1. ଅନ୍ୟାନ୍ୟ

ବାଉଁଶ ରେ ତିଆରି ହେଉଛି ପାଣି ବୋତଲ

ବାଉଁଶ ରେ ତିଆରି ହେଉଛି ପାଣି ବୋତଲ

KJ Staff
KJ Staff

ଆସାମ ପରି ଏକ ବିଶିଷ୍ଟ ରାଜ୍ୟ ରେ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ବିଭିନ୍ନ  ଗଳ୍ପ ବହୁ ବାର ଶୁଣିବାକୁ ମିଳିଥାଏ |ସେହିପରି ଏକ ଉଧାରଣ ହେଉଛି ବାଉଁଶ ରୁ ପାଣି ବୋତଲ ର ନିର୍ମାଣ |ପ୍ରକୃତି ପ୍ରତି ନିଷ୍ଠା ଏବଂ ପ୍ରାକୃତିକ ଅବଦାନ ର ଉଚିତ ବ୍ୟବହାର କରିବାର ର ପ୍ରକୃଷ୍ଟ ଉଦ୍ଧାହରଣ ଦେଇଛନ୍ତି ଉଦ୍ୟୋଗୀ , ପୂର୍ବତନ ଆଇ.ଆଇ.ଟି ଛାତ୍ର ଧୃତିମାନ ବୋରା |
ବାଉଁଶ ରୁ ପ୍ରାକୃତିକ ଭାବେ ପାଣି ବୋତଲ ତିଆରି କରି ସେଥିରୁ ପାଣି ଲିକ ନ ହେବା ଲାଗି  ମଧ୍ୟ ସୁବନ୍ଦୋବସ୍ତ କରାଇଛନ୍ତି |


ଏହା ବ୍ୟବହାର ପରେ ସମ୍ପୂର୍ଣ ଭାବେ ମାଟି ରେ ମିଶିଯାଇପାରିବ ଏବଂ ପ୍ଲାଷ୍ଟିକ ବୋତଲ ପରି ଅନ୍ୟତ୍ର ମାଟି ରେ ପଡି ରହି ପ୍ରଦୂଷଣ କରିବା ନାହିଁ |
ଏହି ବୋତଲ ବିଭିନ୍ନ ସାଇଜ ରେ ମିଳିଥାଏ ଏବଂ ଏହାର  ବଜାର  ଦର ୪୦୦ ରୁ ୬୦୦ ଟଙ୍କା ମଧ୍ୟ ରେ ରହିଛି |
ସୂଚନା ଅନୁଯାୟୀ ,"ଏହି ବୋତଲ ରେ ପାଣି ସର୍ବଦା ଥଣ୍ଡା ରହେ ଏବଂ ଏହା ଏତିକି ମଜଭୁତ ଯେ ଏହାକୁ ଯେଉଁଠି ହେଲେ ମଧ୍ୟ ସାଙ୍ଗରେ ନେଇ ହେବ |ଅନ୍ୟପକ୍ଷେ ପ୍ଲାଷ୍ଟିକ ବୋତଲ ଶରୀର ପ୍ରତି ବେଶ କ୍ଷେତିକାରକ ହେବା ସାଙ୍ଗରେ ଖରା ଦିନରେ ଏହା ଶୀଘ୍ର ଗରମ ମଧ୍ୟ ହେଇ ଯାଏ |"

ଏହି ବିଶେଷ କାର୍ଯ୍ୟ ରେ ଧୃତିମାନ ଙ୍କ ସହ ମୌସମ ବୋରା ମଧ୍ୟ ତାଙ୍କ ସହଯୋଗ କରିଥିଲେ |ଏହି ବୋତଲ କୁ ସେ ଏକ ୱେବସାଇଟ ଦ୍ୱାରା ଉପଲବ୍ଧ କରାଉଛନ୍ତି ଯାହାର ନାମ ଟ୍ରାଇବଲପ୍ଲାଣ୍ଟସ.କମ |
ଏହା ଦ୍ୱାରା ସେ ସମସ୍ତଙ୍କୁ ପ୍ଲାଷ୍ଟିକ ର କ୍ଷେତିକାରକ ଗୁଣ ବିଷୟରେ ରେ ସଚେତନ କରାଇବା ସାଙ୍ଗରେ ଏହାର ଅଧିକ ପ୍ରଚଳନ କୁ  ପ୍ରୋତ୍ସାହନ ଦେଇଛନ୍ତି |
ବୋତଲ ର ମୁହଁ ରେ କର୍କ ଲାଗିଛି ଯାହା ପାଣି କୁ ଲିକ ହେବାରୁ ସୁରକ୍ଷା ଦେଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments