1. କୃଷି ଖବର

ଫେବୃଆରୀ ୩ ରୁ ପୁଣି ଛେଚିବ ବର୍ଷା, ୫ ପରେ ବଢିବ ଶୀତ

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବୃଆରୀ ୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ ।

Sudesna Nayak
Sudesna Nayak
Rain in odisha

Rain in odisha

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବୃଆରୀ ୩ ତାରିଖରୁ ରାଜ୍ୟରେ ବର୍ଷା (Rain) ହେବ । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା (Odisha)ରେ ବିକ୍ଷିପ୍ତ ବର୍ଷା ହୋଇପାରେ ।

୪ ତାରିଖ ଓ ୫ ତାରିଖରେ ବର୍ଷା (Rain)ପରିମାଣ ବଢ଼ିବ । ପାଣିପାଗ ବିଭାଗ (IMD) ରବିବାର (Sunday) ଏଭଳି ପୂର୍ବାନୁମାନ କରିଛି । ଏଭଳି ଅଦିନିଆ ବର୍ଷା ପ୍ରଭାବରେ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଆସନ୍ତା ୫ ତାରିଖ ଦିନ ଯାଏଁ ରାଜ୍ୟରୁ ଶୀତ (Cold)କମିଯିବ । ୫ ତାରିଖ ପରେ ଶୀତ ପୁଣି ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପାଣିପାଗ ବିଜ୍ଞାନୀ ଉମାକାନ୍ତ ଦାସ କହିଛନ୍ତି, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରେ ବର୍ଷା (Rain)ହେବ । ସୋନପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain)ହୋଇପାରେ । ୪ ତାରିଖ ଓ ୫ ତାରିଖରେ ରାଜ୍ୟରେ ବର୍ଷା (Rain) ପରିମାଣ ବଢ଼ିବ ।

ସୋମବାର (MONDAY)ସକାଳୁ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ବରଗଡ଼ ଜିଲ୍ଲା, ନୂଆପଡା ଜିଲ୍ଲା, ବଲାଙ୍ଗିର ଜିଲ୍ଲା, ସୋନପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ଶୀତ ଲହରୀ (Cold Wave)ବହିବ ।

ସୋମବାର (MONDAY) ରାତିରୁ ତାପମାତ୍ରା କ୍ରମଶଃ ବଢିବ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବଢିଯିବ । ଫଳରେ ଶୀତ (Cold) କମିବ । ୩ ତାରିଖ ରୁ ବର୍ଷା (Rain)ଆଶଙ୍କା ଥିବାରୁ ପାଗ କୋହଲା ରହିବ । ଦିନବେଳା ଥଣ୍ଡା ପାଗ ରହିବ । କିନ୍ତୁ ରାତିରେ ଶୀତ ଅଧିକ ରହିବନି । ୫ ତାରିଖ ପରଠାରୁ ରାଜ୍ୟକୁ ପୁଣି ଶୀତ ଫେରିବ । ୧ ତାରିଖ ଓ ୨ ତାରିଖରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି (Fog) ଅନୁଭୂତ ହେବ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଉତ୍ତର ପଶ୍ଚିମ ଭାରତରେ ସୋମବାର (MONDAY)ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେଧୀରେ କ୍ରମଶଃ ପୂର୍ବ ଆଡ଼କୁ ମୁହାଁଇବ । ୩ ତାରିଖ ବେଳକୁ ଓଡ଼ିଶା ଦେଇ ବଙ୍ଗୋପସାଗରୀୟ ପବନ ଲଘୁଚାପ କ୍ଷେତ୍ର ଆଡକୁ ଆସିବ । ଏହା ଉତ୍ତରା ଥଣ୍ଡା ପବନ ସହିତ ମିଶିଯିବ । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିବା ସହ ବର୍ଷା ହେବ ।

୪ ଓ ୫ ତାରିଖ ସକାଳ ବେଳା ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷିବ । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡ଼ା ଓ ସୁନ୍ଦରଗଡରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ଦୁଇ ଦିନ ପ୍ରାୟ ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । କିଛି ସ୍ଥାନରେ ଅଧିକ ବର୍ଷା (Rain) ହେବ । ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି ।

ଏହି ବର୍ଷା (Rain) ଯୋଗୁଁ ପନିପରିବା ଚାଷ ନଷ୍ଟ ହେବାର ଭୟ ସୃଷ୍ଟି ହୋଇଛି । ମେଘୁଆ ପାଗ ଓ ବର୍ଷା ଯୋଗୁ ପନିପରିବା ଚାଷ ସମେତ ଚିନିବାଦାମ ଓ ସୋରିଷରେ ରୋଗ ପୋକ ବଢିପାରେ । ଆମ୍ବ ଗଛର ବଉଳ ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହୁଛି । ତେବେ ମୁଗ, ବିରି ଭଳି ଅଣଜଳସେଚିତ ଫସଲ ପାଇଁ ବର୍ଷା (Rain)ଭଲ ରହିବ । ଯେଉଁମାନେ ଧାନ ତଳି ପକାଇଥିବେ ତାହା ଭଲ ହେବ ।

ପ୍ରକାଶ ଥାଉ ଯେ, ଶୀତ (Cold)କୁ ନେଇ ପୂର୍ବାନୁମାନ କରି ଡ.ପଶୁପାଳକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ଦକ୍ଷିଣ ଓଡ଼ିଶାରେ ଏହା ଧୀରେ ଧୀରେ ଉପରମୁହାଁ ହେଉଛି । ଆସନ୍ତା ୫ ଦିନ ଯାଏଁ ଏହା ଜାରି ରହିବ । ୪ ତାରିଖ ସକାଳ ସୁଦ୍ଧା ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ରୁ ୬ ଡିଗ୍ରୀ ସେଲସିୟସ ବଢିବ । ସର୍ବାଧିକ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସେ କହିଛନ୍ତି ।

ଆହୁରି ଥରିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ଦୁଇ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments