1. ଅନ୍ୟାନ୍ୟ

କୁନ୍ଥୁକୁନ୍ଥୁ ସରକାର , ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ

ଦିନ କୁ ଦିନ ବଢୁଛି ଖାଦ୍ୟ ଦ୍ୱାରା ଯାହାକୁ ନେଇ ଅଶାନ୍ତି ଖାଉଟିଙ୍କ ମଧ୍ୟରେ l ଅହେତୁକ ଦରବୃଦ୍ଧିକୁ ପାଇଁ ଖାଉଟି ଅତିଷ୍ଠ ହୋଇପଡ଼ିଲେଣି । ଗରିବ ଲୋକଙ୍କ ମୁଣ୍ଡରେ ପଡିଛି ଚଡ଼କ l ଗହମରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ବଢିଛି ସମସ୍ତଙ୍କ ଦର l

Tanushree Mahapatra
Tanushree Mahapatra
Dal price touched 200 rupees , image source - @pmoindia

Dal price touched 200 rupees , image source - @pmoindia

ଯାହା ଖାଉଟିଙ୍କ ପକେଟ ଉପରେ ସିଧାସଳଖ ମାଡ଼ ମାରିଛି । ଏବେ ଏହି କ୍ରମରେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । ତେବେ ସୂଚନା ଅନୁଯାୟୀ ବଢିଛି ଡାଲି ଦର l ଏବେ ବଜାରରେ ହରଡ଼ ଡାଲି କେଜି ପିଛା ୨୦୦ଟଙ୍କାରେ ବିକ୍ରି କରାଯାଉଛି l ଯାହାକି ଆଗକୁ ଆହୁରି ବଢିବାର ଆଶଙ୍କା କରାଯାଉଛି । 

ଯେପରିକି ଆପଣ ଜାଣିଛନ୍ତି , ଡାଲି, ଖାଇବା ତେଲ, ଆଳୁ, ପିଆଜ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ଆଇନ ପରିସରଭୁକ୍ତ । ତେଣୁ ଏହିସବୁ ସାମଗ୍ରୀର ଉପଲବ୍ଧିତା ଓ ଏହାର ଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ ରହିଥାଏ । କିନ୍ତୁ ଏବେ ଦର କମିବା ପରିବର୍ତ୍ତେ ବଢି ବଢି ଚାଲିଛି ଯେଉଁଥିପାଇଁ ଖାଉଟିମାନେ ବଜାରକୁ ଯିବାକୁ ଏବେ ଭୟ କରୁଛନ୍ତି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ସାହିତ୍ୟ ଖାଦ୍ୟ ସାମଗ୍ରୀର ଦର ଏପରି ଭାବେ ବୃଦ୍ଧି ପାଉଛି ଯାହାପାଇଁ ଖାଉଟି ଚିନ୍ତାରେ । ଏତେସବୁ ସତ୍ତ୍ୱେ ଦରଦାମ ନିୟନ୍ତ୍ରଣ ସହିତ ଖାଉଟି ଠକାମିର ଶିକାର ହେଉଥିଲେ ବି ରୋକିବା ପାଇଁ ଅଭିଯୋଗ ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି  । ଖାଲି ଏତିକି ନୁହେଁ, କମ୍ପାନୀଗୁଡିକ ଖାଇବା ତେଲ ଓଜନରେ ମଧ୍ୟ ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ୧ ଲିଟର ତେଲର ଦର ନେଉଥିବାବେଳେ ୮୫୦ ଗ୍ରାମର ତେଲ ପାଉଛନ୍ତି ଗ୍ରାହକ । ଫଳରେ ଅନେକ ସ୍ଥାନରେ ବ୍ୟବସାୟୀମାନେ ଖାଉଟିଙ୍କ ରୋଷର ଶିକାର ହେଉଥିବା ଦେଖିବାକୁ ମିଳୁଛି ।

ତେବେ ତୁରନ୍ତ ଏ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଲେ ଆଗକୁ ପରିସ୍ଥିତି ଖରାପ ହେବ ବୋଲି  ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । ସେହିପରି କମ୍ ଓଜନର ତେଲ ପ୍ୟାକେଟ ଓଡ଼ିଶା ବଜାରରେ ବିକ୍ରି କରି କମ୍ପାନୀମାନେ ମାଲେମାଲ ହେଉଥିବା ଅଭିଯୋଗ କରାଯାଉଛି । ସେହିପରି ୯୧୦ ଗ୍ରାମ ଓଜନର ତେଲ ପ୍ୟାକେଟ ବଦଳରେ ବଜାରକୁ ଆସୁଛି ମାତ୍ରା ୮୫୦ ଗ୍ରାମ ଓଜନର ତେଲ ଥିବା ପ୍ୟାକେଟ । 

ଯାହାକୁ ନେଉ ଖାଉଟି ଅସନ୍ତୋଷ ହେଉଛନ୍ତି l ତେବେ ଏବେ ଅଭିଯୋଗ କରାଯାଉଛି ଯେ ଯେଉଁ କର୍ପୋରେଟ ସଂସ୍ଥାମାନେ ଏଭଳି ଠକାମି କରୁଛନ୍ତି, ସେମାନଙ୍କ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥୁକୁନ୍ଥୁ ହେଉଛନ୍ତି । ତେବେ ଅନିୟମିତ ମୌସୁମୀ ଯୋଗୁଁ ଏଭଳି ଦର ବଢୁଥିବା ନେଇ କୁହାଯାଉଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments