1. ଅନ୍ୟାନ୍ୟ

କମ୍ ନିବେଶରେ ଆପଣ କରନ୍ତୁ କୃଷି ବ୍ୟବସାୟ !!

ଭାରତର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ହିଁ ନିର୍ଭର କରିଥାଏ l ଏହା ସହିତ କୃଷି ସହ ଜଡିତ ବିଭିନ୍ନ ବ୍ୟବସାୟ ମଧ୍ୟ ଆମେ କରିପାରିବା l

Sugyan Kumar Nayak
Sugyan Kumar Nayak

ଭାରତର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ହିଁ ନିର୍ଭର କରିଥାଏ l ଏହା ସହିତ କୃଷି ସହ ଜଡିତ ବିଭିନ୍ନ ବ୍ୟବସାୟ ମଧ୍ୟ ଆମେ କରିପାରିବା l ଯଦି ଆପଣ ଏହିଭଳି କିଛି ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଲେଖାଟି ଆପଣ ନିଶ୍ଚିତ ପଢନ୍ତୁ l ଏହା ଆପଣଙ୍କୁ ଅନେକ ସାହାଯ୍ୟ କରିପାରିବ l

ଜୈବିକ କୃଷି

ଫାର୍ମର-ଦି-ବ୍ରାଣ୍ଡ କାର୍ଯ୍ୟକ୍ରମ ଦ୍ୱାରା ସଫଳ କୃଷକମାନଙ୍କ ସହିତ ଆଲୋଚନାରୁ ଆମକୁ ଏହା ଜାଣିବାକୁ ମିଳିଛି ଯେ, ପ୍ରତି ୧୦ ରୁ ୯ ଜଣ କୃଷକ ଏହି ଜୈବିକ କୃଷିରୁ ଲାଭାନ୍ବିତ ହେଉଛନ୍ତି l ଯଦି ଆପଣଙ୍କୁ ଆମ କଥାରେ ବିଶ୍ୱାସ ହେଉନାହିଁ ତେବେ ଆପଣ ନିଜେ କୃଷି ଜାଗରଣର ଫେସବୁକ ପୃଷ୍ଠାରେ ଯାଇ ଦେଖି ପାରିବେ ଓ ସଫଳ କୃଷକ ମାନଙ୍କର କାହାଣୀ ମଧ୍ୟ ପଢିପାରିବେ l ଯେଉଁମାନଙ୍କ ପାଖରେ ଏବେ ନିଜର ବ୍ରାଣ୍ଡ ମଧ୍ୟ ରହିଛି  l ଜୈବିକ ଫଳ ଓ ପନିପରିବାର ଆଜିର ସମୟରେ ବହୁତ ଚାହିଦା ମଧ୍ୟ ରହିଛି l ଏହି କୃଷି ବିଷୟରେ ଆପଣ ଅଧିକ ସୂଚନା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରୁ ଜାଣି ପାରିବେ l

ପନିପରିବା ଓ ଫଳ ବିତରଣ

ଯଦି ଆପଣ ନିଜ ଘରେ ଫଳ ଓ ପନିପରିବା ଲଗାଇଥାନ୍ତି ଆପଣ ତାଜା ଫଳ ଓ ପନିପରିବାର ଡୋର ଟୁ ଡୋର ଡେଲିଭେରୀ ମଧ୍ୟ ଆରମ୍ଭ କରିପାରିବେ l ଆପଣ ନିଜ ପାଖ ପଡୋଶୀମାନଙ୍କୁ ଆପଣଙ୍କ ଉପାର୍ଜିତ ଜିନିଷ ବିକ୍ରି କରି ବହୁତ ଅଳ୍ପ ବିନିଯୋଗରେ ଭଲ ଲାଭ ମଧ୍ୟ ଉପାର୍ଜନ କରିପାରନ୍ତି l ଏହି ଭଳି ଭାବରେ ଯେତେବେଳେ ଆପଣଙ୍କ ଲାଭ ବଢ଼ିବାରେ ଲାଗେ, ଆପଣ ସେତେବେଳେ ଆପଣଙ୍କର ବ୍ୟବସାୟକୁ ବିସ୍ତାର ମଧ୍ୟ କରିପାରିବେ l

କଦଳୀ ଚିପ୍ସ ବ୍ୟବସାୟ

କଦଳୀ ଚିପ୍ସର ବ୍ୟବସାୟ ଆରମ୍ଭ କରିବା ବହୁତ ସହଜ ହୋଇଥାଏ l ଏଥିରେ ଆପଣଙ୍କୁ ବହୁତ ଅଧିକ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ହୋଇନଥାଏ l ଏମିତିରେ ଯଦି ଆପଣଙ୍କ ବ୍ୟବସାୟ ସଫଳ ନହୁଏ ତେବେ ଆପଣଙ୍କର ଅଧିକ କ୍ଷତି ମଧ୍ୟ ହେବ ନାହିଁ l ଆଉ ଯଦି ଏହି ବ୍ୟବସାୟ ସଫଳ ହୁଏ ,ତେବେ ଆପଣ ସ୍ଥାନୀୟ ବିକ୍ରିରୁ ନିଜର ଏକ ବ୍ରାଣ୍ଡ ମଧ୍ୟ ଆରମ୍ଭ କରିପାରିବେ l

ଅମୃତ ଭଣ୍ଡା ଚାଷ

ଅମୃତ ଭଣ୍ଡା ଏକ ଏପରି ପରିବା ଯାହା ବିନା ଯତ୍ନରେ ମଧ୍ୟ ବହୁତ ଭଲ ଉପାର୍ଜନ ଦେଇପାରିଥାଏ l ତେବେ ଥରେ ଭାବନ୍ତୁ ଯଦି ଆପଣ ମାତ୍ର ୧୦ଟି ଗଛରୁ ନିଜର ଅମୃତ ଭଣ୍ଡାର ବ୍ୟବସାୟ ଆରମ୍ଭ କରନ୍ତି, ତେବେ ଆପଣ ପାଖାପାଖି ୧୫,୦୦୦ ଟଙ୍କାର ଲାଭ କରି ପାରିବେ l ତେବେ ଅମୃତ ଭଣ୍ଡାର ବ୍ୟବସାୟ ନିଶ୍ଚିତ ରୂପରେ ଏକ ଲାଭକାରୀ ବ୍ୟବସାୟ ଅଟେ l

କଟା ପରିବା ପ୍ୟାକେଟର ବ୍ୟବସାୟ

ପରିବା କାଟିବା ମଧ୍ୟ ଏକ ବଡ କଷ୍ଟକର ଓ ସମୟସାପେକ୍ଷ କାମ, ବିଶେଷ କରି ସେଇମାନଙ୍କ ପାଇଁ ଯେଉଁମାନେ ସହରରେ ରହୁଥାନ୍ତି l ତେଣୁ ଯଦି ଆପଣ ସହରୀ ଇଲାକାରେ ରହୁଥାନ୍ତି, ତେବେ କଟା ଯାଇଥିବା ପରିବାକୁ ପ୍ୟାକେଟ କରି ଏହାର ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ l ଯାହା ଆପଣଙ୍କୁ ଭଲ ଲାଭ ମଧ୍ୟ ପ୍ରଦାନ କରିବ l ଏଥିରେ ଆପଣଙ୍କୁ ସ୍ୱଚ୍ଛତା ଓ ପ୍ୟାକିଂର ଧ୍ୟାନ ରଖିବାକୁ ହେବ ଓ ନିଜର ଉତ୍ପାଦକୁ ସାବଧାନତାର ସହିତ ବଜାରକୁ ନେଇକି ଯିବାକୁ ହେବ l ଯାହା ଦ୍ୱାରା ତାହାର ଚାହିଦା ବଢିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments