1. ଅନ୍ୟାନ୍ୟ

SAHARA INDIA: ଏବେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚ ୨୯ ତାରିଖରେ , ସରକାର କହିଥିଲେ ଯେ ୯ ମାସ ମଧ୍ୟରେ ସାହାରା ଇଣ୍ଡିଆର ଚାରିଟି ସମବାୟ ସମିତିର ମୋଟ ୧୦ କୋଟି ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଥିଲା ।

Tanushree Mahapatra
Tanushree Mahapatra
Depositer will be refunded second installment of sahara, image source - sahara india , pexels.com

Depositer will be refunded second installment of sahara, image source - sahara india , pexels.com

ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚ ୨୯ ତାରିଖରେ , ସରକାର କହିଥିଲେ ଯେ ୯ ମାସ ମଧ୍ୟରେ ସାହାରା ଇଣ୍ଡିଆର ଚାରିଟି ସମବାୟ ସମିତିର ମୋଟ ୧୦ କୋଟି ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଥିଲା । ଏହି ଘୋଷଣା ସାହାରା-ସେବି ରିଫଣ୍ଡ ଆକାଉଣ୍ଟରୁ କୋଅପରେଟିଭ ସୋସାଇଟି (CRCS) କୁ କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଘୋଷଣା କରାଯାଇଥିଲା ।

ତେବେ ସାହାରା ଇଣ୍ଡିଆର ପ୍ରକୃତ ଜମାକାରୀଙ୍କ ଅଭିଯୋଗର ସମାଧାନ ପାଇଁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା । ଯାହାର ଶୁଣାଣି କରିଥିଲେ କୋର୍ଟ l

ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ଜମାକାରୀ ଏବେ ଧୀରେ ଧୀରେ ନିଜ ଟଙ୍କା ଫେରି ପାଇବେ । ଦୀର୍ଘ ଦିନ ପରେ ତାଙ୍କ ପାଇଁ ସୃଷ୍ଟି ହୋଇଥିଲା ଆଶା । ଆଉ ଏଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ବ୍ୟବସ୍ଥା । ତେବେ ଏହି ଟଙ୍କା ଫେରିପାଇବେ ପାଇଁ ଉନ୍ମୋଚନ ହୋଇଥିଲା ପୋର୍ଟାଲ ଯାହାକୁ ଗୃହମନ୍ତ୍ରୀ ଅମିତ ଶାହ କରିଥିଲେ । ସୂଚନା ଅନୁଯାୟୀ ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ କରାଯାଇଥିଲା । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ କିମ୍ବା ୱେବସାଇଟରେ ଜମାକାରୀ କିଭଳି ନିଜ ଟଙ୍କା ଫେରିପାଇବେ ସେ ବାବଦରେ ଉଲ୍ଲେଖ କରାଯାଇଛି । ଆବଶ୍ୟକ ସ୍ଥାନରେ ନିଜ ସଠିକ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ ସେହି ପୋର୍ଟାଲ ମାଧ୍ୟମରେ ।

ତେବେ ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଥିବାର ଦେଖିବକୁ ମିଳିଥିଲା ।  ବୁଡି ଯାଇଥିବା ଟଙ୍କା ଫେରିପାଇବେ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ କରିଥିଲେ ଜମାକାରୀ  । ଏହାପରେ କେନ୍ଦ୍ର ସରକାର ଜମାକାରୀଙ୍କ  ରିଫଣ୍ଡ ପୋର୍ଟାଲ ବାବଦରେ ନିଷ୍ପତି ନେଇଥିଲେ । ଯାହାଦ୍ୱାରା ସେମାନେ ସହଜରେ ନିଜ ଟଙ୍କା ପାଇପାରିବେ l

ସେହିପରି ସାହାରା ଇଣ୍ଡିଆରେ ଫସି ରହିଥିବା ଲୋକଙ୍କ ଟଙ୍କା ଆସିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ଏଥିପାଇଁ ଗତ ମାସ ୧୮ ଜୁଲାଇରେ ସାହାରା ରିଫଣ୍ଡ୍ ପୋର୍ଟାଲ ଆରମ୍ଭ କରିଥିଲେ ଜମାକାରୀଙ୍କ ପାଇଁ । ପ୍ରଥମ କିସ୍ତି ଅର୍ଥ ନିବେଶକମାନଙ୍କୁ ପ୍ରଦାନ କରାଜିଥିଲା , ଯେଉଁମାନେ ଏହି ପୋର୍ଟାଲ ଜରିଆରେ ଅର୍ଥ ଫେରସ୍ତ ପାଇଛନ୍ତି । ଚଳିତମାସ ପହିଲାରେ କେନ୍ଦ୍ର ଗୃହମନ୍ତ୍ର  ନିବେଶକଙ୍କ ପ୍ରଥମ କିସ୍ତି ଅର୍ଥ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ଏବଂ ଟଙ୍କା ଫେରସ୍ତ ପାଇଥିଲେ ଜମାକାରୀ । ତେବେ ଏବେ ଆଉ ଏକ ଖୁସି ଖବର ଆସିଛି ,ଏହାର ଦ୍ୱିତୀୟ କିସ୍ତି ଅର୍ଥ ଖୁବ୍ ଶୀଘ୍ର ଆସିବ ବୋଲି ଜଣାପଡିଛି । ଅର୍ଥାତ୍ ସରକାର ସାହାରା ରିଫଣ୍ଡର ଦ୍ବିତୀୟ କିସ୍ତି ଟଙ୍କା  ଖୁବ୍ ଶୀଘ୍ର ଜାରି କରିବାକୁ ଯାଉଛନ୍ତି ଜମାକାରୀଙ୍କ ପାଇଁ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ ଲୋକ CRCS-ସାହାରା ଟଙ୍କା ଫେରସ୍ତ ପୋର୍ଟାଲ ମାଧ୍ୟମରେ ନିଜ ନିଜ ଜମା ଟଙ୍କା ପାଇଁ ଆବେଦନ କରିଛନ୍ତି । ସାହାରାର ଯୋଜନାରେ ଅଟକି ରହିଛି ଯେଉଁ ଜମାକରୀଙ୍କ ଟଙ୍କା, ସେମାନେ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ତେବେ ଏହି ପୋର୍ଟାଲ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧.୭ କୋଟି ନିବେଶକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇବେ ବୋଲି ଜଣାପଡିଛି । ଏଥିପାଇଁ ମୋଟ ୫୦୦୦ କୋଟି ଟଙ୍କାର ପାଣ୍ଠି ମଧ୍ୟ ଗ୍ରହଣ କରାଯାଇଥିଲା । 

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ, ଅଗଷ୍ଟ ୪ ତାରିଖରେ, କେବଳ ୧୧୨ ଜଣଙ୍କୁ ସରକାର ଅର୍ଥ ପେମେଣ୍ଟ କରିଛନ୍ତି । କିନ୍ତୁ ଏହି ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଜମାକାରୀ ଲୋକ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୧,୨୦,୦୦୦ ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଇଥିବା ସୂଚନା ରହିଛି  । ଆଉ ଏବେ ଏହାର ଦ୍ୱିତୀୟ କିସ୍ତି ଖୁବ୍ ଶୀଘ୍ର ଜାରି ହେବାକୁ ଯାଉଛି ବୋଲି କୁହାଯାଉଛି । ଜମାକାରୀଙ୍କ ପାଇଁ ପ୍ରଥମ କିସ୍ତି ଭାବରେ କେବଳ ୧୦,୦୦୦ ଟଙ୍କା ଫେରସ୍ତ କରାଯାଇଥିଲା । ବଳକା ଟଙ୍କା  ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଏହାର ଦ୍ୱିତୀୟ କିସ୍ତି ଏବେ ସେପ୍ଟେମ୍ବର ମାସରେ ଜାରି କରାଯିବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments