1. ଅନ୍ୟାନ୍ୟ

ଘରେ ଜଳାନ୍ତୁ ତେଜ ପତ୍ର !ଦେଖିବେ ଏହି ଚମତ୍କାରୀ ପରିବର୍ତନ ...

ଘରେ ଜଳାନ୍ତୁ ତେଜ ପତ୍ର !ଦେଖିବେ ଏହି ଚମତ୍କାରୀ ପରିବର୍ତନ ...

KJ Staff
KJ Staff

ବହୁ ପ୍ରାଚୀନ କାଳ ରୁ ହିଁ ଭାରତୀୟ ରୋଷେଇଶାଳ ରେ ତେଜ ପତ୍ର ବେଶ ସୁନାମ ଅର୍ଜନ କରିଛି |ଔଷଧୀୟ ଗୁଣ ସହ ଖାଦ୍ୟ ରେ ଏକ ନିଆରା ସ୍ୱାଦ ଦେବାର ତେଜ ପତ୍ର ଅନ୍ୟତମ |ଏହାକୁ ଶୁଖା ପତ୍ର ଭାବେ ତେଲ ରେ ଭାଜି ଖାଦ୍ୟ ପ୍ରସ୍ତୁତ କରାଯିବ ସହ ଏହାକୁ ଗୁଣ୍ଡ କରି ମଧ୍ୟ ବ୍ୟବହାର କରାଯାଏ |ତେଜ ପତ୍ର ଗଛ କୁ ସୂର୍ଯ୍ୟ ଙ୍କ ଗଛ ବୋଲି କୁହାଯାଏ ଏବଂ ଏହା ସିଂହ ରାଶି ର ପ୍ରତୀକ ବୋଲି ମଧ୍ୟ ବିଶ୍ୱାସ ରହିଛି |
ଏହାକୁ ପ୍ରଥମ ଥର ଲାଗି ଏସିଆ ମାଇନର ରେ ଦେଖାଯାଇଥିବା ବେଳେ କାଳକ୍ରମେ ଏହା ବିଭିନ୍ନ ନିକଟବର୍ତୀ ଦେଶରେ ସୁନାମ ଅର୍ଜନ କରିଛି |

ତେବେ କାହିଁକି ଜାଳିବେ ତେଜ ପତ୍ର !

ବର୍ତମାନ ତେଜ ପତ୍ର କେବଳ ଆପଣଙ୍କ ରୋଷେଇଶାଳ ର ୪ କାନ୍ଥ ମଧ୍ୟ ସିମିତ ହୋଇ ରହିଯାଇଛି ମାତ୍ର ଏହାକୁ ବହୁ ପ୍ରାଚୀନ କାଳ ରୁ ଜାଳି ଘରେ ଝୁଣା ଭାବେ ମଧ୍ୟ ବ୍ୟବହାର କରାଯାଏ |

ଠିକ ଧୂପ କାଠି ପରି ପ୍ରାଚୀନ କାଳ ରେ ତେଜ ପତ୍ର କୁ ଜାଳି ଠାକୁର ଘରେ ଝୁଣା ଦିଆ ହେଉଥିଲା |କେତେକ ଧାର୍ମିକ ମତରେ ଏହି ପରି ଝୁଣା ର ବ୍ୟବହାର କରୁଥିବା ବେଳେ ଏହାର ଔଷଧିକା ତଥ୍ୟ ହେତୁ ଏହାକୁ ବ୍ୟଜ୍ଞାନିକ ମତରେ ସ୍ୱୀକୃତି ମିଳିଛି |
ଏଥିରେ ଷ୍ଟ୍ରେସ ବା ଚିନ୍ତା ଏବଂ ଅତ୍ୟଧିକ ଅସ୍ଥିରତା ଦୂର କରିବାକୁ ସାହାଯ୍ୟ କରୁଥିବା ଆବଶ୍ୟକ ରାସାୟନିକ ଦ୍ରବ୍ୟ ବା କେମିକାଲ ଭରି ରହିଛି |ଏହି ସମସ୍ତ କେମିକାଲ ଜାଳିବା ଦ୍ୱାରା ଏହାର ବାଷ୍ପ ଆପଣଙ୍କ ବାସ ଗୃହ ରେ ସଂଚାରଣ ହୋଇ ଆପଣଙ୍କ ଦେହ ଓ ମନ କୁ ଶାନ୍ତ କରିଥାଏ ,ଚିନ୍ତା ମଧ୍ୟ ଦୂର କରିଥାଏ |
ଏଠି ମଧ୍ୟ ରୁ ବିଶେଷ ଉପଯୋଗୀ କେମିକାଲ ହେଉଛି ଲିନାଲଲ |

ଏଥିରେ ଥିବା ଅନ୍ୟ କେତେକ କେମିକାଲ ଯଥା ମାଇକରିନ,ଲିମୋନିନ ,ନେରାଲ,ଆଲଫା-ଟରପିନଲ ,ଇୟୁଗେନାଲ ଇତ୍ୟାଦି ଖାଦ୍ୟ ହଜମ ହେବାର ସାହାଯ୍ୟ କରିଥାଏ

ଏହା ବ୍ୟତୀତ ଏହାଥିର ଥିବା ଅନ୍ୟାନ୍ୟ କେମିକାଲ ମଧ୍ୟ ଆପଣଙ୍କ ଶରୀର କୁ ଦୀର୍ଘ ଦିନ ଯାଏ ସୁସ୍ଥ ଓ ସବଳ ରହିବାକୁ ବେଶ ସାହାଯ୍ୟ କରିଥାଏ |
ବାସ ଗୃହ ମଧ୍ୟରୁ ନକରତ୍ମକ ଶକ୍ତି ଦୂର କରି ସକାରତ୍ମକ ଶକ୍ତି ସଂଚାର କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ଭାବେ ଏହି ଝୁଣା କୁ ଠାରେ ବ୍ୟବହାର କରି ଦେଖନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments