1. କୃଷି ଖବର

ଆଜି ବିଶ୍ୱ ଏଡସ ଦିବସ

ଆଜି ବିଶ୍ୱ ଏଡସ ଦିବସ । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଛି । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । ଏହି ଦୂରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ।

Sudesna Nayak
Sudesna Nayak
WORLD AIDS DAY 2021

WORLD AIDS DAY 2021

ଆଜି ବିଶ୍ୱ ଏଡସ ଦିବସ । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଛି । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । ଏହି ଦୂରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ । କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଏହାର ଭୟବହତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ପାଳନ କରାଯାଉଛି ‘ବିଶ୍ୱ ଏଡସ ଦିବସ’ ।

ପ୍ରତିବର୍ଷ ହଜାର ହଜାର ଲୋକ ଏଚଆଇଭି ସଂକ୍ରମିତ ହେଉଛନ୍ତି । ଏଡ୍‌ସ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ବିଜ୍ଞାପନ, ହୋର୍ଡି˚,ଗଣମାଧ୍ୟମ ଜରିଆରେ କରାଯାଉଛି ସଚେତନ । ଗାଁଠୁ ନେଇ ସହରକୁ ଏଡସ ମୁକ୍ତ କରିବା ଓ ଏକ ସୁସ୍ଥ ସମାଜ ଗଢିବାକୁ ସମସ୍ତେ ଯତ୍ନବାନ ହେବା ଦରକାର । ଯଦି ଏହି ରୋଗ ପ୍ରତି ସଚେତନ ହେବା ତେବେ ଏହାକୁ ହରାଇପାରିବା ଏଥିରେ ସନ୍ଦେହ ନାହିଁ । କେବଳ ଡିସେମ୍ବର ୧ କାହିଁକି ପ୍ରତି ଦିନ ଏଡସ ବିରୋଧରେ ସଚେତନତା ଦରକାର । ଆଉ ଏହି ସଂଗ୍ରାମ ପାଇଁ ଲୋଡା କେବଳ ସହଯୋଗ ଆଉ ପ୍ରୋତ୍ସାହନ ।

ଏଡ଼ସ ହେଉଛି ଗୋଟିଏ ରୋଗ । ଏଡ଼ସର ପୁରା ନାମ Acquired Immune Deficiency Syndrome । ଏହାର ଅର୍ଥ ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି ଅଭାବଜନିତ ବିବିଧ ଲକ୍ଷଣ । ୧୯୮୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶରେ ପ୍ରଥମେ ଏଡ଼ସ ରୋଗ ଦେଖାଦେଇଥିଲା । ୧୯୮୬ ମସିହାରେ ଭାରତରେ ଓ ୧୯୯୨ ମସିହାରେ ଆମ ଓଡିଶାରେ ଏଡ଼ସ ରୋଗୀର ଚିହ୍ନଟ ହୋଇଥିଲା । ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଥାଏ । ରୋଗ ସହ ଲଢିବା ପାଇଁ ଶରୀରର ରୋଗ ପ୍ରତିରୋଧ ଶକ୍ତି ହାସ୍ର ପାଏ । ଚଳିତ ବର୍ଷ ବିଶ୍ବ ଏଡସ ଦିବସର ବିଷୟ ବସ୍ତୁ ରହିଛି ଅସମାନତା ସମାପ୍ତ (End inequalities) କର । ଏଡସ ସମାପ୍ତ କର (End AIDS) ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ