News

ଡରାଉଛି FAO ରିପୋର୍ଟ, ବେଲଗାମ ହେବ ଦରଦାମ !

ଖାଉଟିଙ୍କ ଉପରେ ମହଙ୍ଗା ମାଡକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ରିପୋର୍ଟ । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ(ଏଫଏଓ)ର ରିପୋର୍ଟରେ ପ୍ରକାଶ ପାଇଛି ଏଭଳି ତଥ୍ୟ । ଖାଲି ଏତିକି ନୁହେଁ, ଚଳିତ ବର୍ଷ ଖାଦ୍ୟ ଆମଦାନୀ ରେକର୍ଡ ସ୍ତରରେ ପହଁଞ୍ଚିବା ସହିତ ବଜାର ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ରିପୋର୍ଟରୁ ଜଣାପଡିଛି ।

12 June, 2022 3:10 PM IST By: Shuvanshu Kar

ବଜାରକୁ ଗୋଡ କାଢିଲେ ପକେଟ ଖାଲି । ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ 100 ଥର ଭାବୁଛନ୍ତି ଖାଉଟି । ଆଗକୁ ପରିସ୍ଥିତି ଆହୁରିଜଟିଳ ହୋଇପାରେ । ଖାଉଟିଙ୍କ ଉପରେ ମହଙ୍ଗା ମାଡକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ରିପୋର୍ଟ ।

ଖାଉଟିଙ୍କ ଉପରେ ଦରଦାମ ବୃଦ୍ଧିର ବ୍ୟାପକ ପ୍ରଭାବ ପଡୁଛି । ପନିପରିବାଠୁ ଆରମ୍ଭ କରି ଫଳ ସବୁ କିଛିର ଦର ଆକାଶ ଛୁଆଁ ରହୁଥିବାରୁ ଏହାକୁ କିଣିପାରୁନାହାଁନ୍ତି ଖାଉଟି । ସେପଟେ ଇନ୍ଧନରେ ବି ଲାଗିଛି ନିଆଁ, ଯାହା ଖାଉଟିଙ୍କ କଷ୍ଟକୁ ଆହୁରି ବଢାଉଛି । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ(FAO)ର ରିପୋର୍ଟରେ ପ୍ରକାଶ ପାଇଛି ଏଭଳି ତଥ୍ୟ । ଖାଲି ଏତିକି ନୁହେଁ, ଚଳିତ ବର୍ଷ ଖାଦ୍ୟ ଆମଦାନୀ ରେକର୍ଡ ସ୍ତରରେ ପହଁଞ୍ଚିବା ସହିତ ବଜାର ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ରିପୋର୍ଟରୁ ଜଣାପଡିଛି ।

ଏଫଏଓ ରିପୋର୍ଟ ଅନୁଯାୟୀ, ଅନେକ ଦେଶ ଅଧିକ ଟଙ୍କା ସାରୁଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ଖାଦ୍ୟ ସାମଗ୍ରୀ ପାଇ ପାରୁନାହାନ୍ତି । ଋୁଷ ୟୁକ୍ରେନ ମଧ୍ୟରେ ଯ଼ୁଦ୍ଧ ପରେ ଯୋଗାଣରେ ବାଧା ଉପୁଜିଛି । ଖାଦ୍ୟ ଶସ୍ୟ ରପ୍ତାନୀ ହୋଇପାରୁନାହିଁ । ଏହି ଋୁଷ ଓ ୟୁକ୍ରେନ ଉପରେ ନିର୍ଭରଶୀଳ ଦେଶରେ ପରିସ୍ଥିତି ସଙ୍କଟାପନ୍ନ ହେଉଛି । ସ୍ଥିତି ଆଗକୁ ଆହୁରି ଖରାପ ଆଡକୁ ଗତି କରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

ଜାତିସଂଘର ରିପୋର୍ଟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ବିଶ୍ବରେ ବଢିଲା ଗହମ ଦର! ଅନେକ ଦେଶରେ ଖାଦ୍ୟ ସଙ୍କଟର କଳା ବାଦଲ

ସେହିପରି ଚାଷ ସମ୍ବନ୍ଧୀୟ ବିଷୟରେ କୁହାଯାଇଛି ଯେ, ତୈଳ ଓ ସାର ଦର ବୃଦ୍ଧ ଯୋଗୁଁ କୃଷି ଉତ୍ପାଦ ଦର ବୃଦ୍ଧି ପାଇବ । ଋୁଷରୁ ଅଧିକ ସାର ରପ୍ତାନି ହୁଏ । ହେଲେ ଯ଼ୁଦ୍ଧ ଯୋଗୁଁ ଲାଗିଥିବା କଟକଣା କାରଣରୁ ସାର ରପ୍ତାନି ଠପ ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)