1. କୃଷି ଖବର

ଦେଶର ଅପାର ବ୍ୟବସାୟ ସୁଯୋଗ ବିଷୟରେ ବିଶ୍ୱକୁ ସୂଚନା ଦେବାକୁ ପ୍ରବାସୀ ଭାରତୀୟଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

ଭାରତର ଆକାଂକ୍ଷୀ ବଜାର ଓ ଅପାର ବ୍ୟବସାୟ ସୁଯୋଗ ବିଷୟରେ ବିଶ୍ୱକୁ ସୂଚନା ଦେବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ କଲେ ପୀୟୂଷ ଗୋୟଲ ।

Shuvanshu Kar
Shuvanshu Kar
You have kept the soul of India alive, Goyal tells Indian Diaspora

You have kept the soul of India alive, Goyal tells Indian Diaspora

ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜ କାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ନିରନ୍ତର ଗଭୀର ସମ୍ପର୍କ ବଜାୟ ରଖିଛନ୍ତି; ଏହିଭଳି ଭାବେ ଏହି ଲୋକମାନେ ଭାରତର ଆତ୍ମାକୁ ଜୀବନ୍ତ ରଖିପାରିଛନ୍ତି । ସେ ଆଜି ସାନଫ୍ରାନସିସ୍କୋରେ ‘ପ୍ରବାସୀ ଭାରତୀୟ’ଙ୍କ ସହ ଦ୍ୱିପହର ଭୋଜନ ବେଳେ ଉଦବୋଧନ ଦେଇଥିଲେ ।

ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଭାରତ ଓ ବିଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଅନନ୍ୟ ସ୍ଥିତିରେ ରହିଛନ୍ତି । ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ ୧୩୦ କୋଟି ଲୋକଙ୍କ ଦେଶ ଭାରତର ଆକାଂକ୍ଷୀ ବଜାର ଦ୍ୱାରା ପ୍ରସ୍ତୁତ ପ୍ରଚୁର ବ୍ୟବସାୟ ସୁଯୋଗ ବାବଦରେ ବିଶ୍ୱକୁ ସୂଚନା ଦିଅନ୍ତୁ ।

ଶ୍ରୀ ଗୋୟଲ ଭାରତରେ ଥିବା ଜୀବନ୍ତ ଷ୍ଟାର୍ଟ-ଅପ ଇକୋସିଷ୍ଟମକୁ ରେଖାଙ୍କିତ କରି ସ୍ମରଣ କରିଛନ୍ତି ଯେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ‘ଷ୍ଟାର୍ଟ-ଅପ ଇଣ୍ଡିଆ’ର ଶୁଭାରମ୍ଭ କରିଥିଲେ, ଏହି ପଦକ୍ଷେପ ନବସୃଜନର ବର୍ଦ୍ଧିଷ୍ଣୁ ମହତ୍ତ୍ୱ, ଯୁବ ପ୍ରତିଭାମାନଙ୍କର ନୂଆ ବିଚାର, ନୂଆ ପ୍ରୟୋଗ ସହିତ ସାମ୍ନାକୁ ଆସିବା ଏବଂ ନୂଆ ସମାଧାନ ଉପସ୍ଥାପନ କରିବାର ପରିଚୟ ଦେବା ପାଇଁ ଉଦ୍ଦିଷ୍ଟ ଥିଲା ।

ଶ୍ରୀ ଗୋୟଲ ଦର୍ଶାଇଛନ୍ତି ଯେ ଭାରତରେ ଷ୍ଟାର୍ଟ-ଅପର ବହୁତ ବିଚାର ବିକଶିତ ହେଉଛି ଏବଂ ସେଠାରେ ଏକ ବିଶାଳ ଘରୋଇ ବଜାର ଉପସ୍ଥିତ ରହିଛି । ଏହି ଘରୋଇ ବଜାର ବିଶ୍ୱ ସହିତ ସେତିକି ଜଡ଼ିତ ରହିଛି, ଯେତିକି ହେବା ଦରକାର ଥିଲା । ଶ୍ରୀ ଗୋୟଲ କହିଛନ୍ତି ଯେ ଏହା ଜରୁରି ଯେ ଭାରତୀୟ ଷ୍ଟାର୍ଟ-ଅପ ବିଚାରଗୁଡ଼ିକୁ ଅଧିକ ସୁଯୋଗ ମିଳିବା ଉଚିତ ଏବଂ ସେଗୁଡ଼ିକ ବଜାର ପର୍ଯ୍ୟନ୍ତ ପହଞ୍ଚ ବନାଇ ରଖନ୍ତୁ । ସେ କହିଥିଲେ ଯେ ବୈଶ୍ୱିକ ହେବା ପାଇଁ ସିଲିକନ ଭ୍ୟାଲି ଠାରୁ ଉତ୍ତମ ସ୍ଥାନ ଆଉ କିଛି ନାହିଁ । ଶ୍ରୀ ଗୋୟଲ କହିଛନ୍ତି ଯେ ବିଶ୍ୱରେ ଏମିତି କୌଣସି ଦେଶ ନାହିଁ, ଯାହା କି ବାକି ବିଶ୍ୱ ସହ ସମ୍ପର୍କ ବୃଦ୍ଧି ନ କରି ବିକଶିତ ହୋଇଛି । ତେଣୁ ଆମ ପାଇଁ ଜରୁରି ଯେ ଆମେ ବିଶ୍ୱ ସହ ଯୋଡ଼ି ହେବାର କୌଣସି ସୁଯୋଗ ଯେମିତି ହାତଛଡ଼ା ନ କରିବା ।

ଶ୍ରୀ ଗୋୟଲ କହିଛନ୍ତି ଯେ ସରକାର ଭାରତୀୟ ଷ୍ଟାର୍ଟ-ଅପ ଏବଂ ଆମେରିକାର ନିବେଶକଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରୁଛନ୍ତି । ସେ ଆଗ୍ରହ ଦେଖାଇଛନ୍ତି ଯେ ଉଭୟ ପରସ୍ପର ସହ ବାର୍ତ୍ତାକୁ ନୂଆ ସ୍ତର ପର୍ଯ୍ୟନ୍ତ ନେଇଯିବା ଆବଶ୍ୟକ । ଶ୍ରୀ ଗୋୟଲ କହିଛନ୍ତି ଯେ ସେ ନିବେଶକଙ୍କର କିଛି ନୂଆ ବିଚାର ନିଜ ସାଥିରେ ନେଇ ଯାଉଛନ୍ତି, ଯାହା ଭାରତରେ ନୂଆ ନବସୃଜନ ନିମନ୍ତେ ପୁଞ୍ଜିଗତ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ ।

ସରକାରଙ୍କ କାର୍ଯ୍ୟଶୈଳୀରେ ହେଉଥିବା ପରିବର୍ତ୍ତନ ବାବଦରେ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଲାଲ ଫିତାଶାହି ଠାରୁ ଦୂରଉଛି, ଯାହା ଅତୀତରେ ତିଷ୍ଠି ରହିଥିଲା । ସେ କହିଛନ୍ତି ଯେ ପ୍ରାଦ୍ୟୋଗିକତା ଓ ପାରଦର୍ଶିତା ବଡ଼ ଆକାରରେ ପୁରୁଣା ଉପାୟକୁ ସମାପ୍ତ କରିଦେଇଛି । ଭାରତ ସରକାର ଅନୁକୂଳ ବ୍ୟବସାୟ ବାତାବରଣ ସୃଷ୍ଟି ନିମନ୍ତେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ସରକାରଙ୍କ କାର୍ଯ୍ୟ କରିବାର ଉପାୟ କ୍ଷେତ୍ରୀୟ ସ୍ତରରେ ଲୋକଙ୍କ ସହ ସକି୍ରୟତା ସହ ଯୋଡ଼ିହେବା ଉପରେ ଆଧାରିତ । ସରକାର ନୀତିଗତ ନିଶ୍ଚିତତାକୁ ବଜାୟ ରଖିବା ତଥା ନିୟମ-ପ୍ରକି୍ରୟାଗୁଡ଼ିକୁ ତ୍ରୁଟିମୁକ୍ତ କରିବା ଉପରେ ଜୋର ଦେଉଛନ୍ତି, ଯାହା ବିକଶିତ ଦେଶଗୁଡ଼ିକର ସ୍ଥିତି ସହ ମେଳ ଖାଉଛି ।

ସମଗ୍ର ଭାରତରେ, ବିଶେଷକରି ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଉନ୍ନତ ଅବସଂରଚନା ଉପଲବ୍ଧ କରାଇବା ବାବଦରେ ଶ୍ରୀ ଗୋୟଲ ଉଲ୍ଲେଖ କରିଛନ୍ତି ଯେ ନିକଟରେ ମନ୍ତ୍ରିମଣ୍ଡଳ ଧାର୍ଯ୍ୟ କରିଛି ଯେ ବଳକା ୨୫,୦୦୦ ଦୁର୍ଗମ ଗ୍ରାମ ପର୍ଯ୍ୟନ୍ତ ନେଟୱର୍କ କନେକ୍ଟିଭିଟି ପହଞ୍ଚାଯିବ । ରପ୍ତାନି ବାବଦରେ ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଗତ ଆର୍ଥିକବର୍ଷରେ ଏ ପର୍ଯ୍ୟନ୍ତର ସର୍ବାଧିକ ୬୭୫ ବିଲିୟନ ଆମେରିକୀୟ ଡଲାର ସାମଗ୍ରୀ ଏବଂ ସେବା ରପ୍ତାନି ହାସଲ କରିଛି । ସେ ଆଶାବ୍ୟକ୍ତ କରିଛନ୍ତି ଯେ ଚଳିତବର୍ଷ ଏହା ୭୫୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଯିବ ।

ଶ୍ରୀ ଗୋୟଲ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ ଅମୃତ କାଳ ରହିବ, ଯେତେବେଳେ ଆମେ ଭାରତର ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବା । ଏହି କାଳଖଣ୍ଡ ବିକଶିତ ଦେଶ ହେବା ଅଭିମୁଖେ ଭାରତର ଯାତ୍ରା ନିର୍ଣ୍ଣାୟକ କାଳଖଣ୍ଡ ସାବ୍ୟସ୍ତ ହେବ । ସେତେବେଳେ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହୋଇଯିବ । ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଏହି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କାରଣ ସେମାନେ ପ୍ରତିଭା, ନୂଆ ବିଚାର ଏବଂ ନବସୃଜନକୁ ଭଲ ଭାବେ ଚିହ୍ନନ୍ତି, ସେମାନଙ୍କ ମାର୍ଗଦର୍ଶନ, ସମର୍ଥନ ଓ ବିତ୍ତପୋଷଣ କରୁଛନ୍ତି । ଶ୍ରୀ ଗୋୟଲ କହିଛନ୍ତି ଯେ ସେ ଭାରତ ଓ ଆମେରିକା ମଧ୍ୟରେ ସେତୁ ସ୍ଥାପନ କରିବାର ଲଗାତର ଉଦ୍ୟମର ସମର୍ଥକ, ଯାହା ଅନୁସାରେ ବ୍ୟବସାୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ।

ପିପିପି ପ୍ରକଳ୍ପ ପାଇଁ ବଡ ପଦକ୍ଷେପ, FICCI ସହ ମିଶି ପିଏମୟୁ ଲଞ୍ଚ କଲା କୃଷିମନ୍ତ୍ରଣାଳୟ

ଦିଲ୍ଲୀରେ ACFI ପଞ୍ଚମ ବାର୍ଷିକ ସାଧାରଣ ବୈଠକ, ସ୍ଥାୟୀ କୃଷିରେ ଫସଲ ସୁରକ୍ଷା ରାସାୟନିକର ଭୂମିକା ଉପରେ ଆଲୋଚନା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments