ଆଜିକାଲିର ବଦଳୁଥିବା ଲାଇଫଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି । ସମୟର ଅଭାବ କାରଣରୁ ଲୋକେ ବହୁତ ଜଙ୍କ ଫୁଡ ଖାଉଥିବା ଦେଖାଯାଉଛି। ଏହା ଖାଇବାକୁ ବହୁତ ସ୍ବାଦିଷ୍ଟ ହୋଇଥିବାବେଳେ କମ ସମୟରେ ହୋଇଥାଏ । କିନ୍ତୁ ଜଙ୍କ ଫୁଡ ଦ୍ବାରା କେତେକ କ୍ଷତି ମଧ୍ୟ ହୋଇଥାଏ । ଏହା ବହୁତ ଅସ୍ବାସ୍ଥ୍ୟକର ହୋଇଥାଏ । ତେଣୁକରି ଭୋକ ହେବା ସମୟରେ କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । ଯେଉଁ ଲୋକମାନେ ଏଭଳି ଜଙ୍କ ଫୁଡ ପ୍ରତ୍ୟେକ ଦିନ ଖାଇଥାନ୍ତି ସେମାନେ ବହୁ ପ୍ରକାରର ରୋଗରେ ପଡ଼ିପାରନ୍ତି ।
ପ୍ରତିଦିନ ଜଙ୍କ ଫୁଡ ଖାଇବା ଦ୍ବାରା ଶରୀରର ଓଜନ ବଢିବା ସହ ମୁହଁର ସମସ୍ୟା ମଧ୍ୟ ଭୋଗିବାକୁ ପଡିଥାଏ । ଯେଉଁମାନେ ପ୍ରତିଦିନ ଜଙ୍କ ଫୁଡ ସେମାନେ ପିମ୍ପଲ୍ ସମସ୍ୟାରେ ପଡ଼ଥାନ୍ତି ।
ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପ୍ରତ୍ୟେକ ଦିନ ଜଙ୍କ ଫୁଡ୍ ଖାଇବା ଦ୍ବାରା ହେଉଥିବା କ୍ଷତି ବିଷୟରେ ।
ସ୍ମରଣ ଶକ୍ତି କମ ହୋଇଥାଏ -ବଜାରରେ ମିଳୁଥିବା ଜଙ୍କ ଫୁଡରେ ଅପପୁଷ୍ଟି ଖାଦ୍ୟ ମିଳିଥାଏ । ଏହାର ନିୟମିତ ବ୍ୟବହାର ଦ୍ବାରା ଶରୀରରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍, ଫସଫରସ୍, ଜିଙ୍କ, ତମ୍ବା, ମାଙ୍ଗାନିଜ୍ ଇତ୍ୟାଦି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଶରୀରରେ ଅଭାବ ଦେଖାଯାଏ । ଏହି କାରଣରୁ ଏହା ଆମର ଚିନ୍ତା ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଏ । ତେଣୁ, ଜଙ୍କ ଫୁଡ୍ ବଦଳରେ ଅଧିକରୁ ଅଧିକ ଫଳ ଏବଂ ପନିପରିବା ଖାଆନ୍ତୁ ।
ମୋଟାପଣର ଶିକାର- ଜଙ୍କ ଫୁଡ୍ ଖାଇବା ଦ୍ବାରା ଆପଣ ମୋଟାପଣର ଶିକାର ହୋଇପାରନ୍ତି । ଏହିପରି ପ୍ରକ୍ରିୟାକୃତ ଖାଦ୍ୟରେ କ୍ୟାଲୋରୀ ପରିମାଣ ବହୁତ ଅଧିକ ଥାଏ । ଯାହାଦ୍ବାରା ଓଜନ ବହୁତ ବଢିଥାଏ । ଏଥିରେ ପ୍ରଚୁର ପରିମାଣରେ ଚିନି ଏବଂ ଲୁଣ ଥାଏ । ଯାହା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ ।
ଅସ୍ଥି ଦୁର୍ବଳ ହୋଇପାରେ- ପ୍ରକ୍ରିୟାକୃତ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଫସଫେଟ୍ ନାମକ ଏକ ଉପାଦାନ ଥାଏ । ସେଥିପାଇଁ ଏହା ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ, ଅଧିକ ପରିମାଣର ଫସଫେଟ୍ ହେତୁ ହାଡ ଦୁର୍ବଳ ହୋଇଯାଏ । ଯେଉଁମାନେ ଅଧିକ ଜଙ୍କ ଫୁଡ୍ ଖାଆନ୍ତି ସେମାନେ ମଧ୍ୟ ଗଣ୍ଠି ଯନ୍ତ୍ରଣା ସମସ୍ୟାର ଶିକାର ହୋଇପାରନ୍ତି ।
ଗର୍ଭଧାରଣ କ୍ଷମତା ପ୍ରଭାବିତ ହୁଏ- ବହୁତ ପରିମାଣରେ ଜଙ୍କ୍ ଫୁଡ୍ ଖାଇବା ଦ୍ବାରା ଗର୍ଭଧାରଣ କ୍ଷମତା ପ୍ରଭାବିତ ହୋଇଥାଏ ।
ହୃଦଘାତ ହେବାର ଆଶଙ୍କା- ଜଙ୍କ ଫୁଡରେ ବହୁ ପରିମାଣରେ ଖରାପ କୋଲେଷ୍ଟ୍ରଲ ମିଳିଥାଏ । ଯାହା ହୃଦଘାତର କାରଣ ହୋଇପାରେ ।
Share your comments