1. ଅନ୍ୟାନ୍ୟ

ଏହି ଗଛ ଦ୍ୱାରା ସମାପ୍ତ ହେବ ଆପଣଙ୍କ ସବୁ ଚିନ୍ତା !

ଏହି ଗଛ ଦ୍ୱାରା ସମାପ୍ତ ହେବ ଆପଣଙ୍କ ସବୁ ଚିନ୍ତା !

KJ Staff
KJ Staff

ଆପଣଙ୍କ ଘର ଲାଗି ଲକି ଗଛ …

ମଣିଷ ଜୀବନର ନାନାଦି ଚିନ୍ତା ,ସମସ୍ୟା ଏବଂ ଜଟିଳତା କୁ ଦୂର କରିବା ଲାଗି ମଣିଷ ବହୁ ଚେଷ୍ଟା କରିଥାଏ |ପୂଜା ପାଠ ରୁ ଆରମ୍ଭ କରି ବିଭିନ୍ନ ଵାସ୍ତୁବିଦ ଙ୍କ ଠାରୁ ମଧ୍ୟ ଉପଦେଶ ନେଇଥାଏ ହେଲେ ଏହି ସମସ୍ତ ଉପାୟ ଠାରୁ ସହଜ ଉପାୟ ହେଉଛି ନିଜ ବାସଭବନ ମଧ୍ୟରେ ଗଛ ଲଗାଇବା |
ବର୍ତମାନ ବୃଦ୍ଧି ପାଉଥିବା ପ୍ରଦୂଷଣ ର ମୁକାବିଲା ସହ ସକାରତ୍ମକ ଶକ୍ତି ର ନିଜ ପରିପାର୍ଶ୍ଵ ରେ ସଂଚାର କରିବାରେ କେତେଟି ଗଛ ବିଶେଷ ଉପକାରୀ ସାବ୍ୟସ୍ତ ହୋଇଛନ୍ତି |ଏହି ଗଛ ମାନଙ୍କୁ ବିଶ୍ୱ ର ବିଭିନ୍ନ ଦେଶ ଏପରିକି ବିଭିନ୍ନ ଧର୍ମ ରେ ମଧ୍ୟ ଏହାକୁ ଲକି ବା ଶୁଭପ୍ରଦ ର ମାନ୍ୟତା ଦିଆଯାଇଛି |

ଏହି ଗଛ ମାନଙ୍କୁ ଆପଣ ନିଜ ଘରେ ମଧ୍ୟରେ ଛୋଟ କୁଣ୍ଡ ରେ ବା ଝୁଲୁଥିବା କୁଣ୍ଡ ରେ ଏପରିକି କି ନିଜ ବେଡ୍ରୁମ ରେ ମଧ୍ୟ ରଖିପାରିବେ |ଶୁଭଫଳ ଦେଉଥିବା କେତୋଟି ଗଛ ମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ :

୧)ବାଉଁଶ :

ବାଉଁଶ ର ବିଭିନ୍ନ ପ୍ରଜାତି ମଧ୍ୟରୁ ଲକି ବ୍ୟାମ୍ବୋ ବେଶ ଶୁଭପ୍ରଦ |ପ୍ରଥମ ଥର ଲାଗି ଏହି ଗଛ ମାନଙ୍କୁ ଚୀନ ରେ ଦେଖିବାକୁ ମିଳିଥିଲା |ଏହା ଚୀନ ର ବାସିନ୍ଦା ମାନଙ୍କ ମଧ୍ୟରେ ଉତ୍ତମ ଫେନ ସୁଈ ବା ପ୍ରଭାବଶାଳୀ ଗଛ ଭାବେ ବେଶ ପ୍ରସିଦ୍ଧ | ବିଶେଷ କରି ୪ ଟି ବାଉଁଶ କୁ ଏକ ନାଲି ରିବନ ରେ ବାନ୍ଧି ଘରେ ରଖାଯାଏ |ଏହାକୁ ପରିବାର ବର୍ଗ ଙ୍କ ଖୁସି ଏବଂ ଏକଜୁଟ ହୋଇ ବାନ୍ଧି ରଖିବାର ପ୍ରତୀକ ବୋଲି ମନେ କରାଯାଏ |ଏହା ବ୍ୟତୀତ ଏହା ଘର ର ଶୋଭା କୁ ଦ୍ବିଗୁଣିତ କରିଥାଏ |

୨)୪ ପତ୍ରିଆ କ୍ଳଭର:

ୟୁଏସ ରେ ଏହି ଗଛ କୁ ବିଶେଷ ଭାବେ ଶୁଭପ୍ରଦ ହେବାର ବିଶ୍ୱାସ କରାଯାଏ |ଏହି ଖଂଡର ବୃକ୍ଷ ରେ ମାତ୍ର ୪ ଟି ପତ୍ର ରହିଥାଏ |ଏହା ସାଧରଣ କ୍ଳଭର ଗଛ ର ଏକ ବିଶେଷ ମ୍ୟୁଟେଣ୍ଟ ପ୍ରଜାତି ଯାହା ଅଧିକ ଦେଖିବାକୁ ମିଳେ ନାହିଁ |ବହୁ ପ୍ରାଚୀନ କାଳରୁ ଏହି ମାନ୍ୟତା ରହିଛି ଯେ ଏହି ଗଛ କୁ ଯଦି କିଏ ଅକସ୍ମାତ ଦେଖିବାକୁ ପାଇଥାଏ ତେବେ ତା ଲାଗି ଦିନଟି ନିଶ୍ଚିନ୍ତ ଶୁଭପ୍ରଦ ହେବ |


୩)ତୁଳସୀ :

ଏହି ଗଛ ର ବିଶେଷତ୍ୱ ବିଷୟରେ ଆପଣ ନିଶ୍ଚିନ୍ତ ଜାଣିଥିବେ |ପ୍ରତ୍ୟେକ ଓଡ଼ିଆ ଘର ଅଗଣାର ଏହା ଏକ ବିଶେଷତା |ଏହା ଆପଣଙ୍କ ଘରେ ଲୋଲୁପ ଦୃଷ୍ଟି ପଡ଼ିବାକୁ ଦିଏ ନାହିଁ ,ବାତାବରଣ ସ୍ଵଛ ରଖେ ଏବଂ ଘରୁ ନକାରାତ୍ମକ ଶକ୍ତି କୁ ଦୁରେଇ ରଖିଥାଏ |ଏହା ବ୍ୟତୀତ ପରିପାର୍ଶ୍ଵ ରେ ଏହି ଗଛ ରହିଲେ ଆପଣ ବହୁ ରୋଗ ବ୍ୟାଧି ରୁ ମଧ୍ୟ ଦୂରରେ ରହିବେ |

୪)ସାପୁଆ ଗଛ (ସ୍ନେକ ପ୍ଲାଣ୍ଟ );

ଏହାକୁ ଶାଶୁ ଗଛ ମଧ୍ୟ କୁହାଯାଏ |ଏହି ଗଛଟି ବାୟୁମଣ୍ଡଳ ର କେତେକ କ୍ଷେତିକାରକ ବାଷ୍ପ ବା ଗ୍ୟାସ କୁ ଅବଶୋଷଣ କରି ବାୟୁମଣ୍ଡଳ କୁ ସୁସ୍ଥ ଏବଂ ସ୍ୱଚ୍ଛ ରଖିଥାଏ |

୫)ମାନି ପ୍ଲାଣ୍ଟ :

କେବଳ ଏକ ମଗ ପାଣି ରେ ମଧ୍ୟ ବଢିପାରୁଥିବା ଏହି ଗଛ କୁ ବହୁ ପ୍ରାଚୀନ କାଳ ରୁ ଶୁଭପ୍ରଦ ଗଛ ମାନଙ୍କ ତାଲିକା ରେ ସାମିଲ କରାଯାଇ ସାରିଛି |ଏହାକୁ ଲଗାଇବା ଖୁବ ସହଜ ଏବଂ ଏହା ଏହା ବେଶ ଶୀଘ୍ର ବଢିଥାଏ |ମନେ ରଖନ୍ତୁ ଏହାକୁ ଝୁଲାଇ ରଖନ୍ତୁ ନାହିଁ |ଗଛ ଉପରକୁ ମୁହଁ କରି ରହିଲେ ହିଁ ଆପଣଙ୍କ ଘରେ ଧାନ ରତ୍ନ ବଙ୍ଗ ସମ୍ପତି ବୃଦ୍ଧି ପାଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments