1. କୃଷି ଖବର

ଆହୁରି ଦୁଇ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି

ଆହୁରି ଦୁଇ ଦିନ ଯାଏଁ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ରହିଛି ।ଆହୁରି ଦୁଇ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି ।

Sudesna Nayak
Sudesna Nayak
odisha weather 13 districts under cold wave alert

odisha weather 13 districts under cold wave alert

ରାଜ୍ୟରେ ଆଉ ଦୁଇ ଦିନ ଯାଏଁ ଶୀତ ଲହରୀ (Cold Wave) ଜାରି ରହିବ । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଆହୁରି ଦୁଇ ଦିନ ଯାଏଁ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ୩୧ ତାରିଖରୁ ରାତ୍ରି ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ (IMD)ଅନୁସାରେ, ଓଡିଶା (Odisha) ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ (Cold Wave) ଅନୁଭୁତ ହେବାର ସମ୍ଭାବନା ରହିଛି । ଏଥିସହିତ ହାଲୁକା କୁହୁଡି (Fog) ହେବ ବୋଲି ଆକଳନ ହୋଇଛି । ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା (Rain) ନାହିଁ। ଏଣୁ ପାଗ ଶୁଖିଲା ରହିବ ।

ସେହିପରି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନୀମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ଦୁଇ ଦିନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । କିନ୍ତୁ ଆଉ ଦୁଇ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଅଛି ।

ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସୁନ୍ଦରଗଡ, ଝାରସୁଗୁଡା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେଓଗଡ ଜିଲ୍ଲା, ଅନୁଗୋଳ ଜିଲ୍ଲା, ବରଗଡ ଜିଲ୍ଲା, ବଲାଙ୍ଗିର ଜିଲ୍ଲା, ନୂଆପଡା ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning for Cold Wave) ଜାରି ହୋଇଛି ।

ଶୀତ ଲହରୀରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ପଦକ୍ଷେପ,ଜାଣି ରଖନ୍ତୁ...

-ରାତ୍ରି ସମୟରେ ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ହିଁ ରୁହନ୍ତୁ । ଶୀତରୁ ରକ୍ଷା ପାଇବା ପାଇଁ ଆପଣମାନେ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ ।

-ଗୃହ ପାଳିତ ପଶୁମାନେ ଦୀର୍ଘ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗୃହ ପାଳିତ ପଶୁମାନଙ୍କ ରହିବା ପାଇଁ ରାତ୍ରି ସମୟରେ ଖୋଲା ସ୍ଥାନ ପରିବର୍ତ୍ତେ ଆବଶ୍ୟାକୀୟ ଘରର ବ୍ୟବସ୍ଥା କରନ୍ତୁ ।

-ରାତି ସମୟରେ ଦୁଇ ଚକିଆ ହେଉ କିମ୍ବା ଖୋଲା ଯାନବାହାନରେ ଯାତାୟତ ଜମା କରନ୍ତୁ ନାହିଁ ।

ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ; ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଆହୁରି ୫ ଦିନ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments