1. ଅନ୍ୟାନ୍ୟ

ଘର କୁ ରଖନ୍ତୁ ଥଣ୍ଡା …

ଘର କୁ ରଖନ୍ତୁ ଥଣ୍ଡା …

KJ Staff
KJ Staff

ସିମେଣ୍ଟ ଲୁହ ଛଡ଼ ରେ ତିଆରି ହୋଇଥିବା କୋଠା ଘର ଗ୍ରୀଷ୍ମ ଋତୁରେ ଗରମ ହେବା ସ୍ୱାଭାବିକ କଥା |ଏଥିରୁ ରକ୍ଷା ପାଇବା ନିମନ୍ତେ ଲୋକେ କେବଳ ପ୍ୟାନ ନୁହେଁ ,କୁଳର ,ଏସି କୁ ପ୍ରାଧାନ୍ୟ ଦେଉଛନ୍ତି |ନିୟମିତ ଭାବେ ଏସି ,କୁଳର ଚଳାଇଲେ ବିଦ୍ୟୁତ ବିଲ ଅଧିକ ଆସିବା ସହ ପରିବେଶ ଓ ବାୟୁମଣ୍ଡଳ ର ତାପମାତ୍ରା ବୃଦ୍ଧି ମଧ୍ୟ ହେଉଛି |ଏହା ବ୍ୟତୀତ ସ୍ୱାସ୍ଥ୍ୟ ଲାଗି ଏହା ଅହିତକାରୀ ହୋଇଥିବାର ମଧ୍ୟ ସାବ୍ୟସ୍ତ ହେଉଛି |ତେଣୁ ଘରକୁ ପ୍ରାକୃତିକ ଉପାୟ ରେ ଥଣ୍ଡା ରଖିବାର ପ୍ରବନ୍ଧ କରିବା ଆବଶ୍ୟକ |

-ଫ୍ଲାଟ ଘରେ ସବୁଠାରୁ ଅଧିକ ଗରମ ଅନୁଭବ ହୁଏ ,ସିମେଣ୍ଟ ଲୁହାଛଡ଼ ଆଦି ଉପକରଣ ବ୍ୟବହୃତ ହେଉଥିବା କାରଣରୁ ଘରଗୁଡ଼ିକ ଶୀଘ୍ର ଥଣ୍ଡା ମଧ୍ୟ ହୋଇପାରେନାହିଁ |


-ବୈଦ୍ୟୁତିକ ଉପକରଣ ଗୁଡିକ ଘର ଭିତରେ ରହିକ ସମୟ ଚାଲିଲେ ମଧ୍ୟ ଗରମ ଲାଗିଥାଏ |ଯେପରି ଫ୍ରିଜ ,,ପଙ୍ଖା ଅନବରତ ଚାଲିଲେ ,ସେସବୁ ଅଳ୍ପ ସମୟ ପରେ ଗରମ ହୋଇଯାଏ |


-ଆଜିକାଲି ନୂଆ ଡିଜାଇନ ରେ ତିଆରି ହୁଇଥିବା ରୋଷେଇ ଘରୁ ମଧ୍ୟ ଗରମ ପବନ ବହି ଆସି ଅନ୍ୟ କକ୍ଷକୁ ପ୍ରବେଶ କରିଥାଏ |

ଗ୍ରୀଷ୍ମ ଋତୁ ଆରମ୍ଭ ସମୟରେ ଘରର ଛାତକୁ ଧଳା ଚୁନ ରଙ୍ଗ କରନ୍ତୁ |ଏପରି କରିଲେ ଘର ଭିତର ବହୁତ ଥଣ୍ଡା ଅନୁଭୂତ ହୁଏ |

ଅନ୍ୟ ଏକ ଉପାୟ ହେଉଛି ଚାଟ ଉପରେ କୁଣ୍ଡ ଭର୍ତି କରି ଗଛ ଲଗାନ୍ତୁ |ଏହା ଦ୍ୱାରା ମଧ୍ୟ ଘର ଭିତର ଶୀତଳ ହୋଇଥାଏ |


-ସନ୍ଧ୍ୟା ପରେ ଛାତ ଉପରେ ପାଣି ଚତୁର୍ଦିଗରେ ପକାନ୍ତୁ |ଏପରି କରିଲେ ମଧ୍ୟ ଘର ଥଣ୍ଡା ହେଉଥିବାର ପ୍ରକାଶ |


-ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶ ତେଣୁ ଘର ଭିତର ଓ ବାହାର କୁ ହାଲ୍କା ରଙ୍ଗ ଦିଅନ୍ତୁ |ଏହା ଦ୍ୱାରା ଘର ଶୀତଳ ରୁହେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments