1. କୃଷି ଖବର

ଆଜି ଠୁ ପୁଣି ଭିଜିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି

ପୁଣି ଭିଜିବ ଓଡିଶା । ଆଜି ଠାରୁ ଦୁଇ ଦିନ ଯାଏଁ ପଶ୍ଚିମା-ଝଡ ଏବଂ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମୁହାଁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ।

Sudesna Nayak
Sudesna Nayak
two days rain in odisha

two days rain in odisha

ପୁଣି ଭିଜିବ ଓଡିଶା (Odisha) । ଆଜି ତଥା ଗୁରୁବାର (Thursday) ଠାରୁ ଦୁଇ ଦିନ ଯାଏଁ ପଶ୍ଚିମା-ଝଡ ଏବଂ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମୁହାଁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା (Rain)ହେବା ସମ୍ଭାବନା ରହିଛି ।

ପଞ୍ଚିମା ଝଡ ଯୋଗୁଁ ଉତ୍ତର ଓଡ଼ିଶା (Odisha) ପ୍ରଭାବିତ ହୋଇପାରେ । ଶୁକ୍ରବାର (Friday)ରେ ବର୍ଷା (Rain)ର ବିସ୍ତୃତି ଏବଂ ପରିମାଣ ବୃଦ୍ଧି ସହ କିଛି ଜିଲ୍ଲାରେ କରାମାଡ଼ ସମ୍ଭାବନା ଅଛି । ବର୍ଷାରେ ପରିବା ଏବଂ ଉଦ୍ୟାନ ଚାଷ ପ୍ରଭାବିତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି । କିଛି ଦିନର ହାଡ ଭଙ୍ଗା ଜାଡ (Cold) ପରେ ପାଗ ପ୍ରାୟ ସାମାନ୍ୟ ରହିଛି । କିନ୍ତୁ ଆଗକୁ ବର୍ଷା (Rain)ର ଆଗମନ ହେବାକୁ ଯାଉଛି । ଆଜି ତଥା ୩ ତାରିଖ ଓ ୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (Rain) ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ଉତ୍ତର ଓଡିଶା (Odisha)କୁ ସତର୍କ କରାଯାଇଛି ।

ରାଜ୍ୟକୁ ପଶ୍ଚିମ ଝଡର ଆଗମନ ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ଅତ୍ୟଧିକ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆଜି ତଥା ୩ ତାରିଖ ଓ ୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain)ସମ୍ଭାବନା ରହିଛି । ପଶ୍ଚିମ ଝଡ ଯୋଗୁଁ ଗୋଟିଏ ଗୋଟିଏ ଜିଲ୍ଲାର ଏକାଧିକ ସ୍ଥାନରେ ବର୍ଷା (Rain)ହୋଇପାରେ । ଯାହାର ପ୍ରଭାବ କୃଷକ (Farmer)ଙ୍କ ଉପରେ ପଡିବ ବୋଲି ପାଣିପାଗ କେନ୍ଦ୍ର (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଫେବୃଆରୀ ୩ ତାରିଖରେ ପଶ୍ଚିମ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହେବା ସମ୍ଭାବନା ରହିଛି । ଏଥିପାଇଁ ବରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଦେବଗଡ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାରେ ଘଡଘଡି ସହ ବର୍ଷା (Rain) ହୋଇପାରେ । ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ବଲାଙ୍ଗୀର ଜିଲ୍ଲା ଓ ସୋନପୁର ଜିଲ୍ଲାରେ ବି ବର୍ଷା (Rain) ସମ୍ଭାବନା ଅଛି । ସେହିପରି ୪ ତାରିଖ ରୁ ୫ ତାରିଖ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା (Rain) ହୋଇପାରେ ।

୪ ତାରିଖ ପାଇଁ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ବରଗଡ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି (lightning) ଘଡଘଡି ସହ କୁଆପଥର ମାଡ ହେବାର ଆଶଙ୍କା ରହିଛି । ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବି ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହୋଇପାରେ।

ପ୍ରକାଶ ଥାଉ ଯେ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା (Rain)ହେଉଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ କୁହାଯାଇଛି । ପ୍ରଥମେ ଡିସେମ୍ବରରେ ବାତ୍ୟା ଜଓ୍ବାଦ (Cyclone Jawad) ପାଚିଲା ଧାନକୁ ଧୋଇ ନେଇଥିଲା । ପରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ ବର୍ଷା (Rain) ବଞ୍ଚି ଯାଇଥିବା ଧାନ ଉଜାଡୁଛି । ସମୁଦ୍ରରେ ବାରମ୍ବାର ଏଭଳି ଝଡର ପ୍ରଭାବ ଚାଷୀ କୁଳର ଅଣ୍ଟା ଭାଙ୍ଗିଦେଇଥିବା ବେଳେ ଆସନ୍ତା ୪ ତାରିଖରୁ ପୁଣି ବର୍ଷା (Rain) ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ଆକଳନ କରିଛି ।

୨ଦିନ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଫେବୃଆରୀ ୩ ରୁ ପୁଣି ଛେଚିବ ବର୍ଷା, ୫ ପରେ ବଢିବ ଶୀତ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments