News

୭୧% ଭାରତୀୟ ଖାଉନାହାନ୍ତି ପୁଷ୍ଟିକର ଖାଦ୍ୟ !

ପୁଷ୍ଟିକର ଖାଦ୍ୟାଭାବକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି କବର ସାମ୍ନାକୁ ଆସିଛି । ଭାରତରେ 71 ପ୍ରତିଶତ ଲୋକେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ଥିବା ଜଣାପଡିଛି ।

05 June, 2022 5:12 PM IST By: Shuvanshu Kar

ଖାଦ୍ୟ, ପାନୀୟ ଓ ବସ୍ତ୍ର ହେଉଛି ପ୍ରତ୍ୟେକଟି ମଣିଷର ମୌଳିକ ସୁବିଧା । ଉତ୍ତମ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍(Protein foods )ୟର ନିତ୍ୟାନ୍ତ ଆବଶ୍ୟକତା ରହିଛି । ହେଲେ ଏହି ପୁଷ୍ଟିକର ଖାଦ୍ୟାଭାବକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି କବର ସାମ୍ନାକୁ ଆସିଛି । ଭାରତରେ 71 ପ୍ରତିଶତ ଲୋକେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ଥିବା ଜଣାପଡିଛି ।

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଫଳ, ପନିପରିବା ଆଦି କିଣି ଖାଇବା ପାଇଁ ଲୋକେ ଆର୍ଥିକ ରୂପେ ଅସମର୍ଥ ଅଛନ୍ତି । ଜଣେ ବ୍ୟକ୍ତି ଯ଼େତିକି ଆୟ କରୁଛି, ସେ ତୁଳନାରେ ଖାଦ୍ୟର ପୁଷ୍ଟିକର ଖାଦ୍ୟ(Protein foods )ର ଖର୍ଚ୍ଚ ତାଠୁ ଅଧିକ ରହୁଛି । ଫଳରେ 71 ପ୍ରତିଶତ ଲୋକେ ଏସବୁ ଖାଦ୍ୟ କିଣି ଖାଇବାକୁ ଅସମର୍ଥ ଥିବା ରିପୋର୍ଟରେ ପ୍ରକାଶ ପାଇଛି ।


କୁପୋଷଣ ଯୋଗୁଁ ଅନେକ ଲୋକ ରୋଗରେ ପଡୁଛନ୍ତି । ଅନେକ ଲୋକଙ୍କ ପାଖରେ ମଧୁମେହ ହୃଦରୋଗ ଭଳି ସମାସ୍ୟା ଦେଖାଦେଉଛି । ବିଶ୍ବ ଖାଦ୍ୟ ଓ କୃଷି ସଂଗଠର ରିପୋର୍ଟ ଅନୁଯୟୀ, ଜଣେ ଯ଼ୁବକକୁ ପ୍ରତି ଦିନ 200 ଗ୍ରାମ ଫଳର ଆବଶ୍ୟକତା ରହିଥିବାବେଳେ ସେ ମାତ୍ର 35.8 ଗ୍ରାମ ଖାଉଛି । ସେହିପରି 300 ଗ୍ରାମ ପରିବା ପରବର୍ତ୍ତେ ମାତ୍ର 168.7 ଗ୍ରାମ ପନିପରିବା କିଣି ଖାଉଛନ୍ତି ।

ଖାଦ୍ୟ ରେ ଅଶୁଦ୍ଧତା ର ଯାଞ୍ଚ !

ରକ୍ତହୀନତା,ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଏହି ଖାଦ୍ୟ,ଜାଣନ୍ତୁ...

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଲୋକେ ଧାର୍ଯ୍ୟ ଲକ୍ଷର ମାତ୍ର 13 ପ୍ରତିଶତ ତୈଳବୀଜ ଜାତୀୟ ଖାଦ୍ୟ ଖାଇବାରେ ସମର୍ଥ ହେଉଛନ୍ତି । ଦରଦାମ ବୃଦ୍ଧି ଏହାର କାରଣ ବୋଲି କୁହାଯାଇଛି । ସବୁ ପନିପରିବା ଫଳର ଦାମ ଆକାଶ ଛୁଆଁ ରହୁଥିବାରୁ ସାଧାରଣ ଖାଉଟି ଏହାକୁ କିଣିପାରୁନି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)