![5 YEAR MISSION FOR COTTON PRODUCTIVITY, image source - pexels](https://ocdn.krishijagran.com/media/10780/pexels-equalstock-20344413.jpg)
5 YEAR MISSION FOR COTTON PRODUCTIVITY, image source - pexels
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି କୃଷିକୁ ଭାରତର ବିକାଶ ଯାତ୍ରାର ପ୍ରଥମ ଇଞ୍ଜିନ୍ ବୋଲି ଉଲ୍ଲେଖ କରିବା ସହ କୃଷି କ୍ଷେତ୍ରର ବିକାଶ ଓ ଉତ୍ପାଦକତା ବୃଦ୍ଧି ପାଇଁ କୃଷକଙ୍କ ହିତ ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି।
ବିହାରରେ ଏକ ମଖାନା ବୋର୍ଡ ପ୍ରତିଷ୍ଠା ପାଇଁ ସରକାରଙ୍କ ନିଷ୍ପତ୍ତି ଘୋଷଣା କରି ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିହାରରେ ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ମାର୍କେଟିଂରେ ଉନ୍ନତି ଆଣିବା ପାଇଁ ଏହି ବୋର୍ଡ ଗଠନ କରାଯିବ। ସେ ଉଲ୍ଲେଖ କରିଛନ୍ତି ଯେ ଏହି କାର୍ଯ୍ୟକଳାପରେ ନିୟୋଜିତ ଲୋକଙ୍କୁ ଏଫ୍ ପିଓରେ ସଂଗଠିତ କରାଯିବ। ଏହି ବୋର୍ଡ ମଖାନା କୃଷକମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣ ସହାୟତା ପ୍ରଦାନ କରିବ ଏବଂ ସେମାନେ ଯେପରି ସମସ୍ତ ପ୍ରାସଙ୍ଗିକ ସରକାରୀ ଯୋଜନାର ଲାଭ ପାଇବେ ତାହା ସୁନିଶ୍ଚିତ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ ।
କପା ଉତ୍ପାଦନ ପାଇଁ ଅଭିଯାନ ଘୋଷଣା କରିବା ଅବସରରେ ଶ୍ରୀମତୀ ନିର୍ମଳା ସୀତାରମଣ କହିଥିଲେ ଯେ ଏହି ପାଞ୍ଚ ବର୍ଷିଆ ମିଶନ କପା କୃଷିର ଉତ୍ପାଦକତା ଏବଂ ସ୍ଥାୟୀତାରେ ଉଲ୍ଲେଖନୀୟ ଉନ୍ନତି ଆଣିବାରେ ସହାୟକ ହେବ ଏବଂ କପାର ଦୀର୍ଘକାଳୀନ ପ୍ରଜାତିକୁ ପ୍ରୋତ୍ସାହନ ଦେବ । କୃଷକମାନଙ୍କୁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ପକ୍ଷରୁ ସର୍ବୋତ୍ତମ ସହାୟତା ଯୋଗାଇ ଦିଆଯିବ। ବୟନ ଶିଳ୍ପ କ୍ଷେତ୍ର ପାଇଁ ୫ଏଫ୍ ର ଆମର ସମନ୍ବିତ ଦୃଷ୍ଟିକୋଣ ଅନୁଯାୟୀ, ଏହା କୃଷକଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ ଏବଂ ଭାରତର ପାରମ୍ପରିକ ବୟନଶିଳ୍ପ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ଗୁଣାତ୍ମକ କପାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବ ।
ସାମୁଦ୍ରିକ ଖାଦ୍ୟ ରପ୍ତାନି ଦୃଷ୍ଟିରୁ ୬୦ ହଜାର କୋଟି ଟଙ୍କାର ମାଛ ଉତ୍ପାଦନ ଓ ଜଳଚାଷ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ବିତୀୟ ବୃହତ୍ତମ ଉତ୍ପାଦକ ବୋଲି ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସାମୁଦ୍ରିକ କ୍ଷେତ୍ରର ଅବ୍ୟବହୃତ ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ଆମ ସରକାର ଭାରତୀୟ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏବଂ ଗଭୀର ସମୁଦ୍ରରୁ ସ୍ଥାୟୀ ମାଛଧରାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅନୁକୂଳ ଢାଞ୍ଚା ଆଣିବେ। ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଭଳି ଦ୍ୱୀପ ଉପରେ ବିଶେଷ ଧ୍ୟାନ ଦେଇ ।
Read more
BUDGET 2025: ଟିକସଦାତାଙ୍କୁ ଖୁସି ଖବର !
INSURANCE SECTOR: ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ
Share your comments