1. ଅନ୍ୟାନ୍ୟ

କୃଷି ର ଗଣ ପର୍ବ "ନୂଆଁଖାଇ"

ଓଡ଼ିଶାର ଜନଜୀନବ କୃଷି ଓ ପର୍ବପର୍ବାଣି ସହ ଅତି ଘନିଷ୍ଠ ଭାବରେ ଜଡିତ | ଫସଲ ର ଭିନ୍ନ ଭିନ୍ନ ଅବସ୍ଥାରେ,ବାର ମାସ ରେ ତେର ପର୍ବ ପରି,ଓଡ଼ିଆ ମାନେ ଖୁବ ଆମୋଦ ପ୍ରମୋଦ ସହ ପାଳନ କରିଥାନ୍ତି ଅନେକ ପର୍ବ ପର୍ବାଣି | ସେହିପରି ଗତ ସେପ୍ଟେମ୍ବର ୧୪ ତରିକା ଦିନ ପାଳିତ ହୋଇଯାଇଛି କୃଷି ର ଗଣପର୍ବ "ନୂଆଁଖାଇ "|

KJ Staff
KJ Staff

ଓଡ଼ିଶାର  ଜନଜୀନବ କୃଷି ଓ ପର୍ବପର୍ବାଣି ସହ ଅତି ଘନିଷ୍ଠ ଭାବରେ ଜଡିତ | ଫସଲ  ର ଭିନ୍ନ ଭିନ୍ନ  ଅବସ୍ଥାରେ,ବାର ମାସ ରେ ତେର ପର୍ବ ପରି,ଓଡ଼ିଆ ମାନେ ଖୁବ  ଆମୋଦ ପ୍ରମୋଦ ସହ ପାଳନ କରିଥାନ୍ତି ଅନେକ ପର୍ବ ପର୍ବାଣି | ସେହିପରି ଗତ ସେପ୍ଟେମ୍ବର ୧୪ ତରିକା ଦିନ ପାଳିତ ହୋଇଯାଇଛି କୃଷି ର ଗଣପର୍ବ "ନୂଆଁଖାଇ "|

ବିଶେଷ କରି ନୂଆଁଖାଇ ପଶ୍ଚିମ  ଓଡିଶା ବାସୀ ମାନଙ୍କ ମଧ୍ୟ ରେ ଏକ ଅନନ୍ୟ ଉଲ୍ଲାଶ ସହିତ  ଖୁବ ଧୂମଧାମ ରେ ପାଳିତ ହୋଇଥାଏ |ଏହି ପର୍ବ ଟି ସାଉଁଟି ଆଣେ କାହିଁ  କେତେ ଦୂର ରେ ଥିବା ପରିବାର ବର୍ଗଙ୍କୁ |ନୂତନ ପରିଧାନ ସହ ,ଗୁରୁଜନଙ୍କୁ ଜୁହାର କରି ,ଧାନ ର  ନୂଆ ଅମଳ କୁ ମା ' ସମଲେଶ୍ୱରୀଙ୍କ ନିକଟ ରେ ସମର୍ପଣ କରି ପ୍ରସାଦ ରୂପେ ଗ୍ରହଣ କରିବା ପ୍ରଣାଳୀ କୁ ନୂଆଁଖାଇ  ଜୁହାର ର ବ୍ୟାଖ୍ୟା ଦିଆଯାଇଛି |

ପ୍ରତି ବର୍ଷ ଭାଦ୍ରବ  ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେ ଏହି ପର୍ବ ପାଳିତ ହୋଇଥାଏ |ମାତ୍ର କଳାହାଣ୍ଡି ଜିଲ୍ଲାରେ ଏହା ଦଶମୀ ତିଥି ରେ ପାଳିତ ହୋଇଥାଏ |ନୂଆଁଖାଇ ମୁଖ୍ୟ ଉଦେଶ୍ୟ ହେଲା ସମସ୍ତ ପରିବାର ବର୍ଗ  ଏକାଠି ହୋଇ  ନୂଆ ଅନ୍ନକୁ ନିଜର ଇଷ୍ଟ ଦେବୀଙ୍କୁ ଅର୍ପଣ କରିବେ ଏବଂ ପରେ ତାହାକୁ ଭୋଜନ କରିବେ |ଏହି ପର୍ବ ପାଳନ ପାଈଁ ପ୍ରାୟେ ୧୫ ଦିନ ଆଗରୁ ପଶ୍ଚିମ ଓଡିଶା ବାସୀ ଏହାର ପ୍ରସ୍ତୁତି ରେ ଲାଗିପଡନ୍ତି |ସର୍ବପ୍ରଥମେ ଗାଁ ମୁଖିଆ ସଭା ଡାକନ୍ତି ଓ ସେଥିରେ ଯୋଗଦାନ କରନ୍ତି ସମସ୍ତ ଘର ର ମୁରବି ମାନେ |ଲୋକମାନଙ୍କର  ସୁଭିଧା ଅସୁବିଧା  ଓ ସହର ର ଅଧିଷ୍ଠାତ୍ରୀ ଦେବୀଙ୍କନ ରାଶି ନକ୍ଷତ୍ର କୁ ଅନୁଧ୍ୟାନ କରି ପଣ୍ଡିତ ଦିନ ନିର୍ବାରଣ କରି  ଗ୍ରାମବାସୀଙ୍କୁ ସୂଚନା ଦିୟନ୍ତି ଓ ତାପରେ ଆରମ୍ଭ ହୁଏ ପୂଜା ଲାଗି ପ୍ରସ୍ତୁତି| ସାରା ପୁରପାଢୀ ହୋଇଉଠେ ଉତ୍ସବମୁଖର  |ବିଭିନ୍ନ ପ୍ରକାର ସାଜ ସଜା ସହ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅୟୋଜୟନ ରେ ଲାଗିପଡନ୍ତି ପଶ୍ଚିମ ଓଡ଼ିଶାବାସୀ |ସେହିପରି ବାସଗୃହ କୁ ନିଆରା କରିଥାଏ ବିଭିନ୍ନ ଚିତ୍ର,ଝୋଟି ଓ ଚିତା |

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀ ଜମିରୁ ଶସ୍ୟ ଅମଳ କରି ପ୍ରଥମେ ମା' ସମଲେଶ୍ବରୀଙ୍କୁ ନିକଟରେ ଭୋଗ ଲାଗି କରନ୍ତି |ସମଲେଶ୍ବରୀ ଦେବୀଙ୍କ ନିକଟରେ ନବାନ୍ନ ଭୋଗ ଲାଗିଲା ପରେ ଅନ୍ୟ  ଦେବାଦେବୀଙ୍କୁ ପ୍ରସାଦ ଅର୍ପଣ କରାଯାଏ |ପରେ ଚାଷୀ ଭାଇମାନେ ଖେତ କୁ ଯାଇ ପୂଜା କରନ୍ତିପରିଶେଷରେ ଘର ର ମୁରବି ପୂଜାର୍ଚନା କରି ଖିରି -ଖେଚେଡ଼ି ଭୋଗ ଘରର ଇଷ୍ଟ ଦେବୀଙ୍କୁ ଅର୍ପଣ କରିଲା ପରେ ପରିବାର ସମସ୍ତେ ଏକାଠି ବସି  ଭୋଜନ କରନ୍ତି |

ନୂଆଁଖାଇ ଯେ କେବଳ ପାରମ୍ପରିକ ପର୍ବ ନୁହେଁ ବରଂ ଭାତୃଭାବ, ଏକତ୍ରତା ଓ ସୌହାର୍ଦ୍ଧ୍ୟା ମିଳନ ର ଏକ  ଅନ୍ୟତମ ନାମ କାରଣ ଯିଏ ଯେଉଁଠି ଯେତେଦୂରରେ ଥାନ୍ତୁ ନା କାହିଁକି ବର୍ଷକୁ ଥରେ ଏହି ନିର୍ଦ୍ଧିଷ୍ଟ ପର୍ବ ସମୟରେ ଏକତ୍ରିତ ହୋଇଥାନ୍ତି | ଧନୀ ଠାରୁ ଗରିବ ଯାଏ ସମସ୍ତେ ଏକା ଦିନରେ ଏହି ପର୍ବ କୁ ପାଳନ କରିଥାନ୍ତି | ଗ୍ରାମାଞ୍ଚଳ ରେ ଜୁହାର ଭେଟିବା ର ପରମ୍ପରା ଏବେ ମଧ୍ୟ ରହିଛି |କନିଷ୍ଠ ମାନେ ଜ୍ୟେଷ୍ଠ ମାନଙ୍କୁ ପାଦ ଧରି ମୁଣ୍ଡିଆ ମାରନ୍ତି ଓ ସେମାନେ ଆଶୀର୍ବାଦ ସ୍ୱରୂପ ତାଙ୍କର ମଙ୍ଗଳ କାମନା  କରିଥାନ୍ତି |ନାଚ ଗୀତ ର ମଧ୍ୟ ଆୟୋଜନ କରାଯାଏ |

ଯେତେ ଝଡ ଜଂଜାଳ କାଳାତିପାତ କରୁଥିଲେ ସୁଦ୍ଧା କୃଷକ ନୂଆଁଖାଇ ପର୍ବ କୁ ପର୍ବପରାମ୍ପରା ମନେ କରି ଯେନତେନ ପ୍ରକାର ପାଳନ କରିବାକୁ ଆଗେଇ  ଆସେ |ଆଜି ଏହି ପର୍ବଟି ସମଗ୍ର ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟର ଏକ ମୁଖ୍ୟ ଆକର୍ଷଣ ପାଲଟିଛି କହିଲେ ଭୁଲ ହେବ ନାହିଁ |

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ପ୍ର.ଗାନେସି ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ