1. କୃଷି ଖବର

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ !

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ !

KJ Staff
KJ Staff

ନାରୀ ,ମା ହୋଇ ସୃଷ୍ଟି କରେ ତ ପୁଣି କେବେ ଦୁର୍ଗା ହୋଇ ବିନାଶ ମଧ୍ୟ କରେ |ସେଇ ନାରୀ ର ସମସ୍ତ ରୂପ ର କଳ୍ପନା ,ତାର କର୍ତ୍ତବ୍ୟ ଓ ତ୍ୟାଗ ତଥା ସ୍ନେହ କୁ ବ୍ୟାଖ୍ୟା କରି ତାକୁ ସମ୍ମାନ ଦେବାକୁ ପାଳିତ ହୁଏ ଆଜିର ଦିନ |ଏହି ଦିନ ରେ ରସିଆ ଜର୍ମାନୀ ପରି ଦେଶ ର ମହିଳା ମାନେ ପ୍ରଥମ ଥର ନିଜ ଅଧିକାର ଏବଂ ସ୍ୱାଧୀନତା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ |ସେହି ସଂଗ୍ରାମ କୁ ସମ୍ମାନ ଦେଇ ଆଜିର ଦିବସ !

ତେବେ ଆଜି ଓଡିଶା ସାରା ମଧ୍ୟ ନାରୀ କୁ ପ୍ରେରଣା ଦେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି |
ଭୁବନେଶ୍ୱର ସ୍ତିତ ଚନ୍ଦକା ପଞ୍ଚାୟତ ର ମହିମାନଗର ଠାରେ  ମଧ୍ୟ ମହିଳା ଦିବସ ଉପଲକ୍ଷେ ଏସ.ଓ.ଏସ ଚିଲଡ୍ରେନ୍ସ ଭିଲେଜ ଦ୍ୱାରା ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ |କାର୍ଯ୍ୟକ୍ରମ ର ଉଦ୍ଘାଟନ କୃଷି ଜାଗରଣ ଓଡିଶା ର ସମ୍ପାଦକ ପ୍ରଦୀପ୍ତ ଦତ୍ତ ଏବଂ ଶ୍ରୀମତୀ ରାଜଲଷ୍ମୀ ପଣ୍ଡା କରିଥିଲା ବେଳେ ଅତିଥି ମାନଙ୍କ ପରିଚୟ ଦେଇଥିଲେ ବରିଷ୍ଠ କର୍ମଚାରୀ ,ଶ୍ରୀଯୁକ୍ତ ପୀତବାସ ନନ୍ଦ|
ପରେ  ଶ୍ରୀଯୁକ୍ତ ଅଜୟ କୁମାର ଦାଶ,ଅନୁଷ୍ଠାନ ର ସଫଳତା ଏବଂ ଲକ୍ଷ ଉପରେ ଆଲୋକ ପକାଇଥିଲେ|

ପରେ କୃଷି ଜାଗରଣ ଓଡ଼ିଆ ର ସମ୍ପାଦକ ,ଶ୍ରୀଯୁକ୍ତ ପ୍ରଦୀପ୍ତ ଦତ୍ତ ନିଜର ଭାଷଣ ଜରିଆରେ ମହିଳା ମାନଙ୍କ ତ୍ୟାଗ ,ସ୍ନେହ ଏବଂ ଦେଶ ଓ ଜାତି ର ଉନ୍ନତି ରେ ତାଙ୍କର ଭୂମିକା କୁ ବର୍ଣନା କରିଥିଲେ |ଏହା ପରେ ନାରୀ ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ରେ ତାଙ୍କର ଭୂମିକା ପରିଦର୍ଶନ ଉପରେ କହିଥିଲେ ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା |


ଏହି ପରି ନାରୀ ନିର୍ଧାରିତ କେତେକ ଗଳ୍ପ ଏବଂ ଭାଷଣ ଓ ଅଭିଜ୍ଞତା ଆଲୋଚନା ପରେ କାର୍ଯ୍ୟକ୍ରମ ଶେଷରେ ରେ ବେଷ୍ଟ ଏଫ.ଏସ.ପି କେୟାରଗିଭର ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments