1. ଅନ୍ୟାନ୍ୟ

ଗ୍ରୀନ୍ ସୋୟାବିନ, ଆପଣ ଜାଣନ୍ତି କି ? ?

ସୋୟାବିନ ବିଶ୍ଵର ଏକ ଲାଭଦାୟକ ଫସଲ ଅଟେ l ସେତିକି ନୁହେଁ ଏଥିରେ ଏକ ଏମିତି ମହତ୍ୱପୂର୍ଣ୍ଣ ପୋଷଣ ରହିଥାଏ ଯାହାକୁ ଆମେ ପ୍ରତିଦିନ ଖାଇବା ଦ୍ଵାରା ଆମକୁ କେବେବି ପୋଷଣର ଅଭାବ ହୋଇନଥାଏ ଓ ପ୍ରୋଟିନର ଅଭାବରୁ ହେଉଥିବା ରୋଗରୁ ମଧ୍ୟ ବଞ୍ଚାଇଥାଏ l

Sugyan Kumar Nayak
Sugyan Kumar Nayak

ସୋୟାବିନ ବିଶ୍ଵର ଏକ ଲାଭଦାୟକ ଫସଲ ଅଟେ l ସେତିକି ନୁହେଁ ଏଥିରେ ଏକ ଏମିତି ମହତ୍ୱପୂର୍ଣ୍ଣ ପୋଷଣ ରହିଥାଏ ଯାହାକୁ ଆମେ ପ୍ରତିଦିନ ଖାଇବା ଦ୍ଵାରା ଆମକୁ କେବେବି ପୋଷଣର ଅଭାବ ହୋଇନଥାଏ ଓ ପ୍ରୋଟିନର ଅଭାବରୁ ହେଉଥିବା ରୋଗରୁ ମଧ୍ୟ ବଞ୍ଚାଇଥାଏ l ସୋୟାବିନରେ ପ୍ରୋଟିନର ମାତ୍ରା ୪୦% ରୁ ୫୦% ଥାଏ l ଏଥିରେ କାର୍ବୋହାଇଡ୍ରେଟର ମାତ୍ରା ୨୦% ରହିଥାଏ l ଆଜିକୁ ପ୍ରାୟ ୪୦୦ ବର୍ଷ ପୂର୍ବରୁ ସୋୟାବିନ ଚାଷ ଆରମ୍ଭ କରାଯାଇ ଥିଲା l ଏହା ଛଡା ବର୍ତ୍ତମାନ ସୋୟାବିନ ଚାଷ ଦେଶରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଛି l ମଧ୍ୟପ୍ରଦେଶର ଇନ୍ଦୋର ଠାରେ ସୋୟାବିନ ଅନୁସନ୍ଧାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି l ଏଠାରେ ସୋୟାବିନ ସହ ଜଡିତ ବିଭିନ୍ନ ଉନ୍ନତ କିସମଗୁଡିକ ଉପରେ ଅନୁସନ୍ଧାନ କରାଯାଇଥାଏ l

ସୋୟାବିନର ମହତ୍ୱ ଓ ଏହାର ଉପକାରିତାକୁ ଜାଣିଲା ପରେ କିସାନ କଲ୍ୟାଣ ତଥା ବିକାଶ ମନ୍ତ୍ରୀ କହିଛନ୍ତି ଯେ, ସୋୟାବିନକୁ ତେଲ ଓ ଶୁଖିଲା ବ୍ୟବହାର କରିବା ସହିତ ଏହାକୁ ଆପଣ ତରକାରୀ ରୂପରେ ମଧ୍ୟ ବ୍ୟବହାର କରିପାରିବେ l ବିଭିନ୍ନ ଅନୁସନ୍ଧାନ କେନ୍ଦ୍ର ଓ ବୈଜ୍ଞାନିକମାନଙ୍କର କହିବା ଅନୁସାରେ କଞ୍ଚା ସବୁଜ ଫଳୁଥିବା ସୋୟାବିନରୁ ଏବେ ତରକାରୀ ମଧ୍ୟ ତିଆରି କରାଯାଇପାରିବ l ପୋଷଣରେ ଭରପୁର ଏହି ସବୁଜ ସୋୟାବିନକୁ ସ୍ୱାଦିଷ୍ଟ ତରକାରୀ ପ୍ରସ୍ତୁତ କରିବାରେ ଉପଯୋଗ କରାଯାଇପାରିବ l ସେମାନଙ୍କ କହିବା ହିସାବରେ ଔଷଧ ଭାବରେ ମଧ୍ୟ ଏହାକୁ ଏବେ ବିକଶିତ କରାଯାଇଛି l ଏହି ଫସଲକୁ ଭଲ ଭାବରେ କରିବା ପାଇଁ ଦେଶ ସହ ମଧ୍ୟପ୍ରଦେଶର କୃଷି ବୈଜ୍ଞାନିକମାନେ ମଧ୍ୟ ନିଜର ମହତ୍ୱପୂର୍ଣ୍ଣ  ଯୋଗଦାନ ଦେଉଛନ୍ତି l ଏହି ଫସଲ ଚାଷୀମାନଙ୍କୁ ଆତ୍ମନିର୍ଭର ମଧ୍ୟ ବନେଇଥାଏ l

ବୈଜ୍ଞାନିକମାନଙ୍କ ଦ୍ଵାରା କରାଯାଇଥିବା ଏହି ନୂଆ ଉପାୟ କ୍ଷୁଦ୍ର ଓ ନିମ୍ନ ଶ୍ରେଣୀର କୃଷକମାନଙ୍କ ପାଇଁ ଲାଭଦାୟକ ଅଟେ l ଏହି ଦେଶରେ ବର୍ଷ ଋତୁ ଜନିତ ଖରିଫ ଫସଲ ଭଲ ହୋଇଛି l ଯାହା ଫଳରେ ଦେଶରେ ଖରିଫ ଫସଲର ଏରିଆ ଏବଂ ଅମଳ ବହୁତ ବଢିଛି ଓ ଉପାର୍ଜନ ମଧ୍ୟ ଅଧିକ ହୋଇଛି l ଖରିଫ ଋତୁରେ ହେଉଥିବା ତେଲ ଜାତୀୟ ସୋୟାବିନର ଉତ୍ପାଦନ ଏହି ବର୍ଷ ୩୧% ରୁ ଅଧିକ ବଢିବାର ଆଶା କରାଯାଇଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments