1. ଅନ୍ୟାନ୍ୟ

ଚା' ବଗିଚା କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି

ବଢିଛି କର୍ମଚାରୀଙ୍କ ଦରମା l ସରକାର ବଢ଼ାଇଛନ୍ତି ଦୈନନ୍ଦିନ ମଜୁରୀ ଟଙ୍କା l ଆଉ ଏହି କର୍ମଚାରୀଙ୍କ ଦୈନିକ ମଜୁରୀ ବଢାଇବା ଇନ୍ସପେଟଟି ନେଇଛନ୍ତି ଆସାମ ସରକାର l ଆସାମ ସରକାର ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବ୍ରହ୍ମପୁତ୍ର ଏବଂ ବାରକ ଉପତ୍ୟକାରେ ଚା ବଗିଚା କର୍ମଚାରୀଙ୍କ ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି ।

Tanushree Mahapatra
Tanushree Mahapatra
BIg decision for tea garden workers , image source - pexels.com

BIg decision for tea garden workers , image source - pexels.com

ବଢିଛି କର୍ମଚାରୀଙ୍କ ଦରମା l ସରକାର ବଢ଼ାଇଛନ୍ତି ଦୈନନ୍ଦିନ ମଜୁରୀ ଟଙ୍କା l ଆଉ ଏହି କର୍ମଚାରୀଙ୍କ ଦୈନିକ ମଜୁରୀ ବଢାଇବା ଇନ୍ସପେଟଟି ନେଇଛନ୍ତି ଆସାମ ସରକାର l ଆସାମ ସରକାର ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବ୍ରହ୍ମପୁତ୍ର ଏବଂ ବାରକ ଉପତ୍ୟକାରେ ଚା ବଗିଚା କର୍ମଚାରୀଙ୍କ ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ବ୍ରହ୍ମପୁତ୍ର ଉପତ୍ୟକାରେ ଏହାକୁ ୧୮୦ ରୁ ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । 

ବାରକ ଉପତ୍ୟକାରେ ଏହାକୁ ୨୨୮ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅକ୍ଟୋବର ୨ ରୁ ଉଭୟ ବ୍ରହ୍ମପୁତ୍ର ଏବଂ ବାରକ ଉପତ୍ୟକାରେ ମଜୁରୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସାମ ଏକ ପ୍ରମୁଖ ଚା ଉତ୍ପାଦକ l ତେଣୁ ଏଠାରେ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ଏକ ବଡ଼ ନିଷ୍ପତ୍ତି l

ଏକ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ଦୁର୍ଗା ପୂଜା ପାଇଁ ୨୦  ପ୍ରତିଶତ ବୋନସ ଦେବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଏକ ବଡ଼ ଘୋଷଣା କରି ସେ କହିଛନ୍ତି ଯେ "ତୁରନ୍ତ ପ୍ରଭାବ ସହିତ ଚା ବଗିଚା କର୍ମଚାରୀ ଏବଂ ଆଦିବାସୀମାନଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣ ରହିବ ।  ବର୍ତ୍ତମାନ ଚା ବଗିଚା କର୍ମଚାରୀଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ବ୍ରହ୍ମପୁତ୍ର ଉପତ୍ୟକାରେ ଅକ୍ଟୋବର ୧ ରୁ ଦୈନିକ ମଜୁରୀ ୨୩୨ ରୁ ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବାରକ ଉପତ୍ୟକାରେ ଶ୍ରମିକମାନେ ୨୨୮ ଟଙ୍କା ପାଇବେ । ଏହା ଶ୍ରମିକମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିବ | ହଜାର ହଜାର ଶ୍ରମିକ ଏଠାରେ ଚା ବଗିଚାରେ କାମ କରନ୍ତି । ଶ୍ରମ ସହ ଜଡିତ ଅନ୍ୟାନ୍ୟ ନିଷ୍ପତ୍ତି ମାଧ୍ୟମରେ ସରକାର ଜନସଂଖ୍ୟାର ଏକ ବଡ଼ ଭାଗକୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ।

ବିଦ୍ୟମାନ ବାରପେଟା ଜିଲ୍ଲାକୁ ଭାଗ କରି ବାଜାଲି ଜିଲ୍ଲା ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦ୍ୱିତୀୟ ଜିଲ୍ଲା ସୃଷ୍ଟି ହେତୁ ବହୁ ଜନସଂଖ୍ୟା ମଧ୍ୟରେ ଖୁସିର ଲହରୀ ଖେଳିଗଲା |

କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ସେ କହିଛନ୍ତି ଯେ ସରକାରୀ ବିଦ୍ୟାଳୟରେ ୭ -୧୨ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ମେଡିକାଲ ଏବଂ ଇଞ୍ଜିନିୟରିଂ ପଠ୍ୟକ୍ରମରେ କିଛି ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ଏହା ଗରିବ ବିଭାଗର ଲୋକଙ୍କୁ ଉତ୍ସାହିତ କରିବ l ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ବସିଥିବା ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତି ନେଇଛନ୍ତି ସେ ଯାହା ସମସ୍ତ ଆସାମବାସୀଙ୍କୁ ସାହାଯ୍ୟ କରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments