1. କୃଷି ଖବର

୨ଦିନ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି । କିଛି ଦିନର ହାଡ ଭଙ୍ଗା ଜାଡ ପରେ ପାଗ ପ୍ରାୟ ସାମାନ୍ୟ ହୋଇଥିଲା । ଏହାର ଦୁଇ ଦିନ ନ ବିତୁଣୁ ବର୍ଷାର ଆଗମନ ହେବାକୁ ଯାଉଛି ।

Sudesna Nayak
Sudesna Nayak
rain in odisha imd predict lightning and moderate rain from 4th february 2022

rain in odisha imd predict lightning and moderate rain from 4th february 2022

ରାଜ୍ୟ (Odisha)ର ପାଣିପାଗରେ ପରିବର୍ତ୍ତନ ଆସିଛି । କିଛି ଦିନର ହାଡ ଭଙ୍ଗା ଜାଡ (Cold) ପରେ ପାଗ ପ୍ରାୟ ସାମାନ୍ୟ ହୋଇଥିଲା । ଏହାର ଦୁଇ ଦିନ ନ ବିତୁଣୁ ବର୍ଷା (Rain)ର ଆଗମନ ହେବାକୁ ଯାଉଛି ।

ଆସନ୍ତା ୩ ତାରିଖ ଓ ୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (Rain) ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ଦ୍ୱାରା ପଞ୍ଚିମ ଓ ଉତ୍ତର ଓଡିଶାକୁ ସତର୍କ କରାଯାଇଛି ।

ରାଜ୍ୟକୁ ପଶ୍ଚିମ ଝଡର ଆଗମନ ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ଅତ୍ୟଧିକ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆସନ୍ତା ୩ ତାରିଖ ଓ ୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି । ପଶ୍ଚିମ ଝଡ ଯୋଗୁଁ ଗୋଟିଏ ଗୋଟିଏ ଜିଲ୍ଲାର ଏକାଧିକ ସ୍ଥାନରେ ବର୍ଷା (Rain) ହୋଇପାରେ । ଯାହାର ପ୍ରଭାବ କୃଷକ (Farmer)ଙ୍କ ଉପରେ ପଡିବ ବୋଲି ପାଣିପାଗ କେନ୍ଦ୍ର (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଫେବୃଆରୀ ୩ ତାରିଖରେ ପଶ୍ଚିମ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହେବା ସମ୍ଭାବନା ରହିଛି । ଏଥିପାଇଁ ବରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଦେବଗଡ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାରେ ଘଡଘଡି ସହ ବର୍ଷା (Rain) ହୋଇପାରେ । ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ସେହିପରି ଚାରିରୁ ପଞ୍ଚ ତାରିଖ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା (Rain)ହୋଇପାରେ ।

୪ ତାରିଖ ପାଇଁ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ବରଗଡ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି (lightning) ଘଡଘଡି ସହ କୁଆପଥର ମାଡ ହେବାର ଆଶଙ୍କା ରହିଛି ।

ମଙ୍ଗଳବାର (Tuesday) ଠାରୁ ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା (Rain) ହେଉଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ପ୍ରଥମେ ଡିସେମ୍ବରରେ ବାତ୍ୟା ଜଓ୍ବାଦ (Cyclone Jawad) ପାଚିଲା ଧାନକୁ ଧୋଇ ନେଇଥିଲା । ପରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ ବର୍ଷା ବଞ୍ଚି ଯାଇଥିବା ଧାନ ଉଜାଡୁଛି । ସମୁଦ୍ରରେ ବାରମ୍ବାର ଏଭଳି ଝଡର ପ୍ରଭାବ ଚାଷୀ (Farmer) କୁଳର ଅଣ୍ଟା ଭାଙ୍ଗିଦେଇଥିବା ବେଳେ ଆସନ୍ତା ୪ ତାରିଖରୁ ପୁଣି ବର୍ଷା (Rain) ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ଆକଳନ କରିଛି ।

ଫେବୃଆରୀ ୩ ରୁ ପୁଣି ଛେଚିବ ବର୍ଷା, ୫ ପରେ ବଢିବ ଶୀତ

ଆହୁରି ଥରିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments