1. ଅନ୍ୟାନ୍ୟ

୨୦୨୦ ରେ ଆପଣଙ୍କୁ ମିଳିବ ଏକ ସୁନ୍ଦର ଉପହାର

୨୦୨୦ ରେ ଆପଣଙ୍କୁ ମିଳିବ ଏକ ସୁନ୍ଦର ଉପହାର

KJ Staff
KJ Staff

ଚଳିତ ବର୍ଷ ମିଳିବ ସର୍ବାଧିକ ଛୁଟି
୧୮ ଟି ଲମ୍ବା ଛୁଟ୍ଟୀ ର ମଜା ନିଅନ୍ତୁ

ଗତ ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ରେ ଆପଣ ପାଇବେ ସବୁଠାରୁ ଅଧିକ ଖୁସି!ସବୁଠାରୁ ଅଧିକ ଛୁଟି ,ସେ ପୁଣି ଛୋଟ ମୋଟା ନୁହେଁ ,ଲମ୍ବା ଉଇକେଣ୍ଡ ଛୁଟି |
୧୮ ଟି ଲମ୍ବା ଛୁଟ୍ଟୀ ର ଦେଖି ଦେଶର ର ବହୁତ ସ୍ମାର୍ଟ ସିଟି ର ବ୍ୟକ୍ତି ମାନେ ସପରିବାର ଏହି ଛୁଟି ର ମଜା ନେବା ଲାଗି ଏବେ ଠାରୁ ହିଁ ଟ୍ରେନ ଏବଂ ବୁଶ ରେ ଟିକେଟ କରିବା ଆରମ୍ଭ କରିସାରିଲେଣି |

ଏହି ସ୍ଥାନ ଏବେ ଅଧିକ ଲୋକପ୍ରିୟ :

ଲମ୍ବା ଛୁଟି ର ମଜା ନେବାକୁ ଲୋକେ ବିଶେଷ କରି ଏହି ପରି କେତୋଟି ସ୍ଥାନ କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ଯଥା ମହାରାଷ୍ଟ୍ର , ବାନେରଘଟା ଅଭୟାରଣ୍ୟ (ବାଙ୍ଗାଲୋର ),ରାଜେଶଥାନ ର ଚିତ୍ତରଗଡ଼, ଗୁଜୁରାଟ ର ଲୋଥାଳ,ତାମିଲ ନାଡୁ ର ମହାବେଳୀପୂର୍ଣ୍ଣମ ,ଏବଂ କର୍ଣ୍ଣାଟକ ର ହାମପି ବର୍ତମାନ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି |

ଆଇ ଏକ୍ସ ଆଇ ଗି ଓ ର ସିଇଓ ଆଲୋକେ ବାଜପାଇ କହିଛନ୍ତି ଯେ ବହୁଳ ସଂଖ୍ୟା ରେ ଲୋକ ମାନଙ୍କର ଫ୍ଲାଇଟ ପ୍ରତି ଆଗ୍ରହ ଏବଂ ଅତ୍ୟଧିକ ଟିକେଟ କାଟିବା ଦ୍ୱାରା ହାରାହାରି ସମସ୍ତ ଫ୍ଲାଇଟ ମାଲିକ ମାନେ ଶୀତ ଦିନ ର ଟିକେଟ ଭଡା କୁ ୨୦ % ହ୍ରାସ କରାଇଛନ୍ତି |ତେଣୁ ୧୫ ରୁ ୨୦ % ଟିକେଟ ବୁକିଂ ବଢିଥିଲା ବେଳେ ,ବହୁ ଲୋକ ଏହି ଛୁଟି ରେ ସପରିବାର ଭାରତ ମଧ୍ୟରେ ବୁଲିବାକୁ ଯାଇ ଡୋମେସ୍ଟିକ ଫ୍ଲାଇଟ ରେ ଟିକେଟ କାଟିଛନ୍ତି |

ସେହିପରି ବାଙ୍ଗଲୋର,ଗୋଆ ,ମଇଶୁର ,ପୁଡୁଚେରୀ ଇତ୍ୟାଦି ସ୍ଥାନ ଲାଗି ଲୋକମାନଙ୍କର ଏବେ ବେଶ ଅଧିକ
ଚାହିଦା ରହିଛି |

କେବଳ ଏତିକି ନୁହେଁ ଭାରତ ବ୍ୟତୀତ ବିଦେଶ ଗମନ କରିବାକୁ ଇଛା ରଖୁଥିବା ପର୍ଯ୍ୟଟକ ଙ୍କର ମଧ୍ୟ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହା ପୂର୍ବ ପରିମାଣ ରେ ଶତକଡା ୧୦ ରୁ ୧୫ ଭାଗ ଅଧିକ ରହିବାର ସୂଚନା ମିଳିଛି |ଲୋକପ୍ରିୟ ସ୍ଥାନ ର ତାଲିକା ରେ ରହିଛି ସିଙ୍ଗାପୁର,ଦୁବାଇ,କଳମ୍ବ ,ମାଲେସିଆ ଇତ୍ୟାଦି |

ଏନେଇ ଏବେ ଏକ ଇଟାଲୀ ର କମ୍ପାନୀ କୋଷ୍ଟ କୃଶ ,ଭାରତ ର ହାରାହାରି ୨୫୦ ବିଭିନ୍ନ ସ୍ଥାନ ରେ ନୂତନ ଏବଂ ସ୍ୱଳ୍ପ ବ୍ୟୟ ଯୁକ୍ତ କୃଶ ଲଗାଇବାର ନିଷ୍ପତି ନେଇଛି |ଏହା ମୁମ୍ବାଇ ,ଗୋଆ ,କୋଚି ଇତ୍ୟାଦି ବେଳାଭୂମି ରେ ଦେଖିବାକୁ ମିଳିବ ଏବଂ ଏହା ହାରାହାରି ସମସ୍ତ ବୟସ ର ଲୋକଙ୍କୁ ମତ୍ରାମୁଗ୍ଧ କରିବା ବୋଲି ଆସ ରଖିଛି କମ୍ପାନୀ |

ସେହିପରି ଗ୍ରାହକ ଙ୍କ ଚାହିଦା ଦେଖିବା ବର୍ତମାନ ଇଣ୍ଡିଗୋ କମ୍ପାନୀ ଦ୍ୱାରା ବେଙ୍ଗଲୋର ରୁ ଆଗ୍ରା ଯାଏ ଏକ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ ଯାହା ଭାରତ ସରକାର ଙ୍କର ଉଡାଣ ସ୍କିମ ଅନ୍ତର୍ଗତ ଘୋଷଣା କରାଯାଇଛି |
ତେବେ ଆପଣ ମଧ୍ୟ ୨୦୨୦ ର ସୁନ୍ଦର ଉପହାର ର ମଜା ନିଅନ୍ତୁ ଏବଂ ନିଜ ଉଇକେଣ୍ଡ ର ମଜା ନିଅନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments