1. କୃଷି ଖବର

ଆଜି ବିଶ୍ବ ପରିବେଶ ଦିବସ

ଆଜି ହେଉଛି ବିଶ୍ବ ପରିବେଶ ଦିବସ । ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ବିଶ୍ବ ପରିବେଶ ଦିବସ ପାଳନ ହୁଏ । ଏହି ଦିବସର ମୁଖ୍ୟ କାରଣ, ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ।

Tanushree Mahapatra
Tanushree Mahapatra
world environment day today

world environment day today

ଆଜି ହେଉଛି ବିଶ୍ବ ପରିବେଶ ଦିବସ । ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ବିଶ୍ବ ପରିବେଶ ଦିବସ ପାଳନ ହୁଏ । ଏହି ଦିବସର ମୁଖ୍ୟ କାରଣ, ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା । ବିଶ୍ବର ପ୍ରାୟତଃ ୧୪୩ଟି ରାଷ୍ଟ୍ରରେ ପରିବେଶ ଦିବସ ପାଳନ କରାଯାଏ ।

ମଣିଷ ନିଜର ଜାଣତରେ ହେଉ ବା ଅଜାଣତରେ ହେଉ ପରିବେଶ ପ୍ରତି ଅନେକ ଅନ୍ୟାୟ କରୁଛି ଯାହାଦ୍ୱାରା ଭବିଷ୍ୟତରେ ଅନେକ ସମସ୍ୟାର ସମାଧାନ କରିବାକୁ ପଡିବ । ମଣିଷ ନିଜର ଉନ୍ନତି ଓ ଜୀବିକା ନିର୍ବାହ କରିବା ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା ସହିତ ଯାନବାହନ ତିଆରି ଆଦି ଅନେକ ଜିନିଷ କରୁଛି । ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ । ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ନିଜ ପରିବେଶକୁ ପ୍ରଥମେ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ । ଯାହାପାଇଁ ମନୁଷ୍ୟ ଏକ ସୁସ୍ଥସ ପରିବେଶରେ ବସବାସ କରିପାରିବ l

କାରଣ ମଣିଷ ଏବଂ ପରିବେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ସେହିପରି ପରସ୍ପର ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ପରିବେଶ ଧୀରେ ଧୀରେ କ୍ରମାଗତ ଭାବରେ ଦୂଷିତ ହେବାକୁ ଲାଗିଛି, ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି ଏବଂ ଭବିଷ୍ୟତରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିବ । ତେବେ ପରିବେଶର ଉଚିତ ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ପ୍ରଦାନ କରିଥାଏ । ସେହିପରି ୧୯୭୨ରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି । ଅନ୍ୟପଟେ ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେ ଏହି ବିଶ୍ବ ପରିବେଶ ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଯାହା ସେବେଠାରୁ ପାଳନ ହୋଇ ଆସୁଛି l

ତେବେ ଗଛ କାଟିବା, କଳକାରଖାନାରୁ ନିର୍ଗତ ଧୂଆଁ , ଯାନବାହନର ପ୍ରବଳ ବ୍ୟବହାର ଯୋଗୁଁ ଆଜି ପରିବେଶ ପ୍ରଦୂଷଣର ମାତ୍ରା ବଢିଯାଇଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟ ଏକ ବଡ କାରଣ ହୋଇ ଛିଡ଼ାହୋଇଛି । ମୁଖ୍ୟତଃ ଜୀବନ ବଞ୍ଚିବାକୁ ହେଲେ ନିର୍ମଳ ବାୟୁ ସହିତ ସ୍ବଚ୍ଛ ଜଳ ଏବଂ ବୃକ୍ଷର ଆବଶ୍ୟକତା ନିହାତି ଆବଶ୍ୟକ । ମଣିଷ ଯଦି ନିଜ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ଚେଷ୍ଟା କରେ ତେବେ ପରିବେଶର ପ୍ରଦୂଷଣ ମାତ୍ରା କମିଯିବ ଯାହା ସମସ୍ତଙ୍କ ପାଇଁ ଠିକ ସାବ୍ୟସ୍ତ ହେବ । ଅନ୍ୟଥା ଏହା ମଣିଷର ପ୍ରତିଟି ପରିବେଶ ପ୍ରତିକୂଳ ପଦକ୍ଷେପର ସମସ୍ୟା ସୃଷ୍ଟି କରିବ l ଏ ପ୍ରତିକ୍ରିୟା ଭବିଷ୍ୟତରେ ଅତ୍ୟନ୍ତ ଭୟଙ୍କର ହେବ l ପରିଶେଷରେ ଏହା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ଘଟଣାକୁ ବହୁଗୁଣିତ କରିଦେଇଛି । ବିଶ୍ୱ ପରିବେଶ ଦିବସରେ ଆମେ ଏ ଦିଗଗୁଡ଼ିକୁ ପ୍ରତି ବିଚାର କରି ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବଦ୍ଧପରିକର ହେବା ଆବଶ୍ୟକ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments