1. କୃଷି ଖବର

ମିଶନ୍ ଲାଇଫ୍‌ ର ଉତ୍ସାହ ସହିତ ବିଶ୍ୱ ପରିବେଶ ଦିବସ

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ମିଶନ ଲାଇଫ୍‌ ଉପରେ ଗୁରୁତ୍ବ ପ୍ରଦାନ କରି 5 ଜୁନ୍ 2023 ରେ ବିଶ୍ୱ ପରିବେଶ ଦିବସ ଆୟୋଜନ କରିଛନ୍ତି ।

Tanushree Mahapatra
Tanushree Mahapatra
World Environment Day 2023 celebrated, image source - twitter

World Environment Day 2023 celebrated, image source - twitter

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ମିଶନ ଲାଇଫ୍‌ ଉପରେ ଗୁରୁତ୍ବ ପ୍ରଦାନ କରି 5 ଜୁନ୍ 2023 ରେ ବିଶ୍ୱ ପରିବେଶ ଦିବସ ଆୟୋଜନ କରିଛନ୍ତି ।ଲାଇଫ୍‌ର ଧାରଣା, ଅର୍ଥାତ୍ ପରିବେଶ ପାଇଁ ଜୀବନଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସିଓପି26 ରେ ଗ୍ଲାସଗୋ ରେ ଅନୁଷ୍ଠିତ ବିଶ୍ୱ ନେତୃବୃନ୍ଦ ସମ୍ମିଳନୀରେ ପ୍ରବର୍ତ୍ତାଇଥିଲେ, ଯେତେବେଳେ ସେ ପରିବେଶ ଅନୁକୂଳ ଜୀବନଶୈଳୀ ଏବଂ ଅଭ୍ୟାସ ଗ୍ରହଣ କରିବା ପାଇଁ ଏକ ବିଶ୍ୱସ୍ତରୀୟ ଉଦ୍ୟମକୁ ପୁନଃଜାଗ୍ରତ କରିବାକୁ ଆହ୍ବାନ ଦେଇଥିଲେ।

ମିଶନ୍ ଲାଇଫ୍‌ ର ଏକ ଅଂଶ ଭାବରେ, 7 ଟି ଥିମ୍ ମଧ୍ୟରେ 75 ଟି ବ୍ୟକ୍ତିଗତ ଲାଇଫ୍‌ କାର୍ଯ୍ୟର ଏକ ବିସ୍ତୃତ ଏବଂ ସଂପୂର୍ଣ୍ଣ ତାଲିକା ଚିହ୍ନଟ କରାଯାଇଛି - ଜଳ ସଞ୍ଚୟ, ଶକ୍ତି ସଞ୍ଚୟ,ବର୍ଜ୍ୟବସ୍ତୁ ହ୍ରାସ, ଇ-ଆବର୍ଜନା ହ୍ରାସ, ଏକକ ବ୍ୟବହାର ପ୍ଲାଷ୍ଟିକ୍ ହ୍ରାସ, ନିରନ୍ତର ଖାଦ୍ୟ ପ୍ରଣାଳୀ ଗ୍ରହଣ କରିବା ସହିତ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଆବଶ୍ୟକ। ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ହେଉଛି “ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ”, ଏକ ବିଷୟ ଯାହା ମିଶନ୍ ଲାଇଫ ର 7 ଟି ଥିମ୍ ମଧ୍ୟରୁ ଗୋଟିଏ ସହିତ ଜଡ଼ିତ : “ଏକକ ବ୍ୟବହାର ପ୍ଲାଷ୍ଟିକକୁ ନା କହିବା” ଏବଂ ଏହା ମଧ୍ୟ ଅନେକ ଲାଇଫ ର କାର୍ଯ୍ୟାନ୍ୱୟନ ସହିତ ଜଡିତ କାର୍ଯ୍ୟ ମଧ୍ୟରେ ଅନ୍ତୁର୍ଭକ୍ତ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତର ଦୃଷ୍ଟିକୋଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷାକୁ ମୁକାବିଲା କରିବା ପାଇଁ ଭାରତ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି ଏବଂ ଗତ 9 ବର୍ଷ ମଧ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍,ପ୍ରାକୃତିକ ଚାଷ ଉଦ୍ୟମ ଭଳି ବିଭିନ୍ନ ପଦକ୍ଷେପ ସବୁଜ କାର୍ଯ୍ୟ ଉପରେ ଧ୍ୟାନ ପ୍ରଦାନ କରି ସ୍ୱଚ୍ଛ ଶକ୍ତି ପ୍ରଚଳନ କରାଯାଇଛି। ବିଶ୍ୱ ମହାମାରୀ ମଧ୍ୟରେ ମଧ୍ୟ ଭାରତ ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ସନ୍ତୁଳନତା ବଜାୟ ରଖିବାରେ ଅଗ୍ରଗତି ଜାରି ରଖିଛି। ବିଶ୍ୱ ପରିବେଶ ଦିବସ ଅବସରରେ ସେ ଅମୃତ ଧରୋହର ଏବଂ ମ୍ୟାନଗ୍ରୁଭ୍ ଇନିସିଏଟିଭ୍ ଫର ଶୋରଲାଇନ୍ ହାବିଟାଟ୍ସ ଆଣ୍ଡ ଟାଞ୍ଜିବଲ୍ ଇନକମସ୍ (ମିଷ୍ଟି) ପଦକ୍ଷେପ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି। 

ଅମୃତ ଧରୋହର ଏବଂ ମିଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଆର୍ଦ୍ରଭୂମି ତଥା ହେନ୍ତାଳ ବନର ପୁନରୁଦ୍ଧାରରେ ‘ଜନ ଭାଗିଦାରୀ’ ସହିତ ଭାରତର ସଫଳତା ବିଷୟରେ କହିଥିଲେ,ଯାହା ଇକୋଟ୍ୟୁରିଜିମର କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ସବୁଜ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିବ। ଆନ୍ତର୍ଜାତୀୟ ସମ୍ପ୍ରଦାୟ ପୂର୍ବରୁ ଭାରତ କିପରି ଜଳବାୟୁ ନ୍ୟାୟ ପ୍ରସଙ୍ଗକୁ ସଫଳତାର ସହ ଉଠାଇଛି ସେ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାର ମାଧ୍ୟମ ଭାବରେ ପ୍ରଧାନମନ୍ତ୍ରୀ ଲାଇଫର ପ୍ରାସଙ୍ଗିକତା ଏବଂ ବିଶ୍ୱ ସ୍ତରରେ ଏହାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଲାଇଫ୍‌ ଏକ ଗ୍ଲୋବାଲ୍ ଜନ ଆନ୍ଦୋଳନରେ ପରିଣତ ହେଉଛି। ମିଶନ ଲାଇଫ୍‌ ଉପରେ ଜନସମାଗମ ଅଭିଯାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଏକ ମାସରୁ କମ୍ ସମୟ ମଧ୍ୟରେ ଲାଇଫ୍‌ ଉପରେ ଜନସମାବେଶ ଅଭିଯାନରେ 2 କୋଟିରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ଅବସରରେ ମନ୍ତ୍ରଣାଳୟର ଦୁଇଟି ନୂତନ ପଦକ୍ଷେପ ସହିତ ଅମ୍ରିତ ଧରୋହର ଏବଂ ମିଷ୍ଟି ସମ୍ବନ୍ଧୀୟ ଭିଡିଓ ମଧ୍ୟ ଶୁଭାରମ୍ଭ କରାଯାଇଥିଲ।ସ୍ବାଧୀନତାର 75ତମ ବର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ, 75 ଆର୍ଦ୍ରଭୂମିକୁ ରାମସର ସାଇଟ ଭାବରେ ନାମିତ କରାଯାଇଛି ଅର୍ଥାତ ଆନ୍ତର୍ଜାତୀୟ ଗୁରୁତ୍ବ ଥିବା ୱେଟଲ୍ୟାଣ୍ଡ ଯାହାକି 2014 ରେ ମାତ୍ର 26 ଥିଲା। ବର୍ତ୍ତମାନ ଏହାକୁ ଏସିଆର ଦ୍ୱିତୀୟ ବୃହତ୍ତମ ନେଟୱାର୍କରେ ପରିଣତ କରିଛି। ରାମସର ସାଇଟଗୁଡିକର ସଂରକ୍ଷଣର ଗୁରୁତ୍ୱକୁ ସ୍ୱୀକାର କରି ଭାରତ ସରକାର ରାମସର ସାଇଟର ଅନନ୍ୟ ସଂରକ୍ଷଣ ମୂଲ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷର ବଜେଟ୍ ଘୋଷଣାର ଏକ ଅଂଶ ଭାବରେ ‘ଅମୃତ ଧରୋହର’ ପଦକ୍ଷେପ ଘୋଷଣା କରିଛନ୍ତି। ଆର୍ଦ୍ରଭୂମି ଇକୋସିଷ୍ଟମ ସଂରକ୍ଷଣରେ ସ୍ଥାନୀୟ ସମ୍ପ୍ରଦାୟର ଗୁରୁତ୍ୱକୁ ଉପଲବ୍ଧି କରି ଆଜି “ଅମୃତ ଧରୋହର” ର କାର୍ଯ୍ୟକାରିତା ରଣନୀତି ଆରମ୍ଭ କରାଯାଇଛି, ଯାହାକି ସମ୍ପ୍ରଦାୟର ଅଂଶଗ୍ରହଣ ମାଧ୍ୟମରେ ସଂରକ୍ଷଣ ବିଷୟ ଏବଂ ସଂରକ୍ଷଣ ମାଧ୍ୟମରେ ସମୃଦ୍ଧତା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନ୍ୟ ଏକ ଉଦାହରଣ।

ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗଙ୍କ ଦ୍ୱାରା ଗ୍ଲୋବାଲ୍ କଲ୍ ଫର୍ ଆଇଡିଆ ଏବଂ ପେପରର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। 5 ଜୁନ୍ 2022 ରେ, ପ୍ରଧାନମନ୍ତ୍ରୀ ମିଶନ୍ ଲାଇଫ୍‌ ଏବଂ ଲାଇଫ୍‌ ଗ୍ଲୋବାଲ୍ କଲ୍ ଫର ଆଇଡିଆ ଏବଂ ପେପର ଆଦିକୁ ଉପସ୍ଥାପିତ କରାଯାଇଥିଲା, ବ୍ୟକ୍ତିବିଶେଷ, ବିଶ୍ୱବିଦ୍ୟାଳୟ, ଥିଙ୍କ ଟ୍ୟାଙ୍କ, ଅଣ-ଲାଭ ଏବଂ ଅନ୍ୟମାନଙ୍କୁ ଆଚରଣ-ପରିବର୍ତ୍ତନ ବିଷୟ ଦାଖଲ କରିବାକୁ ଆମନ୍ତ୍ରଣ କରିଥିଲେ। ଦି ଗ୍ଲୋବାଲ୍ କଲ୍ ଫର ଆଇଡିଆ ଓ ପେପରକୁ ଦୁଇଟି ପର୍ଯ୍ୟାୟରେ ଦାଖଲ କରାଯାଇଥିଲା ଏକ 7 ସଦସ୍ୟ ମୂଲ୍ୟାଙ୍କନ କମିଟି ଶ୍ରେଷ୍ଠ 5 ବିଜେତା ଚିନ୍ତାଧାରାକୁ ସର୍ଟଲିଷ୍ଟ କରିବାକୁ ଦୁଇ ରାଉଣ୍ଡ ମୂଲ୍ୟାଙ୍କନ କରିଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ନୀତି ଆୟୋଗର ଗ୍ଲୋବାଲ କଲ୍ ଫର ଆଇଡିଆ ଓ ପେପରର 5 ଜଣ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments