1. ଅନ୍ୟାନ୍ୟ

ଚମତ୍କାରି ସ୍ମାର୍ଟ୍ ମୁଦି; ଏବେ ଦରକାର ପଡ଼ିବନି ସ୍ମାର୍ଟ୍ ଫୋନ୍..

ସ୍ମାର୍ଟ୍ ମୁଦି ବା ସ୍ମାର୍ଟ୍ ରିଙ୍ଗ ଏକ ନୂତନ ଉଦ୍ଭାବନ ଯାହା ଦେଖିବାକୁ ସାଧାରଣ ମୁଦି ପରି ମାତ୍ର ଚମତ୍କାରି ଭାବେ ସ୍ମାର୍ଟ୍ ଫୋନ ପରି ସବୁ କାମ କରିବାରେ ସକ୍ଷମ।

KJ Staff
KJ Staff

ସ୍ମାର୍ଟ୍ ମୁଦି ବା ସ୍ମାର୍ଟ୍ ରିଙ୍ଗ ଏକ ନୂତନ ଉଦ୍ଭାବନ ଯାହା ଦେଖିବାକୁ ସାଧାରଣ ମୁଦି ପରି ମାତ୍ର ଚମତ୍କାରି ଭାବେ ସ୍ମାର୍ଟ୍ ଫୋନ ପରି ସବୁ କାମ କରିବାରେ ସକ୍ଷମ।ଏଥିରେ ଥିବା ବ୍ଳଟୁଥ ସୁବିଧା ଦ୍ଵାରା ଦୁରଭସି ଯନ୍ତ୍ର କୁ ଏଥିରେ ଯୋଡ଼ି ପାରିବେ ଏବଂ ସ୍ମାର୍ଟ୍ ଫୋନ ପରି କଲ୍ ଆସିଲେ ସିଧା ସଳଖ ଏଥିରେ ଥିବା ସ୍ପିକର୍ ଦ୍ଵାରା କଥା ହୋଇପାରିବେ।ଏହା ଦ୍ବାରା ଅତି ସହଜରେ ଅନଲାଇନ୍ ଟଙ୍କା ଟ୍ରାନ୍ସଫର , ସ୍ମାର୍ଟ୍ ଡୋର୍ ଖୋଲିବା,ଏବଂ ବିଭିନ୍ନ ଦୈନଦିନ କାମ କାର୍ଯ୍ୟ ର ରେକର୍ଡ ରଖି ହେବ ।ଏହା ଯେ କୌଣସି କ୍ରେଡିଟ , ଡେବିଟ୍ ବା ଅନ୍ୟାନ୍ୟ କାର୍ଡ ସଦୃଶ କାମ କରିବ ତେଣୁ ଏହିପରି ବହୁମୂଲ୍ୟ କାର୍ଡ କୁ ସର୍ବଦା ପାଖରେ ରଖିବାକୁ ପଡିବ ନାହିଁ , ସ୍ମାର୍ଟ୍ ମୁଦି ଏହି ପରି ସମସ୍ତ ପ୍ରକାର କାର୍ଯ୍ୟ ସିଧ କରିବାରେ ସକ୍ଷମ।ଏଥିରେ କୌଣସି ବଟନ୍ (ନଚେତ୍ କେବଳ ଗୋଟିଏ ବଟନ୍)ବା ଦେଖିବା ଯୋଗ୍ୟ ସ୍କ୍ରିନ୍ (display ) ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ହାଥ ର ଚଳାଚଳ( ଗେଶ୍ଚର୍ )ଉପରେ ନିର୍ଭରଶୀଳ। ଏହା ମଧ୍ୟ ସ୍ୱଚାଳିତ ଭାବେ କେତେକ କ୍ଷେତ୍ର ରେ କାମ କରିପାରିବ।

ବିଶ୍ବର ପ୍ରଥମ ସ୍ମାର୍ଟ୍ ରିଙ୍ଗ ୨୦୧୬ ରିଓ ଡି ଜେନେରିୟୋ ଓଲମ୍ପିକ ରେ ଉଦ୍ଘାଟିତ ହୋଇଥିଲା ଏବଂ ଟଙ୍କା ଟ୍ରାନସ୍ଫର୍ ରେ ବ୍ୟବହାର କରାଯାଇଥିଲା।ଏଥିରେ କନେକ୍ଟ ହୋଇଥିବା ସ୍ମାର୍ଟ୍ ଫୋନ ରେ କଲ୍ ବା ଏସ ଏମ୍ ଏସ ଆସିଲେ ଏହା ସ୍ୱଚାଳିତ ଭାବେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି କୁ ସଚେତନ କରାଇଥାଏ ତେଣୁ ବାରମ୍ବାର ଫୋନ୍ ଦେଖିବାର ଆବଶ୍ୟକତା ପଡ଼େ ନାହିଁ।ସ୍ମାର୍ଟ୍ ମୁଦି ଏବେ ନୂତନ ପରିଧାନ ସହ ନୂତନ ପ୍ରଯୁକ୍ତି ବିଦ୍ୟା ଭାବେ ସାବ୍ୟସ୍ତ ହୋଇଛି।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments