1. ଅନ୍ୟାନ୍ୟ

୧୬ରୁ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ

ପରିବେଶ ସଂରକ୍ଷଣ ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ପ୍ରକୃତି ପ୍ରେମୀ, ପକ୍ଷୀବିଜ୍ଞାନୀ ଏବଂ ଭକ୍ତମାନଙ୍କୁ ବିରଳ ପକ୍ଷୀ ପ୍ରଜାତିଗୁଡ଼ିକୁ ନିରୀକ୍ଷଣ କରିବା ଏବଂ ସେମାନଙ୍କର ସଂରକ୍ଷଣର ଗୁରୁତ୍ୱ ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

Tanushree Mahapatra
Tanushree Mahapatra
Bird Festival to be organized in Prayagraj from 16th February, image source - pexels

Bird Festival to be organized in Prayagraj from 16th February, image source - pexels

ଆସନ୍ତା ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

ପରିବେଶ ସଂରକ୍ଷଣ ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ପ୍ରକୃତି ପ୍ରେମୀ, ପକ୍ଷୀବିଜ୍ଞାନୀ ଏବଂ ଭକ୍ତମାନଙ୍କୁ ବିରଳ ପକ୍ଷୀ ପ୍ରଜାତିଗୁଡ଼ିକୁ ନିରୀକ୍ଷଣ କରିବା ଏବଂ ସେମାନଙ୍କର ସଂରକ୍ଷଣର ଗୁରୁତ୍ୱ ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଏହି ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବରେ ଆଗନ୍ତୁକମାନେ ପକ୍ଷୀ ସଂରକ୍ଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ। ଅର୍ଥାତ୍‍ ଏଠାରେ କେବଳ ପକ୍ଷୀମାନଙ୍କ ସମାଗମକୁ ଉପଭୋଗ କରିବେ ନାହିଁ ବରଂ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ କାର୍ଯ୍ୟକଳାପ ମାଧ୍ୟମରେ ପରସ୍ପର ସହ ଭାବ ଆଦାନପ୍ରଦାନ କରିପାରିବେ। ଏଥିଲାଗି ମହୋତ୍ସବରେ ଫଟୋଗ୍ରାଫି, ଚିତ୍ରକଳା, ସ୍ଲୋଗାନ ଲିଖନ, ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତା ପ୍ରଭୃତି ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ, ଜାତୀୟ ଏବଂ ଆନ୍ତର୍ଜାତିକ ପକ୍ଷୀବିଜ୍ଞାନୀ, ପରିବେଶବିତ୍ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ ବୈଷୟିକ ଅଧିବେଶନ ଏବଂ ପ୍ୟାନେଲ୍ ଆଲୋଚନା ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।

ଏହି ମହୋତ୍ସବ ଭାରତ ଏବଂ ଆନ୍ତର୍ଜାତୀୟ ସ୍ତରରେ ଜୈବ ବିବିଧତା ଏବଂ ପରିବେଶଗତ ସ୍ଥାୟୀତ୍ୱ ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେବ। ପକ୍ଷୀ ସଂରକ୍ଷଣ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସେମାନଙ୍କୁ ପ୍ରକୃତି ସହିତ ସଂଯୋଗ ସ୍ଥାପନ ତଥା ସେମାନଙ୍କ ପ୍ରତି ନିଜର ଦାୟିତ୍ୱ ବୁଝିବା ଲାଗି ସୁଯୋଗ ପ୍ରଦାନ କରିବ। ମହାକୁମ୍ଭ ୨୦୨୫ ସମୟରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ ଭାରତୀୟ ସଂସ୍କୃତି, ପ୍ରକୃତି ଏବଂ ବୈଜ୍ଞାନିକ ଦୃଷ୍ଟିକୋଣର ଏକ ଅନନ୍ୟ ମିଶ୍ରଣ ହେବ। ଏହା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ପ୍ରାକୃତିକ ସମ୍ପତ୍ତିର ଗୁରୁତ୍ୱ ବୁଝିବା, ଜୈବବିବିଧତାକୁ ରକ୍ଷା କରିବା ଏବଂ ପରିପୂରକ ବିକାଶକୁ ପ୍ରେରିତକରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

Read more

PROFITABLE FARMING: ଚାଷ କରି ହୋଇପାରିବେ ଲାଭବାନ...

Sugar Badam Benefits: ଖାଇବାକୁ ତିକ୍ତ କିନ୍ତୁ ଆଶ୍ଚର୍ଯ୍ୟଜନକ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ