ରାଜ୍ୟରେ ରାଜ୍ୟର ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର ଅନେକ ପୋର୍ଟାଲ ବା ଆପ ଲଞ୍ଚ କରିଛନ୍ତି ଯାହା ରାଜ୍ୟବାସୀଙ୍କୁ ସାହାଯ୍ୟ କରୁଛି l ଲୋକଙ୍କ ହାତପାଆନ୍ତାରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବିଶେଷକରି କିଛି ଦିନ ତଳେ ସମସ୍ତ ସରକାରୀ ସେବାକୁ ଗୋଟିଏ ମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ରାଜ୍ୟବାସୀଙ୍କ ପାଇଁ ଓଡ଼ିଶା ୱାନ ପୋର୍ଟାଲର ବ୍ୟବସ୍ଥା କରାଯାଇଛି ।
ଗତ ୨୦୨୧ ମସିହାରେ ମସିହା ମାର୍ଚ୍ଚ ୫ ତରିଖରେ ଏହି ପୋର୍ଟାଲ ଲୋକାର୍ପିତ ହୋଇଥିଲା l ପରେ ଅଦ୍ୟାବଧି ବିଭିନ୍ନ ବିଭାଗର ମୋଟ୍ ୬୪୦ଟି ଅନଲାଇନ ସେବା ଏହି ପୋର୍ଟାଲରେ ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇସାରିଛି । ତନ୍ମଧ୍ୟରୁ ବିଭାଗ ମଧ୍ୟରେ ମୋଟ ୧୫୪ ଟି ସେବାକୁ ଏକତ୍ରୀକରଣ କରାଯାଇଥିଲା l ପରେ ପରେ ଆଉ ୪୯ଟି ସେବାର ଏକତ୍ରୀକରଣ ପ୍ରକ୍ରିୟା ଜାରି ରହିଛି ସରକାରଙ୍କ ଦ୍ୱାରା ।
ଏହାର ଲକ୍ଷ୍ୟ ଥିଲା ଲୋକମାନଙ୍କ ନିକଟରେ ସମସ୍ତ ସରକାରୀ ସେବା ଉପଲବ୍ଧ କରାଇବା ଏବଂ ଟେକ୍ନୋଲୋଜିକୁ ଗାଁ ଗାଁରେ ପହଞ୍ଚାଇବା l ମୋ ସେବା କେନ୍ଦ୍ର ସହିତ ଓଡ଼ିଶା ୱାନ ପୋର୍ଟାଲର ଶୁଭାରମ୍ଭ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେହିଦିନ ଠାରୁ ଟେକ୍ନେଲୋଜିଭିତ୍ତିକ ଏହି ଦୁଇଟି ପଦକ୍ଷେପ ଗ୍ରାମାଞ୍ଚଳ ଗୁଡିକରେ ସରକାରୀ ସେବା ସହଜରେ ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ମିଳି ପାରୁଛି l ଲୋକଙ୍କୁ ସଶକ୍ତ କରିବା ସହିତ ସେମାନଙ୍କୁ ସମ୍ମାନର ସହ ସମସ୍ତ ସେବା ଯୋଗାଇବା ଓ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ । ତେବେ 5T ଉପକ୍ରମ ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ରାଜ୍ୟରେ । ଏହି ସରକାରୀ ଯୋଜନାରେ ସାଧାରଣ ଲୋକେ ଯେପରି ସମସ୍ତ ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇ ପାରିବେ ବିଶେଷ କରି ଏହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।
ଏହାଦ୍ୱାରା ସମସ୍ତ ସରକାରୀ କାର୍ଯ୍ୟ ସରଳୀକରଣ ହେବା ସହ ଏକାଧିକ ବିଭାଗ ସହ ସମ୍ପୃକ୍ତ ବିଭିନ୍ନ ସରକାରୀ କାର୍ଯ୍ୟ ସହଜରେ ହୋଇ ପାରୁଛି l ଛୋଟ ଛୋଟ ଗାଁ ରେ ମଧ୍ୟ ଲୋକେ ଉପକୃତ ହୋଇପାରୁଛନ୍ତି l ତେବେ ଏଠି ସହିତ ଜଡିତ ଥିବା ବ୍ୟକ୍ତି ତଥା ବିଭାଗମାନେ ଅଧିକରୁ ଅଧି ମାତ୍ରାରେ ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବେ ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ନିଅ ଯାଇଛି ।
ଏହି ଡାଲିଚାଷରୁ ଅଳ୍ପ ଖର୍ଚ୍ଚରେ, ଅଧିକ ଆୟ
ମାର୍କେଟକୁ ଆସିବ ସୁଗାରଫ୍ରି ଚାଉଳ, ଏବେ ଖାଇପାରିବେ ଡାଇବେଟିସ୍ ରୋଗୀ !....
Share your comments