1. ଅନ୍ୟାନ୍ୟ

୭୭ତମ ସ୍ୱାଧୀନତା ଦିବସରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା

ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ଗାଁରୁ ସହର ଯାଏ, ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ନାଗରିକମାନେ, ସମସ୍ତେ ଯେଉଁ ଆନନ୍ଦ, ଉତ୍ସାହ ଓ ଆଗ୍ରହର ସହିତ ଆମ ସ୍ୱାଧୀନତା ଉତ୍ସବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହା ଅତ୍ୟନ୍ତ ଚିତ୍ତାକର୍ଷକ ।

Tanushree Mahapatra
Tanushree Mahapatra
ADDRESS TO THE NATION BY THE HON’BLE PRESIDENT OF INDIA, image source - twitter

ADDRESS TO THE NATION BY THE HON’BLE PRESIDENT OF INDIA, image source - twitter

ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ଗାଁରୁ ସହର ଯାଏ, ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ନାଗରିକମାନେ, ସମସ୍ତେ ଯେଉଁ ଆନନ୍ଦ, ଉତ୍ସାହ ଓ ଆଗ୍ରହର ସହିତ ଆମ ସ୍ୱାଧୀନତା ଉତ୍ସବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହା ଅତ୍ୟନ୍ତ ଚିତ୍ତାକର୍ଷକ । ତାହା ଦେଖିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶବାସୀ ଆଜାଦୀ କା ଅମୃତ ମହୋତ୍ସବକୁ ବେଶ୍ ଧୂମଧାମରେ ପାଳନ କରୁଛନ୍ତି ।

ଏକ ମହାନ୍ ଗଣତନ୍ତ୍ରର ଅଂଶବିଶେଷ ଭାବେ ଆମେ ଆମ ସ୍ୱାଧୀନତା ଦିବସ ପାଳନ କରୁଛୁ ଏହା ସତ୍ୟ । ଆମ ପ୍ରତ୍ୟେକଙ୍କର ଅନେକ ପରିଚୟ ରହିଛି । ଜାତି, ପନ୍ଥ, ମତ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଆମେ ଆମ ପରିବାର ଓ ବୃତ୍ତି ସହିତ ସମ୍ପୃକ୍ତ । ମାତ୍ର ଏସବୁ ସତ୍ୱେ ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ ହେଲା, ଆମେ ସମସ୍ତେ ଭାରତୀୟ, ଭାରତର ନାଗରିକ । ଆମ ମଧ୍ୟରୁ ପ୍ରତ୍ୟେକ ନାଗରିକ ଦେଶ ଆଗରେ ସମାନ । ଆମ ସମସସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ ।ଏହି ଭୂମିରେ ଆମ ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ ସମାନ । 

ଭାରତ ଗଣତନ୍ତ୍ରର ଜନନୀ ଏବଂ ପ୍ରାଚୀନ କାଳରୁ ଆମ ଦେଶରେ ସମାଜର ତଳସ୍ତରରେ ଗଣତାନ୍ତ୍ରିକ ଅନୁଷ୍ଠାନ କାର୍ଯ୍ୟକରି ଆସୁଥିଲା । ଦୀର୍ଘକାଳୀନ ଉପନିବେଶବାଦୀ ଶାସନ ସେସବୁକୁ ନିଃଶେଷ କରିଦେଇଥିଲା । ୧୯୪୭ ଅଗଷ୍ଟ୧୫ରେ ଭାରତରେ ଏକ ନୂତନ ସୂର୍ଯ୍ୟୋଦୟ ହେଲା । ଆମେ ବିଦେଶୀ ଶାସନରୁ କେବଳ ମୁକ୍ତି ପାଇଲୁ ନାହିଁ, ଆମ ଭାଗ୍ୟ ଲେଖିବାର ସ୍ୱାଧୀନତା ମଧ୍ୟ ଆମକୁ ମିଳିଲା ।

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆମର ସେହି ଜ୍ଞାତ ଓ ଅଜ୍ଞାତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଦେଶବାସୀଙ୍କ ସହିତ ମୋର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରୁଛି । ସେମାନଙ୍କ ଯୋଗୁଁ ଭାରତ ବିଶ୍ୱ ଦରବାରରେ ଉପଯୁକ୍ତ ସ୍ଥାନ ପାଇବାର ଆଜି ସମର୍ଥ ହୋଇଛି । ମାତଙ୍ଗନୀ ହାଜରା ଓ କନକଲତା ବରୁଆଙ୍କ ଭଳି ମହାନ୍ ମହିଳା ମୁକ୍ତି ସଂଗ୍ରାମୀମାନେ ଭାରତ ମାତାଙ୍କ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ । ମା’ କସ୍ତୁରବା ଜାତିର ପିତାଙ୍କ ସହ ତାଳ ମିଳାଇ ସତ୍ୟାଗ୍ରହର ବନ୍ଧୁର ପଥରେ ଆଗକୁ ବଢିଥିଲେ । ସରୋଜିନୀ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମାଦେବୀ, ଅରୁଣା ଆସଫ ଅଲ୍ଲୀ ଓ ସୁଚେତା କୃପାଳିନୀଙ୍କ ଭଳି ଅନେକ ମହାନ୍ ମହିଳା ଭବିଷ୍ୟତର ମହିଳା ପିଢିଙ୍କ ପାଇଁ ସେବା, ତ୍ୟାଗ ଓ ଦେଶଭକ୍ତିର ଉଚ୍ଚ ପ୍ରେରଣାଦାୟୀ ଆଦର୍ଶ ଛାଡିଗଲେ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମବିଶ୍ୱାସର ସହିତ ଦେଶର ମହିଳମାନେ ରାଷ୍ଟ୍ର ଓ ସମାଜ ପାଇଁ କାମ କରିପାରିବେ । ଆଜି ଆମ ଦେଶର ମହିଳାମାନେ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ସେବା ଓ ଅବଦାନ ଫଳରେ ଦେଶର ଗରିମା ବୃଦ୍ଧି ପାଉଛି । ଅଳ୍ପ କେଇ ଦଶକ ତଳେ ଯେଉଁସବୁ କ୍ଷେତ୍ରରେ ମହିଳାମାନଙ୍କର ପ୍ରବେଶ କଳ୍ପନାତୀତ ଥିଲା ଏବେ ସେଠାରେ ନାରୀମାନେ ଚମତ୍କାର ସଫଳତା ହାସଲ କରୁଛନ୍ତି । 

ଆମ ଇତିହାସ ସହିତ ପୁନଃ ସଂଯୁକ୍ତ ହେବା ପାଇଁ ସ୍ୱାଧୀନତା ଦିବସ ଏକ ଅବସର । ଏହା ମଧ୍ୟ ବର୍ତ୍ତମାନର ସ୍ଥିତିକୁ ଆକଳନ କରି ଭବିଷ୍ୟତର କର୍ମ ପନ୍ଥା ନିର୍ଦ୍ଧାରଣ କରିବାର କ୍ଷଣ । ବର୍ତ୍ତମାନ ଦେଖିଲେ ଆମକୁ ଦେଖାଯାଏ ଯେ ଭାରତ କେବଳ ବିଶ୍ୱ ମଞ୍ଚରେ ତାହାର ଯଥାର୍ଥ ସ୍ଥାନ ଫେରି ପାଇନାହିଁ, ଆମ ଦେଶ ବରଂ ଆନ୍ତର୍ଜାତିକ ସ୍ତରରେ ତାହାର ସ୍ଥିତି ଓ ପ୍ରଭାବକୁ ବଢାଇ ପାରିଛି । ବିଭିନ୍ନ ଦେଶକୁ ଗସ୍ତ କରିବା ଅବସରରେ ମୁଁ ସେଠାରେ ବସବାସ କରୁଥିବା ଭାରତୀୟଙ୍କ କାହାଣୀରେ ଏକ ନୂଆ ଆତ୍ମବିଶ୍ୱାସ ଓ ଭାବନା ଅନୁଭବ କରିଛି । ସମଗ୍ର ବିଶ୍ୱରେ ମାନବୀୟ ଓ ବିକାଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ପାଇଁ ଭାରତ ଏକ ଗୁରୁ‌ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଜି-୨୦ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଂଚର ନେତୃତ୍ୱ ମଧ୍ୟ ଭାରତ ଏବେ ନେଉଛି ।

ଆମର ସମ୍ବିଧାନ, ଆମର ମାର୍ଗଦର୍ଶକ ଦସ୍ତାବିଜ୍ । ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ସ୍ଥାନ ପାଇଛି । କିନ୍ତୁ ଆସନ୍ତୁ ଆମେ ଆମର ରାଷ୍ଟ୍ର ନିର୍ମାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଦ୍‌ଭାବନା ଓ ଭ୍ରାତୃଭାବର ବିଚାର ସହିତ ଆଗକୁ ବଢିବା । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ପୁଣି ଆପଣମାନଙ୍କୁ ବିଶେଷକରି, ସୀମାରେ ଦେଶକୁ ସୁରକ୍ଷା କରୁଥିବା ଯବାନମାନଙ୍କୁ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଥିବା ସବୁ ବାହିନୀ ଓ ପୁଲିସମାନଙ୍କୁ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଉଛି । ସମସ୍ତ ଅନ୍ତରଙ୍ଗ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments