1. ଅନ୍ୟାନ୍ୟ

Dal Price: ସରକାର ଦେବେ ଶସ୍ତା ଡାଲି

ଅଟା , ଚାଉଳ ପରେ ଏବେ ଶସ୍ତାଟ୍ରେ ମିଳିବ ଏହି ଡାଲି....!

Tanushree Mahapatra
Tanushree Mahapatra
after atta rice the government will provide cheap pulses

after atta rice the government will provide cheap pulses

ଦେଶରେ ପ୍ରତିଦିନ ଖାଦ୍ୟ ମୂଲ୍ୟ ଦର ବଢିବାକୁ ଲାଗୁଛି l ଚାଉଳ ଅଟା ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ଶସ୍ୟ ପର୍ଯ୍ୟନ୍ତ ମୂଲ୍ୟ ବଢୁଥିବା ଦେଖିବାକୁ ମିଳିଛି l ଯେଉଁଥିପାଇଁ ସରକାରଙ୍କୁ ବାରମ୍ବାର ନିବେଦନ କରାଯାଉଛି ଖାଦ୍ୟ ଦରରେ ନିୟନ୍ତ୍ରଣ ଆଣିବା ପାଇଁ l

ଏହାରି ମଧ୍ୟରେ ସରକାର ଖୁବ କମ ଟଙ୍କାରେ ଅଟା , ଚାଉଳ ଏବଂ ଡାଲି ଯୋଗାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ l ଭାରତ ଅଟା, ଭାରତ ଚାଉଳ ଏବଂ ଭାରତ ଡାଲି ନାଁରେ ବିଭିନ୍ନ ଖାଦ୍ୟ ପଦାର୍ଥ ଯୋଗାଇଦେବା ପାଇଁ ଘୋଷଣା କରିଥିଲେ l ପରେ ଡାଲି ପାଇଁ ଚଣା ଡାଲିକୁ ସାମିଲ କରାଯାଇଥିଲା l ସମୟ ସମୟରେ ଏଥିରେ ଅନ୍ୟାନ୍ୟ ଡାଲିକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ସୂଚନା ଦେଇଥିଲେ l

ଦେଶରେ ମହଙ୍ଗା ମାଡ଼ ପାଇଁ ସାଧାରଣ ଜନତା ଚିନ୍ତାରେ । ଏହା ମଧ୍ୟରେ ଡାଲି ଦର ମଧ୍ୟ ଖୁବ ଅଧିକ ରହିଥିବା ଦେଖିବାକୁ ମିଳୁଛି । ଏହି ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ଲୋକଙ୍କୁ ଆଉ ଏକ ସୁବିଧା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଶସ୍ତା ମୂଲ୍ୟରେ ଏବେ ମସୁର ଡାଲି ଖାଉଟିଙ୍କୁ ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଚଣା ଡାଲି, ଗହମ, ଅଟା ଏବଂ ଚାଉଳ ପରେ ସରକାର ବର୍ତ୍ତମାନ ବଜାରରେ ‘ଭାରତ ମସୁର ଡାଲି’ ଉପଲବ୍ଧ କରାଇବା ପାଇଁ ସରକାର ଯୋଜନା କରୁଛନ୍ତି । ସରକାରଙ୍କ ଏହି ଯୋଜନା ଜନତାଙ୍କୁ ମହଙ୍ଗା ମାଡ଼ରୁ ଏକ ପ୍ରକାର ବଡ଼ ଆଶ୍ୱସ୍ତି ପ୍ରଦାନ କରିବ l କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦରଦାମ ବୃଦ୍ଧିକୁ ହ୍ରାସ କରିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ , ବଜାରରେ ମସୁର ଡାଲିର ଦର କିଲୋ ପିଛା ମୋଟ ୧୨୫ ଟଙ୍କାରେ ବିକ୍ରି ହେଉଛି । ବିଭିନ୍ନ ଦରଦାମ ସହିତ ଏହିପରି ଅଧିକ ଦରରେ ଖାଉଟି କିଣି ପାରୁନାହାନ୍ତି ଖାଦ୍ୟ ସାମଗ୍ରୀ l ଅନ୍ୟ ପକ୍ଷରେ ରିପୋର୍ଟ ଅନୁସାରେ, ମସୁର ଡାଲିର ଅଖିଳ ଭାରତୀୟ ହାରାହାରି ଖୁଚୁରା ଦାମ୍ ପ୍ରାୟ ୯୩.୫ ଟଙ୍କାରେ ଉପଲବ୍ଧ । କିନ୍ତୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ‘ଭାରତ ମସୁର ଡାଲି’ ସାଧାରଣ ଜନତାଙ୍କୁ ମାତ୍ର ୮୯ ଟଙ୍କାରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ସେହିପରି ଚଳିତ ମାସ ପ୍ରଥମ ସପ୍ତାହରୁ ହିଁ ଏହି ଡାଲି ବିକ୍ରି କରାଯିବ ବୋଲି ଆଶା । ଭାରତ ଅଟା, ଭାରତ ଚାଉଳ ଏବଂ ଭାରତ ଡାଲି ପରେ ସରକାର ଭାରତ ମସୁର ଡାଲି ମଧ୍ୟ ବିକ୍ରି କରିବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ NAFED ଏବଂ ପରେ NCCF ତରପରୁ ୨୫ ହଜାର ଟନ୍ ଡାଲିର ପ୍ରସେସିଙ୍ଗ ଏବଂ ପ୍ୟାକିଙ୍ଗ କରାଯିବ । ଯାହା ସୁବିଧାରେ ବଜାରରେ ଉପଲବ୍ଧ ହେବ l ଏହାପରେ ଡାଲିକୁ ଦେଶରେ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ମଧ୍ୟ ବଣ୍ଟନ କରାଯିବ । ଚଣା ଡାଲି ଭଳି ମସୁର ଡାଲି ମଧ୍ୟ ୧ କିଲୋ ପ୍ୟାକରେ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଯାହାକୁ ଖୁବ କମ ଦରରେ କିଣି ଲୋକେ ଖାଇ ପାରିବେ l

ତେବେ ନାଫେଡ ଏବଂ ଏନସିସିଏଫ ଜରିଆରେ ଭାରତ ମସୁର ଡାଲି ବିକ୍ରି କରିବେ କେନ୍ଦ୍ର ସରକାର । କେନ୍ଦ୍ରୀୟ ଭଣ୍ଡାର ଏବଂ ଖୁଚୁରା ଦୋକାନ ଜରିଆରେ ମଧ୍ୟ ଏହି ଡାଲି ବଜାରରେ ବିକ୍ରି କରାଯିବ । କୌଣସି ରିହାତି ବିନା ମୋଟ ୮୯ ଟଙ୍କା ପ୍ରତି କିଲୋରେ ସରକାର ଏହି ମସୁର ଡାଲି ବିକ୍ରି କରିପାରିବେ । ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ବୃଦ୍ଧିକୁ କମ୍ କରିବା ପାଇଁ ସରକାରୀ ଭଣ୍ଡାରରେ ଯଥେଷ୍ଟ ପରିମାଣରେ ଡାଲି ଉପଲବ୍ଧ ରହିଛି l ତଥାପି ଏହାର ମୂଲ୍ୟହ୍ରାସ କରିଛନ୍ତି କେନ୍ଦ୍ର ସରକାର । ସରକାରୀ ରିପୋର୍ଟ ଅନୁଯାୟୀ ଏ ପର୍ଯ୍ୟନ୍ତ ସରକାରୀ ଭଣ୍ଡାରରେ ପ୍ରାୟ ୭,୨୦,୦୦୦ ଟନ୍ ମସୁର ଡାଲି ଉପଲବ୍ଧ ରହିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments