1. ଅନ୍ୟାନ୍ୟ

ଭାରତ ର ସବୁଠାରୁ କୋଟିପତି ଭିକାରି !

ଭାରତ ର ସବୁଠାରୁ କୋଟିପତି ଭିକାରି !

KJ Staff
KJ Staff

ଭିକ ମାଗି ହୋଇଛନ୍ତି କୋଟିପତି
ଭରୁଛି ବର୍ଷକୁ ୩୬୦୦୦ ର ପ୍ରିମିଅମ
ଭିକ ଟଙ୍କା ଜମା କରି କିଣିଛନ୍ତି ଫ୍ଲାଟ ...
ଜଣାନ୍ତୁ କୋଟିପତି ଭିକାରି ଙ୍କ ତାଲିକା

ଅଲୋଡ଼ା ,ଦଳିତ ,ନିସପେଚିତ ଭିକାରି ଟି ର ମୁହଁ ଦେଖିଲେ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଥରୁଟିଏ  ହେଲେ  ଆପଣଙ୍କର  ପାଟି  ରୁ "ଆହାଃ!!"ଶବ୍ଦଟି ନିଶ୍ଚିନ୍ତ ବାହାରିଥିବା |ଜୀର୍ଣ୍ଣ ପୋଷାକ ହାତରେ ତାଟିଆ କଂସା ସହ ପେଟ ପାଇଁ ଭିକ୍ଷା ର ଅନୁରୋଧ ରେ ସେ କରୁଣା ଆଖି ର ଦୃଶ୍ୟ ଦେଖିଲେ ହୁଏତ ଆପଣ ବା ମୋ ମନରେ ବହୁ ପ୍ରକାର ଝଡ ଉଠିଥାଏ |ଏ ସବୁ ପ୍ରକାର ଭାବନା ରେ ବିଭୋର ହୋଇ ଶେଷରେ ଆପଣ ନିଜ ପାକେଟ ରୁ ନିଶ୍ଚିନ୍ତ ଭାବେ ଅଧୁଲାଏ କାଢି ଭିକୟ ର ଆସ ରେ ଅପେକ୍ଷା କରିଥିବା ହଠକୁ ବଢ଼ାଇ ଦେଉଥିବେ |ମନରେ ବେଶ ଆତ୍ମସନ୍ତୋଷ ସହ ଘରକୁ ଫେରୁଥିବେ ,ଭାବୁଥିବେ ଆଜି ହୁଏତ ଭିକାରି ଟି ସେ ପଇସା ପାଇ ଖାଲି ପେଟ ରେ ଶୋଇବା ନାହିଁ |
ହେଲେ କେବେ ଭାବିଛନ୍ତି କି ଏହି ଅଧୁଲାଏ  ରେ ସେ ପେଟ ପୋଷେ ନାଁ ତାକୁ ସଂଚୟ କରି ସେ ଆପଣଙ୍କ ଠାରୁ ମଧ୍ୟ ଅଧିକ ରୋଜଗାର କରେ ?
ଭିକ୍ଷା ଦେବା ନିଶ୍ଚିନ୍ତ ଏକ ପୁଣ୍ୟ ହେଲେ ଥରୁଟିଏ ଭାରତ ର କୋଟିପତି ଭିକାରି ମାନକ ଉପରେ ଏକ ନଜର ନିଶ୍ଚିନ୍ତ ପକାନ୍ତୁ |

୧)ଭରତ  ଜୈନ

ଭାରତ ର ସବୁଠାରୁ କୋଟିପତି ଭିକାରି ମାନଙ୍କ ତାଲିକା ରେ ଭରତ  ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |୪୯ ବର୍ଷ ର ଭରତ  ମୁମ୍ବାଇ ର ପାରେଲ ଅଂଚଳରେ ଭିକ ମାଗନ୍ତି ଏବଂ ଏହି ପଇସା ରେ ସେ ୨ ତୋ ୭୦ ଲକ୍ଷ ର ଫ୍ଲାଟ କିଣିବା ବ୍ୟତୀତ ନିଜର ସେ ଏକ ଯୂଶ ଦୋକାନ କୁ ଏହାକୁ ଭଡା ରେ ଲଗାଇ ମାସକୁ ୧୦୦୦୦ ଅର୍ଜନ କରନ୍ତି |ଏହା ବ୍ୟତୀତ ସେ ମାସକୁ କେବଳ ଭିକ ମାଗି ୬୦୦୦୦ ଅର୍ଜନ କରିଥାନ୍ତି |ଭରତ  ନିଜର ବାପା ସ୍ତ୍ରୀ ଓ ଦୁଇ ପୁଅ ଙ୍କ ସହ ମୁମ୍ବାଇ ରେ ରୁହନ୍ତି |

୨)କ୍ରିଷ୍ଣା କୁମାର ଗୀତେ :

ଏହି ତାଲିକା ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା କ୍ରିଷ୍ଣା ବାସ୍ତବରେ ଯୁବଶକ୍ତି ଏବଂ ଵୈବସାୟିକ ଶୈଳୀ ର ଏକ ବିଶେଷ ମିଶ୍ରଣ |ମୁମ୍ବାଇ ର ଚରନୀ ରୋଡ ର ବାସିନ୍ଦା କ୍ରିଷ୍ଣା ନିଜ ଲାଗି ଏକ ୫ ଲକ୍ଷ ର ଘର କିଣି ସେଠାରେ ନିଜ ଭାଇ ସହ ବାସ କରନ୍ତି |

୩)ସର୍ଵତୀଆ ଦେବୀ :

ପାଟଣା ରବାସିନ୍ଦା ସର୍ଵତୀଆ ,ଏହି ତାଲିକା ରେ ତୃତୀୟ ସ୍ଥାନ ର ଅଧିକାରୀ ହୋଇଥିବା ସହ ନିଜ ଅଂଚଳ ର ସବୁଠାରୁ ନାମିଦାମୀ ଭିକାରି |ସେ ବର୍ଷକୁ ୩୬୦୦୦ ର ପ୍ରିମିଅମ ଭରିଥାନ୍ତି ଏବଂ ଏହି ପଇସା ରେ ନିଜ ଝିଅ ବାହାଘର ମଧ୍ୟ କରିଛନ୍ତି |ଏହା ବ୍ୟତୀତ ସେ ଭାରତ ର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ବହୁ ଥର ଇରଥ ରେ ମଧ୍ୟ ଯାଇଛନ୍ତି |

୪)ଲକ୍ଷ୍ମୀ ଦାସ :

୧୬ ବର୍ଷରୁ ଭିକ ମାଗୁଥିବା ଲକ୍ଷ୍ମୀ ପ୍ରକୃତରେ ଜଣେ ପୋଲିଓ ପୀଡିତା |କୋଲକାତା ରେ ଭିକ ମାଇଁ ସେ ନିଜ ଲାଗି ଏତେ ଧାନ ରାଶି ସଂଚୟ କରିଛନ୍ତି ଯେ ବର୍ତମାନ ଟଙ୍କା ର ଏକ ନିଜର ଆକାଉଣ୍ଟ ଅଛି ଏବଂ ସେ ଶତାଧିକ ଧାନ ର ମାଲିକାଣି |

୫)ମାଲାନା:

ଚମତ୍କାରୀ ଵୈବସାୟିକ ଛନ୍ଦ ଜାଣିଥିବା ମାଲନ ଙ୍କ କଥା ଶୁଣିଲେ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ |ଜୀର୍ଣ୍ଣ ପୋଷାକ ସହ ଭିକ ମାଗୁଥିବା ମାଲନ ପ୍ରକୃତରେ ସେହି ସ୍ଥାନ କୁ ପ୍ରତି ଦିନ ଅଟୋ ରେ ଆସନ୍ତି ଏବଂ ସେଠାରେ ପୋଷାକ ପରିବର୍ତନ କରି ଭିକାରି ବେଶ ହୋଇ ଭିକ ମାଗନ୍ତି |ସେହି ପରୋ ୮ ରୁ ୧୦ ଘଣ୍ଟା ଭିକ ମାଗିଲା ପରେ ସେ ପୁଣି ପୋଷାକ ପରିବର୍ତନ କରି ଘରକୁ ଫେରିଯାନ୍ତି ଏବଂ ସେଠି ଲାଗି ତାଙ୍କୁ ମାସୁ ନାମରେ ମଧ୍ୟରେ ସ୍ଥାନୀୟ ଲୋକେ ଚିହ୍ନନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments