1. ଅନ୍ୟାନ୍ୟ

ବିସ୍ମିୟ ବାଳକ ବୁଦ୍ଧାଦିତ୍ୟ ସ୍ୱାଇଁ!

୪ ବର୍ଷ ର ବୟସ ରେ ବୁଦ୍ଧିଆ ସିଂ ପରି ଦୌଡୁଛି ଆଉ ଜଣେ ବିସ୍ମିୟ ବାଳକ|ମାତ୍ର ୮ ଘଣ୍ଟା ୪୦ ମିନିଟ ମଧ୍ୟରେ ୬୦ କି.ମି ରୁ ଅଧିକ ଅତିକ୍ରମ କରିପାରୁଛନ୍ତି |ବାସ ସ୍ଥାନ ଭୁବନେଶ୍ୱର ଉପକଣ୍ଠ କେଶୁର ପାୱାର ହାଉସ କଲୋନୀ |

KJ Staff
KJ Staff

୪ ବର୍ଷ ର ବୟସ ରେ ବୁଦ୍ଧିଆ ସିଂ ପରି ଦୌଡୁଛି ଆଉ ଜଣେ ବିସ୍ମିୟ ବାଳକ..
ମାତ୍ର ୮ ଘଣ୍ଟା ୪୦ ମିନିଟ ମଧ୍ୟରେ ୬୦ କି.ମି ରୁ ଅଧିକ ଅତିକ୍ରମ କରିପାରୁଛନ୍ତି ..
ବାସ ସ୍ଥାନ ଭୁବନେଶ୍ୱର ଉପକଣ୍ଠ କେଶୁର ପାୱାର ହାଉସ କଲୋନୀ |

ଠିକ ବୁଦ୍ଧିଆଙ୍କ ଭଳି ସାହସୀ ଏବଂ ମନୋବଳ ନେଇ ଜନ୍ମ ଗ୍ରହଣ କରିଛନ୍ତି ବୁଦ୍ଧାଦିତ୍ୟ ସ୍ୱାଇଁ |ନିଶା କେବଳ ଦୌଡିବା |ଦୌଡ ଆରମ୍ଭ କଲେ ଲକ୍ଷ ହାସଲ ନ କରିବା ଯାଏଁ ହାର ମାନନ୍ତି ନାହିଁ ବୁଦ୍ଧାଦିତ୍ୟ |


ବାପା ଦେବଦୁତ୍ତ ଙ୍କ କହିବା ଅନୁଯାୟୀ" ବୁଦ୍ଧାଦିତ୍ୟ ଅତି ଛୋଟ ବେଳରୁ ହିଁ ଦୁଷ୍ଟାମୀ କରୁଥିଲା |ଦୁଷ୍ଟାମୀ ବେଳେ ହିଁ ତା ଶରୀରରୁ ଝଲସି ଉଠୁଥିଲା ଅସୀମ ଶକ୍ତି ର ଝଲକ !ତେଣୁ ସେ ପୁଅ କୁ ଅଳ୍ପ ଅଳ୍ପ ଦୌଡିବା ଲାଗି ପ୍ରସ୍ତୁତ କରିଥିଲେ ପରିବାର ଲୋକେ |

ଏଥିରେ ବୁଦ୍ଧାଦିତ୍ୟ ଆଦୌ କ୍ଲାନ୍ତି ଅନୁଭବ କରୁନଥିଲେ ବରଂ କେଶୁର ଖେଳ ପଡିଆ କୁ ବାରମ୍ବାର ଅତିକ୍ରମ କରୁଥିଲେ |ଏ ବିଷୟରେ ଆମେ ଡାକ୍ତରଙ୍କୁ ପରାମର୍ଶ କରିଥିଲୁ |ଡାକ୍ତର ପୁଅ ର ସାଧାରଣ ଶକ୍ତି ଦେଖି କୌଣସି କ୍ରୀଡା ରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ |ସେବେଠୁ ସେ ଦୌଡୁଛି |"

ଗତ ୬ ମାସ ଧରି ଵଉଦ୍ଧାଦିତ୍ୟ ଦୌଡିବା ଅଭ୍ୟାସ କରିଛନ୍ତି |ଏହା ବ୍ୟତୀତ ସେ ନରସେରୀ ରେ ପାଠ ପାଠ ଏବଂ ଜୁଡୋ ମଧ୍ୟ ଶିଖୁଛନ୍ତି |ସେ ଏଟି ମଧ୍ୟରେ ୩ ରୁ ୪ଥର ଭୁବନେଶ୍ୱର ରୁ ପୁରୀ ଦୌଡ଼ି ସାରିଲେଣି |ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଏହି ପରି ପ୍ରଥିବା କୁ ପ୍ରୋତ୍ସାହନ ଦେଲେ ସେମାନେ ନିଶ୍ଚିନ୍ତ ଦେଶ ଓ ମାଟି କୁ ଗୌରବ ଆଣିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments