News

ଆସନ୍ତା ୧୨ଘଣ୍ଟା ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ପୁଣି ଭିଜିବ ଓଡିଶା । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି ।

05 February, 2022 10:33 AM IST By: Sudesna Nayak

ପୁଣି ଭିଜିବ ଓଡିଶା (Odisha) । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା (Odisha) ସମେତ ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲାରେ ବିଜୁଳି (lightning)ଘଡ଼ଘଡ଼ି ସହ ବର୍ଷା (Rain) ହେବା ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଢେଙ୍କାନାଳ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା ମୟୂରଭଞ୍ଜ ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ ।

ଏହି ବର୍ଷା ଦ୍ବାରା ପନିପରିବା ଓ ଉଦ୍ୟାନ କୃଷି ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ଚାଷୀ (Farmer)ଭାଇମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା ଆଦି ଜିଲ୍ଲା ପାଇଁ ୫ ତାରିଖ ତଥା ଆଜି ଶନିବାର (Saturday) ମଧ୍ୟାହ୍ନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ (Yellow warning) ଜାରି କରାଯାଇଛି ।

କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୫ ତାରିଖ ତଥା ଆଜି ଶନିବାର (Saturday) ଅପରାହ୍‌ଣରୁ ପାଗରେ ପରିବର୍ତ୍ତନ ଆସିବ । ବର୍ଷା (Rain) କମିବା ସହ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ କେରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି (Fog) ପଡ଼ିବ। ରାଜ୍ୟର ବାକି ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷା (Rain)କମିବା ସହ ଥଣ୍ଡା ବଢ଼ିବ ବୋଲି ଆକଳନ କରାଯାଇଛି ।

ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ପ୍ରକାଶ ଥାଉ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା‌ ବାର ଗାଁ ଠାରେ ସର୍ବାଧିକ ୫ ସେଣ୍ଟିମିଟର ବର୍ଷା (Rain)ରେକର୍ଡ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ା ଜିଳ୍ଲା ଲାଇକେରା, କିରିମିରା, ଦେଓଗାଁ, କେନ୍ଦୁଝରର ଚମ୍ପୁଆ, ମୟୂରଭଞ୍ଜର ବେତନଟୀଠାରେ ୪ ସେଣ୍ଟିମିଟର ବର୍ଷା (Rain)ରେକର୍ଡ କରାଯାଇଛି । ଶୁକ୍ରବାର (Friday) ସନ୍ଧ୍ୟାରେ ଭୁବନେଶ୍ବର (Bhubaneswar) ସମେତ ବିଭିନ୍ନ ସ୍ଥାନରେ ବର୍ଷା (Rain)ହୋଇଛି ।

ପୁଣି ଭିଜିବ ଓଡିଶା, ୨ ଦିନ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା

ଆଜି ଠୁ ପୁଣି ଭିଜିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)