1. କୃଷି ଖବର

ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ :

KJ Staff
KJ Staff

ଜୁନ ୫ ତାରିଖ କୁ ବିଶ୍ଵସ୍ଥରୀୟ ପରିବେଶ ଦିବସ ଭାବେ ପାଳନ କରାଯାଏ |ପ୍ରକୃତି ଓ ପରିବେଶ କୁ ସମ୍ମାନ ଦେଇ ,ତାକୁ ଉନ୍ମୁକ୍ତ ଓ ଶଷ୍ୟ ଶ୍ୟାମଳ ତଥା ସୁରକ୍ଷିତ ରଖିବାର ସଂକଳ୍ପ କୁ ନେଇ ପାଳିତ ହୋଇଥାଏ ଆଜିର ଦିବସ |ବିଭିନ୍ନ ଜାଗା ଓ ବିଶିଷ୍ଟ କାର୍ଯ୍ୟାଳୟ ମାନଙ୍କର ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ରଦୂଷଣ ହ୍ରାସ ପରି ଅନେକ ଗୁରୁତ୍ୱପୂର୍ଣ ବିଷୟ ଉପରେ ସଚେତନତା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜିତ ହୋଇଥାଏ |

କେତେକ ଇଉରୋପୀୟ ରାଷ୍ଟ୍ର କୁ ବାଦ ଦେଲେ ଅନ୍ୟ ରାଷ୍ଟ୍ର ମାନେ ଏବେ ମଧ୍ୟ ପରିବେଶ ଓ ପ୍ରଦୂଷଣ କୁ ନେଇ ସଚେତନ ହୋଇନାହାନ୍ତି |ତନ୍ମଧ୍ୟରୁ ଭାରତ ଅନ୍ୟତମ |ଦିଲ୍ଲୀ ,ମୁମ୍ବାଇ ପରି ମେଟ୍ରୋ ମାନଙ୍କରେ ପ୍ରଦୂଷଣ ଏତେ ମାତ୍ର ରେ ବୃଦ୍ଧି ପାଇଲାଣି ଯେ ନବଜାତ ଶିଶୁ ମଧ୍ୟ ଆସ୍ମା ପରି ଭୟଙ୍କର ରୋଗ ରେ ପୀଡିତ ହେଉଛନ୍ତି |ଏହା ବ୍ୟତୀତ ଦିଲ୍ଲୀ ବିଶ୍ୱ ରେ ପ୍ରଦୂଷିତ ସହର ମାନଙ୍କ ମଧ୍ୟରେ ୪ର୍ଥ ସ୍ଥାନ ରେ ରହି ସମସ୍ୟା କୁ ଆହୁରି ଭୟଙ୍କର କରିଦେଇଛି |

 

ଜାତିସଂଘ ପ୍ରଥମ ଥର ଲାଗି ୧୯୭୨ ରେ ଏହି ଦିବସ ପାଳନ ହେବାର ଆବଶ୍ୟକତା ଘୋଷଣା କରିଥିଲା |
ଜର୍ମାନୀ ରେ ପ୍ରଦୂଷଣ ଅଧିକ ବଢ଼ିବାରୁ ସେଠିକାର ସରକାର ଦେଢ଼ ବର୍ଷ ପର୍ଯ୍ୟନ୍ତ ଗାଡି କିଣା-ବିକା ର ନିୟମ କଡାକଡି କରିଥିଲେ |ଜାପାନ ରେ ଧନୀକ ବର୍ଗ ର ଲୋକଙ୍କ ପାଖରେ ଅତି ବେଶୀ ରେ ଗୋଟିଏ ଗାଡି ରହିଥିଲାବେଳେ ଆମ ଦେଶରେ ଏହି ସଂଖ୍ୟା ୫-୬ ରହିଛି |ଏହି ପରି ଅତ୍ୟଧିକ ଗାଡି ରଖିବା କୁ ଲୋକେ "ସ୍ଟାଟସ "ର ପରିଚୟ ବୋଲି ମନେ କରନ୍ତି |

ପରିବେଶ ର ସୁରକ୍ଷା ଲାଗି ନିଅନ୍ତୁ ଏହି ସବୁ ପଦକ୍ଷେପ :
-ନିଜ ଘରେ ଅନ୍ତତଃ ,ଛାତ ଉପରେ ହେଉ ବା ବାଡ଼ି ମଧ୍ୟରେ ହେଉ ଫୁଳକୁଣ୍ଡରେ ଗଛ ଲଗାନ୍ତୁ |ଫୁଲ ଫଳ ଗଛ ରେ ପରିପୁର୍ଣ ବାତାବରଣ ମଧ୍ୟ ଆପଣଙ୍କ ବାସ ଭବନ କୁ ଲୋଲୁପ ଦୃଷ୍ଟି ରୁ ରକ୍ଷା କରିଥାଏ |
-ଅଳିଆ ଆବର୍ଜନା କୁ ଏଣେତେଣେ ନ ଫିଙ୍ଗି ଗୋଟେ ସ୍ଥାନ ରେ ପକାନ୍ତୁ |
-ପ୍ଲାଷ୍ଟିକ ର ବ୍ୟବହାର ଯଥା ସମ୍ଭବ କମ କରନ୍ତୁ |ଶପିଂ କରିବାକୁ ଯାଉଥିଲେ ନିଶ୍ଚିନ୍ତ କପଡା ବ୍ୟାଗ ର ବ୍ୟବହାର କରନ୍ତୁ |

ଆସନ୍ତୁ ଏହି ପରିବେଶ ଦିବସ ଅବସରରେ ସମସ୍ତେ ପରିବେଶ ର ସୁରକ୍ଷା ଲାଗି ସଂକଳ୍ପବଦ୍ଧ ହେବା|

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments