଶୀ ରାଜ୍ୟ ଝାଡଖଣ୍ଡରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା କାମ କରୁଛନ୍ତି । ରାଜ୍ୟର ମହିଳାମାନେ ଏବେ ମହିଳା ଚାଷୀ ହୋଲି କୃଷି କ୍ଷେତ୍ରରେ ସକ୍ରିୟ ଭୂମିକା ଅର୍ଜନ କରୁଛନ୍ତି । ଚାଷ ଜମିରେ ଉତ୍ପାଦନରୁ ନେଇ ଏହାକୁ ବଜାରରେ ବିକ୍ରି ଯାଏଁ ସମସ୍ତ କାମ ମହିଳାମାନେ ହିଁ କରୁଛନ୍ତି । ଗତ କିଛି ବର୍ଷରୁ ଝାଡଖଣ୍ଡରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି ।

କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଝାଡଖଣ୍ଡ ପାଇଁ କୌଣସି ନୂଆ କଥା ନୁହେଁ । ଅନେକ ଦଶକରୁ ମହିଳାମାନେ କୃଷି କାର୍ଯ୍ୟ କରିଆସୁଛନ୍ତି । ତେବେ ସମୟର ପରିବର୍ତ୍ତନ ସହିତ ମହିଳାମାନେ ସ୍ବଇଚ୍ଛାରେ ଚାଷ କାମ ପାଇଁ ଆଗେଇ ଆସୁଥିବା ସବୁଠୁ ବଡ କଥା କୁହାଯାଇପାରେ ।

ମହିଳାମାନେ କୃଷିରେ ସକ୍ରିୟ ହେଉଥିବାବେଳେ ଏବେ ଏମାନଙ୍କ ସଂଖ୍ୟା ବଢୁଛି । ମଞ୍ଜି ବୁଣିବାରୁ ନେଇ ଅମଳ ଯାଏଁ ସମସ୍ତ କାର୍ଯ୍ୟ ଏବେ ମହିଳାମାନେ ହିଁ କରୁଛନ୍ତି । ଧାନ ଚାଷ ଋତୁରେ ମହିଳାମାନେ ଅଧିକାଂଶ ସମୟ ଚାଷ ଜମିରେ ବିତାଉଛନ୍ତି । ଏହିଭଳି ମହିଳାମାନଙ୍କର ବଢୁଥିବା ଯୋଗଦାନ ଯୋଗୁଁ କୃଷି କ୍ଷେତ୍ରରେ ମଧ୍ୟ ବିକାଶ ପରିଲକ୍ଷିତ ହେଉଛି । ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ଉନ୍ନତ କୃଷିର ପ୍ରଶିକ୍ଷଣ ଦିଆଯାଉଛି ।

ମଞ୍ଜି ବୁଣିବା, ଅମଳ କରିବା ଓ ଫସଲ ସଂରକ୍ଷଣ ସମସ୍ତ କାର୍ଯ୍ୟ ମହିଳାମାନେ ସମ୍ଭାଳୁଛନ୍ତି । କେବଳ ସେତିକି ନୁହେଁ, ଏହା ବ୍ୟତିତ ପନୀପରିବା ତଥା ଫସଲକୁ ବଜାରକୁ ନେଇ ଖୋଦ ମହିଳାମାନେ ଏହାକୁ ବିକ୍ରି କରୁଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଏଥିରୁ ମହିଳାମାନେ ଭଲ ରୋଜଗାର ମଧ୍ୟ କରୁଛନ୍ତି ।

ରମ୍ଭା କିସାନ: ଓଡ଼ିଶାର ସଫଳ ମହିଳା ଚାଷୀ

ନାରୀ ର କୃଷି ରେ ଭୂମିକା !...ଡଃ ସବିତା ମିଶ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)