1. ଅନ୍ୟାନ୍ୟ

ପ୍ରସବ ଯନ୍ତ୍ରଣା ରୁ ଲାଘବ ଦେବ ପାନିଆ

ପ୍ରସବ ଯନ୍ତ୍ରଣା ରୁ ଲାଘବ ଦେବ ପାନିଆ

KJ Staff
KJ Staff

ପ୍ରସବ ସମୟର ଯନ୍ତ୍ରଣା ସଂସାରରେ ପଶୁ ପକ୍ଷୀ ଠାରୁ ଆରମ୍ଭ କରି ମଣିଷ ,ସମଗ୍ର ସ୍ତ୍ରୀ ଜାତି କୁ କେବେ ନା କେବେ ସହିବାକୁ ପଡିଥାଏ |ପଶୁ ଏହାର ବ୍ୟାଖ୍ୟା ନ କରିପାରୁଥିଲା ବେଳେ ମନୁଷ୍ୟ ରେ ଏହି ପୀଡା କଥା ହୁଏତ ଆମେ ସମସ୍ତେ ଜାଣିଥିବା |ତେବେ ଆପଣ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ପ୍ରସବ ପୀଡା ହ୍ରାସ କରିବାରେ ଏକ ପାନିଆ ବହୁ ମାତ୍ରା ରେ ସାହାଯ୍ୟ କରିଥାଏ |

ତେବେ ଏନେଇ ନିକଟରେ ବିଷୋନ୍ସିଂ ର ଏକ ଫୋଟୋଗ୍ରାଫର ଏହାର ଏକ ଫୋଟୋ କୁ ସୋସିଆଲ ମେଡିଆ ରେ ଦେଲା ପରେ ,ଏବେ ଏହି ବିଷୟ ବିଶ୍ୱ ର ସମସ୍ତ ମା ଙ୍କ ଦ୍ୱାରା ଖୁବ ପ୍ରସଂଶିତ ହୋଇଛି | ଫକ୍ସ ଭ୍ୟାଲି ବାର୍ଥ ଆଣ୍ଡ ବେବି ଙ୍କ ମତରେ ପାନିଆ ଧରିବା ଦ୍ୱାରା ପ୍ରସବ ଯନ୍ତ୍ରଣା ହ୍ରାସ ପାଇଥାଏ |ପାନିଆ କୁ ହାତରେ ଜାବୁଡି ଧରିବା ଦ୍ୱାରା ଏହା ଆକ୍ୟୁପଞ୍ଜର ବିନ୍ଦୁ ଗୁଡି଼କ ର ସଂସ୍ପର୍ଶ ରେ ଆସି ପୀଡା ଭୁଲିବାରେ ସାହାଯ୍ୟ କରେ ବୋଲି ସେ ମତ ଦେଇଛନ୍ତି |

ଏହାକୁ ଗେଟ କଣ୍ଟ୍ରୋଲ ଥିଓରୀ ବୋଲି କୁହାଯାଏ |ଏହି ଥିଓରୀ ଅନୁଯାୟୀ ମସ୍ତିସ୍କ କେବଳ ଏକ ସମୟରେ ଅଳ୍ପ କେତେକ ଯନ୍ତ୍ରଣା କୁ ଅନୁଭବ କରି ପରେ ଏଣୁ ପାନିଆ ଧରିଲେ ହାତରେ ଥିବା ସ୍ନାୟୁ ର ଶେଷ ଭାଗ ଥିବାରୁ ଏଥିରୁ ପ୍ରତିକ୍ରିୟା ଶୀଘ୍ର ମସ୍ତିସ୍କ କୁ ଯାଏ ତେଣୁ ପ୍ରସବ ବେଦନା କମ ଅନୁଭବ ହୋଇଥାଏ |

 

ଫଟଗ୍ରାଫର ର ଏହି ପୋଷ୍ଟ ବିଶ୍ୱ ର ସମସ୍ତ ଭାଗରୁ ହାରାହାରି ୨୦୦୦୦ କୋମେନ୍ଟ ପାଇବା ସାଙ୍ଗରେ ଗର୍ଭବତୀ ଥିବା ମା ଙ୍କ ବେଶ ମନକୁ ପାଇଛି |କେତେକ ମା ମାନେ ଏହା ମଧ୍ୟ କହିଛନ୍ତି ଯେ ପ୍ରସବ ସମୟରେ ତାଙ୍କର ମା ବା ସ୍ୱାମୀ ଶରୀର ର ଅନ୍ୟ ସ୍ଥାନରେ ଯନ୍ତ୍ରଣା ଦେବାର ଚେଷ୍ଟା କରିଥିଲେ ଫଳରେ ମସ୍ତିସ୍କ ପ୍ରସବ ପୀଡା କୁ ଅଧିକ ଆବୁଭାବ କରିବାକୁ ଦେଇନଥିଲା |
ଏହା ବିଭିନ୍ନ ବ୍ୟକ୍ତି ଙ୍କ ପାଖରେ ବିଭିନ୍ନ ପ୍ରକାର ର ପ୍ରତ୍ରିକ୍ରିୟା ଦେଖାଇପାରେ ମାତ୍ରା ଏହା କଷ୍ଟ ଲାଗଭ କରିବା ରେ ସାହାଯ୍ୟ କରିବା ସୁନିଶ୍ଚିତ |ତେଣୁ ଆପଣ ଆଗାମୀ ଦିନରେ କେବେ ଅଧିକ ଯନ୍ତ୍ରଣା ପାଇଲେ ହାତରେ ପାନିଆ ଧରି ପୀଡା ଉପରେ ଏହାର ପ୍ରଭାବ ନିଶ୍ଚିନ୍ତ ଦେଖନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ