1. ଅନ୍ୟାନ୍ୟ

୪ଟି ବ୍ୟାଙ୍କ FD ଦର ସଂଶୋଧନ କଲେ

ବିଭିନ୍ନ ବ୍ୟାଙ୍କ ବିଭିନ୍ନ ସମୟରେ ଅନେକ ପ୍ରକାର ସୁଧ ରାଶି ଉପରେ ନିଜ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିଥାନ୍ତି l ଯାହା ସଞ୍ଚୟକାରୀଙ୍କୁ ଅନେକ ଫାଇଦା ଯୋଗାଇଥାଏ l ତେବେ ଏପରି ଏକ ଅଫର ଆସିଛି ଗ୍ରାହକଙ୍କ ପାଇଁ ଯାହା ସୁଧ ହାରରେ ଅଧିକ ରୁ ଅଧିକ ଫାଇଦା ଦେବ l

Tanushree Mahapatra
Tanushree Mahapatra
4 banks revised their fd rates , image source - @sbi

4 banks revised their fd rates , image source - @sbi

ବିଭିନ୍ନ ବ୍ୟାଙ୍କ ବିଭିନ୍ନ ସମୟରେ ଅନେକ ପ୍ରକାର ସୁଧ ରାଶି ଉପରେ ନିଜ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିଥାନ୍ତି l ଯାହା ସଞ୍ଚୟକାରୀଙ୍କୁ ଅନେକ ଫାଇଦା ଯୋଗାଇଥାଏ l ତେବେ ଏପରି ଏକ ଅଫର ଆସିଛି ଗ୍ରାହକଙ୍କ ପାଇଁ ଯାହା ସୁଧ ହାରରେ ଅଧିକ ରୁ ଅଧିକ ଫାଇଦା ଦେବ l ସେହିପରି ଗ୍ରାହକମାନେ ନିଜ ନିଜ ବ୍ୟାଙ୍କ ତାହୂ ସର୍ବଦା ଅଧିକ ଫାଇଦା ଆଶାରେ ରହିଥାନ୍ତି ।

ସେଥିପାଇଁ ତ କେଉଁ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ସ୍ଥାୟୀ ଜମା ଉପରେ ଅଧିକ ସୁଧ ପ୍ରଦାନ କରୁଛି l ତେଣୁ ସେନେଇ ଜନସାଧାରଣ ସର୍ବଦା ସନ୍ଧାନ କରିଥାନ୍ତି । ତେବେ ସୂଚନାନୁଯାୟୀ, ଏହାରି ମଧ୍ୟରେ ଦେଶର ୪ଟି ବ୍ୟାଙ୍କ ପକ୍ଷରୁ ଏଫଡି ଦରରେ ପରିବର୍ତ୍ତନ କରାଯାଇଛି ଯାହା ଜମାକାରୀଙ୍କ ପାଇଁ ନିହାତି ଏକ ଖୁସି ଖବର । ତେଣୁ ଆପଣଙ୍କ ଅଞ୍ଚଳରେ କେଉଁ କେଉଁ ବ୍ୟାଙ୍କ ଆପଣଙ୍କୁ ଅଧିକ ଫାଇଦା ଦେବ ତାହା ଜାଣିବା ନିହାତି ଜରୁରୀ ।

ତେବେ ଆସନ୍ତୁ ଜାଣିବା ସେହି ବ୍ୟାଙ୍କ ସମ୍ପର୍କରେ ୧) ଆଇଡିବିଆଇ ବ୍ୟାଙ୍କ ଯାହା ନିକଟରେ ଏଫଡି ଦରରେ ସଂଶୋଧନ କରିଛି l ତାହା ସେପ୍ଟେମ୍ବର ମାସ ୧୫ ତାରିଖ ଠାରୁ ଲାଗୁ ହୋଇଥିବା ଜଣାପଡିଛି  । ଅନ୍ୟପଟେ ସାଧାରଣ ନାଗରିକଙ୍କୁ ମାତ୍ର ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ ରୁ ୬.୮୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୩.୫୦ ରୁ ୭.୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ ବୋଲି ବ୍ୟାଙ୍କ ତରଫରୁ ସୂଚନା ରହିଛି । ଦ୍ଵିତୀୟରେ ରହିଛି ଆକ୍ସିସ ବ୍ୟାଙ୍କ , ସେ ତା’ର ଏଫଡି ଦରରେ ୫୦ ବେସିସ ପଏଣ୍ଟ ହ୍ରାସ କରିଥିବା ଦେଖିବାକୁ ମିଳିଥିଲା l ଯାହାକି ସେପ୍ଟେମ୍ବର ମାସ ୧୫ ତାରିଖରୁ ଲାଗୁ ହୋଇଛି । ସେହିପରି ସଂଶୋଧନ ପରେ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫଡି ଉପରେ ପ୍ରାୟତଃ ୩ ରୁ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରୁଛି ।

ତୃତୀୟାରେ ରହିଛି କୋଟାକ ମହିନ୍ଦ୍ରା ବ୍ୟାଙ୍କ ଯାହା ୨ କୋଟିରୁ କମ୍ ବିଶିଷ୍ଟ ଏଫଡିର ସୁଧରେ ପରିବର୍ତ୍ତନ କରିଥିବା ନଜିର ରହିଛି । ତେବେ ସେପ୍ଟେମ୍ବର ମାସ ୧୩ ତାରିଖରୁ ତାହା ଲାଗୁ ହୋଇଯାଇଛି । ତେବେ ସାଧାରଣ ନାଗରିକଙ୍କୁ ୨.୭୫ ରୁ ୭.୨୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୩.୨୫ ରୁ ୭.୭୫ ଦରରେ ସୁଧ ମିଳିବ ବୋଲି ବ୍ୟାଙ୍କ ସୂଚନା ଦେଇଛି ।

ଅନ୍ୟପଟେ ଚତୁର୍ଥରେ ରହିଛି ୟେସ ବ୍ୟାଙ୍କ, କିଛି ନିଶ୍ଚିତ ଅବଧି ପାଇଁ ଏହି ବ୍ୟାଙ୍କ ୨ କୋଟିରୁ କମ୍ ଟଙ୍କାର ଏଫଡି ପାଇଁ ଦର ସଂଶୋଧନ କରିଛି । ତେବେ ସାଧାରଣ ନାଗରିକଙ୍କୁ ୩.୨୫ ରୁ ୭.୭୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୩.୭୫ ରୁ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ ଏହି ବ୍ୟାଙ୍କ ଜରିଆରେ । ଏହି ସଂଶୋଧିତ ଏଫଡି ଦର ଗତ ୪ ତାରିଖ ଠାରୁ ଲାଗୁ ହୋଇଥିବା ବ୍ୟାଙ୍କ ସୂଚନା ଦେଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments