1. କୃଷି ଖବର

ଆହୁରି ଥରିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଆଉ ଦୁଇ ଦିନ ଯାଏଁ ଶୀତ ଲହରୀ (Cold Wave) ଜାରି ରହିବ । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁ ।

Sudesna Nayak
Sudesna Nayak
odisha weather cold wave alert to 14 district

odisha weather cold wave alert to 14 district

ରାଜ୍ୟରେ ଆଉ ଦୁଇ ଦିନ ଯାଏଁ ଶୀତ ଲହରୀ (Cold Wave) ଜାରି ରହିବ । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁ । ଯାହାର ପ୍ରଭାବରେ ଆହୁରି ଦୁଇ ଦିନ ଯାଏଁ ଶୀତ ଲହରୀ (Cold Wave)ପରିସ୍ଥିତି ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)।

ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ ଟା ୩୦ ମଧ୍ୟରେ ୧୪ ଜିଲ୍ଲା (14 district)ସୁନ୍ଦରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, କେଉଁଝର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେଓଗଡ ଜିଲ୍ଲା, ଅନୁଗୁଳ ଜିଲ୍ଲା, ବରଗଡ ଜିଲ୍ଲା, ବଲାଙ୍ଗିର ଜିଲ୍ଲା, ନୂଆପଡା ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରି (Cold Wave)ନେଇ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ ଆସନ୍ତାକାଲି ୬ ଜିଲ୍ଲା (6 district) ରେ ଶୀତ ଲହରି (Cold Wave) ନେଇ ସତର୍କ ସୂଚନା ଜାରି ହୋଇଛି ।

ପ୍ରକାଶ ଥାଉ କି, ଏସବୁ ଜିଲ୍ଲାରେ ବିଶେଷ କରି ରାତିରୁ ପାହାନ୍ତିଆ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଅପରବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତଳେ ରହିବ ବୋଲି ଜଣାପଡିଛି ।

ଏହାପରେ ୩୧ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବଢିବା ସହ କମିବ ଶୀତ । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡି (Daringibadi)ରେ ହାଡଭଙ୍ଗା ଶୀତ (Cold)ପରିଲକ୍ଷିତ ହୋଇଥିବା ବେଳେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଶୀତ ଲହରୀରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ପଦକ୍ଷେପମାନ ,ଜାଣି ରଖନ୍ତୁ...

-ରାତ୍ରି ସମୟରେ ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ହିଁ ରୁହନ୍ତୁ

-ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ ।

-ଗୃହ ପାଳିତ ପଶୁମାନଙ୍କ ରହିବା ପାଇଁ ରାତ୍ରି ସମୟରେ ଖୋଲା ସ୍ଥାନ ପରିବର୍ତ୍ତେ ଆବଶ୍ୟାକୀୟ ଘରର ବ୍ୟବସ୍ଥା କରନ୍ତୁ ।

-ରାତି ସମୟରେ ଖୋଲା ଯାନବାହାନରେ ଯାତାୟତ ଜମା କରନ୍ତୁ ନାହିଁ ।

ଆହୁରି ଦୁଇ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି

ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ; ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments