1. କୃଷି ଖବର

ଜାତିସଂଘର ରିପୋର୍ଟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ମହାମାରୀ କୋରୋନାରେ ସାରା ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଅଭିବୃଦ୍ଧି ୩.୧%କୁ ହ୍ରାସ ପାଇବାର ଆଶଙ୍କା ରହିଥିବା ବେଳେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଆକଳନ କରିଛି ଜାତିସଂଘ ।

Shuvanshu Kar
Shuvanshu Kar
India is fastest-growing major economy: UN report

India is fastest-growing major economy: UN report

ମହାମାରୀ କୋରୋନା(covid pandamic)ରେ ସାରା ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଅଭିବୃଦ୍ଧି ୩.୧%କୁ ହ୍ରାସ ପାଇବାର ଆଶଙ୍କା ରହିଥିବା ବେଳେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଆକଳନ କରିଛି ଜାତିସଂଘ ।

୬.୪% ଅଭିବୃଦ୍ଧି ସହ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବା ନେଇ ଜାତିସଂଘର ଏକ ସଂସ୍ଥା ଏହାର ରିପୋର୍ଟ(UN report)ରେ ପ୍ରକାଶ କରିଛି । ଜାତିସଂଘର ସଂସ୍ଥା ୟୁଏନ୍ ଡିପାର୍ଟମେଣ୍ଟ୍ ଅଫ୍‌ ଇକୋନମିକ୍ ଆଣ୍ଡ୍ ସୋସିଆଲ ଆଫେୟାର୍ସ ଏହାର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଅବଗତ କରିଛି ଯେ ଭାରତର ଅଭିବୃଦ୍ଧି ଗତବର୍ଷର ୮.୮%ରୁ ହ୍ରାସ ପାଇ ୬.୪% ହେବ । ତଥାପି ଏହା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ସ୍ଥାନ ବଜାୟ ରଖିବ ।

ଚଳିତ ବର୍ଷ ଭାରତ ତୁଳନାରେ ଆମେରିକା ଓ ଚୀନର ଅଭିବୃଦ୍ଧି କମ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ଆମେରିକାର ଅଭିବୃଦ୍ଧି ୨.୬% ଓ ଚୀନ୍‌ର ୪.୫% ରହିବ । ସେହିପରି ୟୁ‌ରୋପୀୟ ସଂଘର ଅଭିବୃଦ୍ଧି ୨.୭% ରହିବ ।

ଗ୍ରାମ୍ୟ ଅର୍ଥନୀତିକୁ NSC ଡିଜି କୃଷ୍ଣ ଚନ୍ଦ୍ର ସାହୁଙ୍କ ଗୁରୁତ୍ବ

କମ୍ ନିବେଶରେ ଆପଣ କରନ୍ତୁ କୃଷି ବ୍ୟବସାୟ !!

ଏପଟେ ଭାରତରେ ଦରଦାମ ଅଧିକ ରହୁଥିବାରୁ ଘରୋଇ ପୁଞ୍ଜିନିବେଶ ହ୍ରାସ ପାଇବ । ୨୦୨୩ରେ ଭାରତର ଅଭିବୃଦ୍ଧି ୬% ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବର ପ୍ରାୟ ସବୁ ପ୍ରାନ୍ତ ପ୍ରଭାବିତ ହୋଇଥିବା ବେଳେ ପୂର୍ବ ଏସିଆ ଓ ଦକ୍ଷିଣ ଏସିଆ ଉପରେ ପ୍ରଭାବ କମ ରହିଛି । ଅନ୍ୟପକ୍ଷେ ବାଲାଂଦେଶ, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ସାର ଅଭାବ ଦେଖାଦେବ ଯାହା କୃଷି କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇବ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments