1. ଅନ୍ୟାନ୍ୟ

ଇଦ ମୁବାରକ !

ଇଦ ମୁବାରକ !

KJ Staff
KJ Staff

ଭାରତବର୍ଷ ର ଅନ୍ୟ ଏକ ଲୋକପ୍ରିୟ ପର୍ବ ;ଇଦ |ମୁସଲିମ ସମ୍ପ୍ରଦାୟ ରେ ହୁଏତ ଏହା ସବୁଠାରୁ ଅଧିକ ମାନ୍ୟତା ରଖିଛି ହେଲେ ଘରେ ଘରେ ଏହି ପର୍ବ ର ନିଆରା ସ୍ୱାଦ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ଦେଖିବାକୁ ମିଳେ | ଇଦ ରେ ବିଶ୍ୱପ୍ରସିଦ୍ଧ ଏହି ୧୦ ଟି ସ୍ୱାଦିଷ୍ଟ ଭୋଜନ :

୧)ନବାବି ବିରିୟାନୀ :ଲମ୍ବା ଓ ବାସନାଯୁକ୍ତ ବାସୁମତି ରେ ତିଆରି ହୋଇଥିବା , ଚିକେନ ବା ମଟନ ସହ ନବାବି ବିରିୟାନୀ ଘରେ ଘରେ ମନ କିଣିଥାଏ|ଅଧିକ କିସମିସ ବ୍ୟବହାର ହୋଇଥିବାରୁ ଏହାର ନାମ ନବାବି ବିରିୟାନୀ |

୨)ବାଦାମୀ ଘୋଷ୍ଟ:ବାଦାମ ଓ ଆମିଷ ର ମିଶ୍ରଣ ରେ ତିଆରି ଏହି ବ୍ୟଞ୍ଜନ ;ନିଜର ମହକ ରେ ଆପଣଙ୍କ ଭୋକ ଅଧିକ ବଢ଼ାଇଦିଏ |ଅଧିକ ପେଷ୍ଟ ବାଦାମ ବ୍ୟବହାର ହେଉଥିବାରୁ ଏହାର ନାମ ବାଦାମୀ ଘୋଷ୍ଟ
|

୩)ଶିର କୋରମା :ପ୍ରତ୍ୟେକ ମୁସଲିମ ଘରେ ଜଳାକିଆ ଭାବେ ଗ୍ରହଣ କରାଯାଏ ଏହି ବ୍ୟଞ୍ଜନ |ମିଠା କ୍ଷୀର ଓ ସୁଖ ଖଜୁରୀ ରୁ ତିଆରି ଏହି କୋରମା ଇଦ ରେ ଆପଣଙ୍କ ପାଟି ମିଠା କରିବା ଲାଗି ପ୍ରକୃଷ୍ଟ |ଏହାକୁ ଭୋଗ ଭାବେ ଘରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ପରୋସା ଯାଇଥାଏ |

୪)ବାଦାମ ଫିରନି:ବାଦାମ ,କାଜୁ ,ପେସ୍ତା ,କ୍ଷୀର ର ଅଦ୍ଭୁତ ମିଶ୍ରଣ ରେ ତିଆରି ଏହି ବ୍ୟଞ୍ଜନ ନିଜର ବାଦାମୀ ସ୍ୱାଦ ରେ ଆପଣଙ୍କ ମନ କିଣିବା ନିଶ୍ଚିନ୍ତ |ମିଠା ଖାଇବାକୁ ପସନ୍ଦ କରୁଥିଲେ ଥରୁଟିଏ ଏହାକୁ ନିଶ୍ଚିନ୍ତ ଚାଖି ଦେଖିବା ଉଚିତ |


୫)ବଇଦା ରୁଟି :ପରଟା ସଦୃଶ ଏହି ବ୍ୟଞ୍ଜନ ଖାସ ଅଣ୍ଡା ଖାଇବାକୁ ଭଲପାଉଥିବା ଲୋକଙ୍କ ଲାଗି ଅତି ଉତ୍ତମ :ଏହି ରୁଟି କୁ ତିଆରି କରିବାକୁ ହେଲେ ବେଳ ହେଇଥିବା ରୁଟି କୁ ଅଣ୍ଡା ରେ ଗୋଳାଇ ,ସେଥିରେ ବିଭିନ୍ନ ପ୍ରକାର ମସଲା ଦେଇ ତିଆରି କରାଯାଇଥାଏ |ପୁଦିନା ଚଟଣି ସାଙ୍ଗେ ଏହି ରୁଟି ର ମଜା ନିଆରା |

୬)ସିମେଇ :କ୍ଷୀର ଓ ସିମେଇ ସହ ଡ୍ରାଇ ଫ୍ରୁଟ ର ମିଶ୍ରଣ ରେ ତିଆରି ହୋଇଥିବା ଏହି ବ୍ୟଞ୍ଜନ ଇଦ ରେ ଆପଣଙ୍କ ମନ ମୋହିବା ସୁନିଶ୍ଚିନ୍ତ |ଏହାକୁ ତିଆରି କରିବା ପ୍ରଣାଳୀ ମଧ୍ୟ ଖୁବ ସହଜ|


୭)କୋପ୍ରା ପାକ:ଇଦ ରେ ଶେଷ ପର୍ଯ୍ୟାୟ ରେ ମିଠା ବ୍ୟଞ୍ଜନ ଭାବେ ଏହି ବ୍ୟଞ୍ଜନ ଘରେ ଘରେ ନିଶ୍ଚିନ୍ତ ପ୍ରସ୍ତୁତ କରାଯାଏ | କେଶର ,କ୍ଷୀର ,ମାୱା ,ନଡ଼ିଆ କୋରା ର ମିଶ୍ରଣ ରେ ତିଆରି ହୋଇଥିବା କୋପ୍ରା ପାକ ,ଭୋଜନ ଶେଷରେ ଅତିଥି ଙ୍କ ପାଟି ମିଠା କରିବା ଲାଗି ବେଶ ଉତ୍ତମ ହୋଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments