1. ଅନ୍ୟାନ୍ୟ

ଅସରପା ହଇରାଣ କରୁଛନ୍ତି କି ??

ଅସରପା ହଇରାଣ କରୁଛନ୍ତି କି ??

KJ Staff
KJ Staff

ଅସରପା ଏକ କୀଟ ଯାହା ହାରାହାରି ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ |ତେବେ ଏହି ପରି ପୋକ ପ୍ରାୟେ ସବୁ ପ୍ରକାର ଖାଦ୍ୟ ଖାଇଥାନ୍ତି ଏବଂ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମାନଙ୍କର ମୁଣ୍ଡ କାଟିଦେଲେ ମଧ୍ୟ ଏମାନେ ୭ ଦିନ ଯାଏ ବଞ୍ଚି ରହିପାରିବେ |

କେଉଁଠି ଲୁଚି ରୁହେ ଅସରପା ?
ଘର ର କୌଣସି କୋଣ ଯାହା ଅନ୍ଧାରୁଆ ରହୁଥିବା ବା ରୋଷେଇ ଘର ନିକଟରେ ଥିବା ଯେଉଁଠୁ ତାଙ୍କୁ ଖାଦ୍ୟ ସଂଗ୍ରହ କରିବାରେ ସୁବିଧା ହେଉଥିବ ,ସେହିପରି ସ୍ଥାନ ରେ ରୁହନ୍ତି ଅସରପା |ଏହା ବ୍ୟତୀତ ଷ୍ଟୋର ରୁମ ,ସବୁବେଳେ ବନ୍ଦ ରହୁଥିବା କାଠ ବାକ୍ସ ବା ଆଲମିରା ଇତ୍ୟାଦି |ତେଣୁ ଅସରପା ରୁ ମୁକ୍ତି ଚାହୁଁଥିଲେ ପ୍ରଥମେ ଏହି ସ୍ଥାନ ର ଅନୁସନ୍ଧାନ କରନ୍ତୁ |

ଅସରପା ଅଛନ୍ତି ବୋଲି ଜାଣିବେ କିପରି ?
ସମୟ ସମୟ ରେ ଅସରପା ବାହାରନ୍ତି ନାହିଁ କାରଣ ସେମାନେ ଅନ୍ଧାରରେ ବାହାରିବା କୁ ଭଲ ପାଆନ୍ତି ଏବଂ ଦିନ ସାରା ଲୁଚି ରୁହନ୍ତି |ଘରେ ଯଦି ଅସରପା ମଳ ବା ଚମ ଦେଖିଯାନ୍ତି ତେବେ ସେହି ପାଖ ସ୍ଥାନ କୁ ନିଶ୍ଚୟ ଅନୁସନ୍ଧାନ କରନ୍ତୁ |

କିପରି ଦୂର ହେବେ ଅସରପା ?
-ତେଜପତ୍ର ସୁଗନ୍ଧ ରେ ଅସରପା ଦୁରେଇ ଯାନ୍ତି |ଯେଉଁ କୋଣରେ ଅସରପା ଦେଖିବେ ସେଇଠି ଏକ ପାତ୍ର ରେ ୩-୪ ଟିତେଜପତ୍ର ରଖି ଦିଅନ୍ତୁ |ଅଳ୍ପ ଦିନ ମଧ୍ୟରେ ଅସରପା ଦୁରେଇ ଯାଇଥାନ୍ତି |


-ଚିନି ଓ ବେକିଙ୍ଗ ପାଉଡର ରେ ମଧ୍ୟ ଆପଣ ଅସରପା ଲାଗି ବିଷ ତିଆରି କରିପାରିବେ |ସମପରିମାଣ ରେ ଚିନି ଓ ବେକିଙ୍ଗ ପାଉଡର ନିଅନ୍ତୁ ଏବଂ ତାହା ଭଲ ଭାବେ ମିଶାଇ ଅସରପା ଥିବା ସ୍ଥାନ ରେ ଅଳ୍ପ ଅଳ୍ପ ପକାନ୍ତୁ |ଚିନି ର ସ୍ୱାଦ ରେ ଆକର୍ଷିତ ହେଲା ପରେ ବେକିଙ୍ଗ ପାଉଡର ଗନ୍ଧରେ ଅସରପା ସେହି ସ୍ଥାନ ଛାଡି ପଳାଇବେ |

-ଲବଙ୍ଗ ର ଗନ୍ଧ ସାହାଯ୍ୟ ରେ ମଧ୍ୟ ଅସରପା ରୁ ମୁକ୍ତି ମିଳିପାରିବ |ରୋଷେଇଘର ବିଭିନ୍ନ ସ୍ଥାନରେ ଲବଙ୍ଗ ରଖିଲେ ଅସରପା ଦୁରେଇ ଯାନ୍ତି |


-ଏହା ବ୍ୟତୀତ ଅସରପା ରହୁଥିବା ସ୍ଥାନ ଦେଖିଲେ ତାହାକୁ ବାରମ୍ବାର ସଫା କରନ୍ତୁ |ଖାଦ୍ୟ ଓ ପାଣି ର ଅଭାବ ରେ ମଧ୍ୟ ସେମାନେ ଘରୁ ଦୁରେଇ ଯାନ୍ତି |


-ଏକ ଲମ୍ବା ସରୁ ମୁହଁ ଥିବା ବୋତଲ ରେ କିଛି ଖାଦ୍ୟ ପଦାର୍ଥ ଯେପରି ଲହୁଣୀ ବା ସିରପ ପୁରାନ୍ତୁ ଏବଂ ବୋତଲ ମୁହଁରେ ଖାଇବା ତେଲ ଲଗେଇ ଦିଅନ୍ତୁ |ଏହି ବୋତଲ କୁ ରାତି ଭରି ରୋଷେଇଘରେ ରଖନ୍ତୁ |ଅସରପା ଖାଦ୍ୟ ବାସ୍ନା ରେ ଆସି ସେହି ବୋତଲ ରେ ପଡିଯାନ୍ତି |ସକାଳୁ ସେଇ ବୋତଲ ରେ ଗରମ ପାଣି ପୁରେଇଲେ ଅସରପା ମରିଯିବେ |

 

-ଲେମ୍ବୁ ରସ ସହ ପାଣି ମିଶାଇ ଅସରପା ଥିବା ସ୍ଥାନ ରେ ଢଳାନ୍ତୁ |ସେଇ ଦୁର୍ଗନ୍ଧ ରେ ସେମାନେ ଘର ଛାଡି ଚାଲିଯିବେ |


-ଏକ ବୋତଲ ରେ କଫି ସହ ପାଣି ମିଶାଇ ରାତି ଭରି ଅସରପା ଦେଖୁଥିବା ସ୍ଥାନରେ ରଖନ୍ତୁ |କଫି ବାସ୍ନା ରେ ଆକର୍ଷିତ ହୋଇ ଆସୁଥିବା ଅସରପା ସେଇ ପାଣି ରେ ପଡିଲେ ବୁଡିକି ମରିଯିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments