1. କୃଷି ଖବର

ବିଶ୍ୱ ଜଳ ଦିବସ

ଜଳ ହିଁ ଜୀବନ । ଜଳ ହେଉଛି ସୃଷ୍ଟିର ଆଧାର । ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ ବିଶ୍ୱ ଜଳ ଦିବସ ।

Sudesna Nayak
Sudesna Nayak
World Water Day 2022

World Water Day 2022

ଜଳ ହିଁ ଜୀବନ । ଜଳ ହେଉଛି ସୃଷ୍ଟିର ଆଧାର । କଥାରେ ଅଛି କି ଜଳ ବିହୁନେ ସୃଷ୍ଟି ନାଶ । ଜଳ ବହୁଳେ ସୃଷ୍ଟି ନାଶ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ସାରା ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ ସେନେଇ ସଚେତନ କରାଇବା । ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ ବିଶ୍ୱ ଜଳ ଦିବସ (World Water Day)

ଜଳ ବିନା ଜୀବ ଜଗତ ଅସମ୍ଭବ । ବିନା ଜଳରେ ଦୂବ ବି କଇଁଳିବା ସମ୍ଭବପର ନୁହେଁ । ଜଳ ଅଛି ମାନେ, ଜୀବନ ରହିଛି । କିନ୍ତୁ ଅନେକ ସମୟରେ ଜଳର ଅଯଥା ବ୍ୟବହାର, ଆଗାମୀ ପିଢୀ ପାଇଁ ସୃଷ୍ଟି କରିବାକୁ ଯାଉଛି ବିପଦ । ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜୀବନ ପାଇଁ ଜଳର ମୂଲ୍ୟ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ, ୨୦୨୫ ସୁଦ୍ଧା ବିଶ୍ବର ଅର୍ଦ୍ଧାଧିକ ଲୋକେ ହିଁ ଯଥେଷ୍ଟ ଜଳ ପାଇବେ ନାହିଁ ।

ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ବିଶ୍ବର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ଏବଂ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ହିଁ ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ହିଁ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

ଏହାପରେ ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ 1993 ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ହିଁ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା । ତେଣୁ ମାନବଜାତିର ଭବିଷ୍ୟତ ପାଇଁ ଜଳ ନଷ୍ଟ କରିବା ଅନୁଚିତ ।

ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି । ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥିଲେ ହେଁ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ଜଳ ପାଇଁ ଜୀବନ, ଜଳ ହିଁ ଜୀବଜଗତର ସତ୍ତା । ବଣ ଭୂମି, ପାହାଡ, ଓ ଜଙ୍ଗଲ ତିଷ୍ଠି ରହିଛି। ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡା । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି । ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ଆମ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ପାନୀୟ ଜଳର ସଙ୍କଟ ଦେଖାଦେଲାଣି । ବିଶ୍ବ ଜଳ ଦିବସ (World Water Day)ରେ ଏହି ଆହ୍ୱାନ ରହୁ, ଏଭଳି ଅମୂଲ୍ୟ ସମ୍ପଦକୁ ଅପଚୟ ନ କରି ଭବିଷ୍ୟତ ପାଇଁ ବଞ୍ଚାଇ ରଖିବା ।

World Soil Day 2021: ଚାଲ ମୃତ୍ତିକା ସଂରକ୍ଷଣ ଦିଗରେ ଧ୍ୟାନ ଦେବା

ବିଶ୍ଵ ମୃତ୍ତିକା ଦିବସ"ମୃତ୍ତିକା ପ୍ରଦୂଷଣ ର ସମାଧାନ ହୁଅ"

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments