
ବର୍ତମାନ ସମୟ ର ଜୀବନଶୈଳୀ ଶରୀର ଉପରେ ବେଶ ଅଧିକ ପ୍ରଭାବ ପକାଉଛି |ତେବେ ଏନେଇ ମେଦବହୁଳ ଏକ ବିଶେଷ ସମସ୍ୟା |ଏହା ବିଭିନ୍ନ କାରଣ ରୁ ହୋଇପାରେ ଯଥା ଅତ୍ୟଧିକ ଓ ଅନିୟମିତ ଖାଦ୍ୟ ,ବ୍ୟାୟାମ ର ଅଭାବ ,ପରିବାର ରେ ଅତ୍ୟଧିକ ଭାବେ ମେଦବହୁଳ ରୋଗୀ ଥିଲେ ଇତ୍ୟାଦି |ବିଭିନ୍ନ ଗବେଷଣା ରୁ ଜଣାପଡିଛି ଯେ ପ୍ଲାଷ୍ଟିକ ବୋତଲ ରୁ ପାଣି ପିଇଲେ ମଧ୍ୟ ଏହା ମେଦ ବୃଦ୍ଧି ର କାରଣ ହୋଇଥାଏ |

ବିସ୍ଫେନୋଲ -ଏ ଏକ ରାସାୟନିକ ଦ୍ରବ୍ୟ ଯାହା ଓଜନ ନିୟନ୍ତ୍ରଣ ରେ ସହାୟକ ହୋଇଥାଏ |ଏହି ଦ୍ରବ୍ୟ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ରେ ମଧ୍ୟ ଦେଖିବାକୁ ମିଳିଛି|ଏହା ଜିମ ଯାଉଥିବା ବ୍ୟକ୍ତି ବ୍ୟବହାର କରୁଥିବା ପାଣି ବୋତଲ ସହ ଶିଶୁ ଦୁଗ୍ଧ ପାନ କରୁଥିବା ବୋତଲ ରେ ମଧ୍ୟ ଦେଖିବାକୁ ମିଳେ | ଏହି ବିସ୍ଫେନୋଲ ଇନ୍ସୁଲିନ ର କାର୍ଯ୍ୟକ୍ଷମତା ହ୍ରାସ କରେ ତେଣୁ ଶରୀର ରେ ଅଧିକ ଫ୍ୟାଟ ବା ଚର୍ବି ଗଠନ ହୋଇ ଅଡ଼ିପୋସାଇଟ କୋଷିକା ରେ ସଂଗ୍ରହ ହେବ ଆରମ୍ଭ କରେ |ଫଳରେ ଏହା ମେଦବହୁଳ ର କାରଣ ହୋଇଥାଏ |
ପରୀକ୍ଷଣ ରୁ ଜଣା ପଡିଛି ଯେ ଏହା ହାରାହାରି ୧୩୦୦% ଚର୍ବି ବୃଦ୍ଧି କରିଥାଏ |ଏହା ବ୍ୟତୀତ ଅତ୍ୟଧିକ ବିସ୍ଫେନଲ ବହୁ ବାର ମସ୍ତିସ୍କ ବିକୃତ ହେବାର କାରଣ ହେବ ସାଙ୍ଗରେ ,ଗର୍ଭଧାରଣ କରିବା ର କ୍ଷମତା କୁ ହ୍ରାସ କରିଥାଏ |

ଏହା ବ୍ୟତୀତ ମୋଟାପା ର କେତେକ ଅନ୍ୟ କାରଣ :
-ସୋସିଆଲ ମିଡ଼ିଆ ରେ ଅନ ଲାଇନ ରହୁଥିଲା ବେଳେ ଯୁବପିଢ଼ି ଅଧିକ ଜଙ୍କ ଫୁଡ ଖାଉଥିବାର ପ୍ରକାଶ |
-ନିଜ ପ୍ରିୟ ଭୋଜନ କୁ ଟେଲିଭିଜନ ରେ ବା ହୋଟେଲ ରେ ଦେଖିଲେ ଏଡ୍ରନାଲୀନ ନାମକ ହର୍ମୋନ ବାହାରୁଥିବାରୁ ମୋଟାପନ ବଢିଥାଏ |
-ଲୁଣ ଅଧିକ ଖାଉଥିବା ଲୋକଙ୍କ ପେଟ ଫୁଲିବା ସହ ଓଜନ ବଢେ |
Share your comments