1. ଅନ୍ୟାନ୍ୟ

ଘର କରିବ ମନ ଶାନ୍ତି

ଘର କରିବ ମନ ଶାନ୍ତି

KJ Staff
KJ Staff
କାର୍ଯ୍ୟାଳୟ ର ଧାଁଧଉଡ,ଏବଂ ନିରନ୍ତର କାମ ପରେ ଜଣେ ବ୍ୟକ୍ତି ଘରକୁ ହିଁ ଫେରିଥାଏ |ତେବେ ଭିନ୍ନ ଭିନ୍ନ ଚିନ୍ତା ନେଇ ଫେରୁଥିବା ଏହି କଲତ ବ୍ୟକ୍ତି ଲୋଡ଼େ ଶାନ୍ତି ଏବଂ ଏହି ଶାନ୍ତି ର ପ୍ରଥମ ପୃଷ୍ଠା ହେଉଛି ବାସ ଭାବନା ବା ଆପଣଙ୍କ ଘର |ଘର ଟି ଭଲ ଭାବେ ସାଇତି ରଖା ହୋଇଥିଲେ ମନ ର ବହୁତ ଚିନ୍ତା ଏବଂ କ୍ଲାନ୍ତି ଦୂର ହୋଇଥାଏ ବୋଲି ମନୋବୈଜ୍ଞାନିକ ମାନେ ମତ ଦିଅନ୍ତି |

ଏହା ବ୍ୟତୀତ ବସ୍ତୁବିତ ଙ୍କ ମତରେ ମଧ୍ୟ ଗୃହ ର ବାସିନ୍ଦା ଙ୍କ ଜୀବନ ରେ ଉନ୍ନତି ଲାଗି ଘର କୁ ସଜାଡି ସଫା ରଖିବା ନିହାତି ଆବଶ୍ୟକ |ଏହା ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି କରେ |


ତେଣୁ ସର୍ବଦା ଘର ବା ବାସ ଗୃହ କୁ ଏହି ପରି ସଜାଡ଼ିଲେ ମିଳିଥାଏ ଆତ୍ମସନ୍ତୋଷ !


-ଧ୍ୟାନରେ ରଖନ୍ତୁ ସମ୍ପୂର୍ଣ ଘର ନ ହେଲେ ଅନ୍ତତଃ ନିଜ କକ୍ଷରେ ମନପସନ୍ଦ ର ରଙ୍ଗ ଲଗାନ୍ତୁ |ଗୋଲାପୀ ,ହଳଦୀ ଧଳା ନୀଳ ଇତ୍ୟାଦି ରଙ୍ଗ ଆଖିକୁ ମଧ୍ୟ ଆରମ୍ଭ ଦେଇଥାଏ |


-ଘରର ପ୍ରତ୍ୟେକ ସ୍ଥାନରେ ଅସବପତ୍ର ନ ଖଞ୍ଜି ଖୋଲା ସ୍ଥାନ ମଧ୍ୟ ଛାଡ଼ନ୍ତୁ |ଘରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ଏବଂ ପବନ ପ୍ରବେଶ କରିବା ନିହାତି ଆବଶ୍ୟକ |ବହୁ ସମୟରେ ଧଣ୍ଡା ପବନ ଦେହ ରେ ସ୍ପର୍ଶ କଲେ ମଧ୍ୟ ଶାନ୍ତି ମିଳେ |


-ଏବେ ବଜାରରେ ବିଭିନ୍ନ ପ୍ରଜାତି ର ୱିଣ୍ଡୋର ପ୍ଲାଣ୍ଟ ମଧ୍ୟ ଉପଲବ୍ଧ !ପରିବେଶ ଏବଂ ମନ ଉଭୟ କୁ ବେଶ ପ୍ରଭାବିତ କରେ ଏହି ବୃକ୍ଷ |ତେଣୁ ଏସବୁ କୁ ମଧ୍ୟ ଘର ଭିତରେ ଲଗାଇପାରିବେ |ଏହା ବ୍ୟତୀତ ସବୁଜ ରଙ୍ଗ ଆଖି ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞନ ମତ ଦିଅନ୍ତି |


-ଦାମୀ ଏବଂ ଡିଜାଇନ ଖଟ ରେ ଯେ ଭଲ ନିଦ ହେବ ଏହା ଭାବିବା ସମ୍ପୂର୍ଣ ଭୁଲ ବରଂ ଆରାମ ଦେଲା ଭଳିଆ ଖଟ ବ୍ୟବହାର କରିବା ଉଚିତ |କକ୍ଷରେ ଅଧିକ ଆଲୋକିତ କରୁଥିବା ବତୀ ନ ଲଗାଇ ବରଂ ହାଲକା ବତୀ ଲଗାଇବା ମଧ୍ୟ ମାନସିକ ଚାପକୁ ଅନେକାଂଶ ରେ ଲାଘବ କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments