1. କୃଷି ଖବର

World Cotton Day: କପା ଚାହିଦାକୁ ବିଶ୍ୱ ଦରବାରରେ ପରିଚିତ କରାଇବ

ଆଜି ହେଉଛି ବିଶ୍ୱ କପା ଦିବସ l ପ୍ରତିବର୍ଷ ୭ ଅକ୍ଟୋବରକୁ ପାଳନ ହୋଇଥାଏ ଏହି ଦିବସ l ବିଶ୍ୱ କପାସ ଦିବସ ବା ୱାର୍ଲଡ କଟନ ଦିବସ ଭବେ ଏହାକୁ ପାଳନ କରାଯାଇଥାଏ l ଏହା ପ୍ରଥମେ ୨୦୧୯ ମସିହାରେ ସଂଯୁକ୍ତ ରାଷ୍ଟ୍ରୀୟ, ବିଶ୍ୱ ଖାଦ୍ୟ ସଂଗଠନ, ଅନ୍ତଃରାଷ୍ଟ୍ରୀୟ କପାସ ସଲାହାକାର ସମିତି ଦ୍ୱାରା ଆୟୋଜିତ ହୋଇଥିବାର ସୂଚନା ମିଳେ ।

Tanushree Mahapatra
Tanushree Mahapatra
World Cotton Day , image source - pexels.com

World Cotton Day , image source - pexels.com

ଆଜି ହେଉଛି ବିଶ୍ୱ କପା ଦିବସ l ପ୍ରତିବର୍ଷ ୭ ଅକ୍ଟୋବରକୁ ପାଳନ ହୋଇଥାଏ ଏହି ଦିବସ l ବିଶ୍ୱ କପାସ ଦିବସ ବା ୱାର୍ଲଡ କଟନ ଦିବସ ଭବେ ଏହାକୁ ପାଳନ କରାଯାଇଥାଏ l ଏହା ପ୍ରଥମେ ୨୦୧୯ ମସିହାରେ ସଂଯୁକ୍ତ ରାଷ୍ଟ୍ରୀୟ, ବିଶ୍ୱ ଖାଦ୍ୟ ସଂଗଠନ, ଅନ୍ତଃରାଷ୍ଟ୍ରୀୟ କପାସ ସଲାହାକାର ସମିତି ଦ୍ୱାରା ଆୟୋଜିତ ହୋଇଥିବାର ସୂଚନା ମିଳେ । ଯାହା ପରଠାରୁ ପ୍ରତିବର୍ଷ ୭ ଅକ୍ଟୋବରରେ ଏହା ପାଳନ କରାଯାଇ ଆସୁଅଛି । 

ଅନେକ ବର୍ଷରୁ  କଟନ କପଡାଠୁ ଆରମ୍ଭ କରି କପାସରେ ତିଆରି ହେଉଥିବା ଅନେକ କାମରେ ଏହାକୁ ବ୍ୟବହାର କରାଯାଉଛି । କପାସ ବା ତୂଳାର ପ୍ରଡକ୍ସନ କେବଳ ଯେ ଭାରତରେ କରାଯାଉଛି ତାହା ନୁହେଁ ବରଂ ଏହାର ପୂରା ବିଶ୍ୱରେ ଖ୍ୟାତି ଦେଖିବାକୁ ମିଳୁଛି । ଆଉ କାରଣ ଯୋଗୁଁ କପାସ ବା ତୂଳାର ଉତ୍ପାଦନ ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ଦେଉଛି । 

ଭାରତ ହେଉଛି ଦୁନିଆର ସବୁଠାରୁ ଅଧିକ କପା ଉତ୍ପାଦନ କରୁଥିବା ଦେଶ l ଏଠାରେ ପ୍ରତିବର୍ଷ ପାଖାପାଖି ମୋଟ ୬୨ ଲକ୍ଷ ଚନ୍ ତୂଳା ଉତ୍ପାଦନ ହୋଇଥାଏ ସରକାରୀ ଆକଳନ ଅନୁଯାୟୀ । ପ୍ରାୟତଃ ୩୮ ପ୍ରତିଶତ ତୂଳା ବା କପାସ ଉତ୍ପାଦନ ଭାରତରେ ହୋଇଥାଏ । ଭାରତ ପ୍ରତିବର୍ଷ ୬,୧୮୮,୦୦୦ ଟନ୍ ତୁଳା ଉତ୍ପାଦନ କରିବା କ୍ଷେତ୍ରରେ ଆଜି ବିଶ୍ୱରେ ପ୍ରଥମ ସ୍ଥାନରେ ବିବେଚିତ । ସେହିପରି ତୂଳାର ଏକ ଟନ ବର୍ଷରେ ପ୍ରାୟତଃ ୫ ଜଣ ଲୋକଙ୍କୁ ରୋଜଗାର ଯୋଗାଇଥାଏ । କପା ବା ତୂଳ ଏମିତି ଏକ ଚାଷ ଯାହାର ଉତ୍ପାଦନ କ୍ଷେତ୍ରରେ ଜଳର ଆବଶ୍ୟକତା ଖୁବ କମ ।  ଶୁଖିଲା ଜମିରେ ମଧ୍ୟ ଏହି ଚାଷ କରାଯାଇପାରିବ  l ତୂଳା ବା କପା ଚାଷ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ ।  

ପୂରା ବିଶ୍ୱରେ ତୂଳା ଉତ୍ପାଦନ କରାଯାଇଥାଏ । କାରଣ ତୂଳା ଫାଇବର କପଡାରେ ଅଧିକରୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଏହାଛଡା ଆପଣମାନେ ଜାଣିଛନ୍ତି କି ? ତୂଳା ଖାଦ୍ୟ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଏ । ଏହି କାରଣରୁ ୨୦୧୯ ରେ ନାଚୁରାଲ ଫାଇବର କପାସ ଉତ୍ପାଦନ, ବ୍ୟାପାର ଓ ଲାଭକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ବୃଦ୍ଧି କରିବାକୁ ୭ ଅକ୍ଟୋବର କୁ ବିଶ୍ୱ ୱାର୍ଲଡ କଟନ ଡେ ଭାବେ ପାଳନ କରିବା ପାଇଁ ଘୋଷଣା କରାଗଲା । ୱାର୍ଲଡ କଟନ ଡେ ବା ବିଶ୍ୱ କପା ଦିବସ ପୂରା ବିଶ୍ୱରେ ପ୍ରତିବର୍ଷ ୭ ଅକ୍ଟୋବରରେ ହିଁ ପାଳନ କରାଯାଏ । 

ବିଶ୍ୱ କପାସ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଅନେକ ସମାରୋହ ଆୟୋଜନ କରାଯାଇଥାଏ । ଯାହାର ଉଦ୍ଦେଶ୍ୟ ହେଇଛି କପାସରେ ତିଆରି ପ୍ରତିଟି ଛୋଟ ରୁ ବଡ଼ ସାମଗ୍ରୀର ଗତିବିଧି ଓ ଚାହିଦାକୁ ବିଶ୍ୱ ଦରବାରରେ ପରିଚିତ କରାଇବା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments