1. ଅନ୍ୟାନ୍ୟ

ମୁହଁ ଦେଖାଇଲେ ହେବ ଟଙ୍କା ଟ୍ରାନଫର ..

ମୁହଁ ଦେଖାଇଲେ ହେବ ଟଙ୍କା ଟ୍ରାନଫର ..

KJ Staff
KJ Staff

ଚୀନ ର ନୂତନ ପ୍ରଯୁକ୍ତି
ଆବଶ୍ୟକ ନାହିଁ ଫୋନ ବା ମୋବାଇଲ
ବାରକୋଡ଼ ବଦଳରେ ମୁହଁ ଦେଖାଇ କରିବେ ପେମେଣ୍ଟ

ନା ଟଙ୍କା ,ନା କାର୍ଡ କେବଳ ଆପଣଙ୍କ ଚେହରା  ଦେଖାଇଲେ ହୋଇପାରିବ ପେମେଣ୍ଟ|ଚୀନ ର ନାଗରିକ ମାନେ ଏବେ ଖୁବ ସହଜରେ ଶପିଂ କରିପାରୁଛନ୍ତି କାରଣ କେବଳ ମୁହଁ ବୁଲାଇଲେ  ଟଙ୍କା  ଦେଇ ପାରୁଛନ୍ତି ଗ୍ରାହକ |ଏହିନୂତନ ପ୍ରଯୁକ୍ତି ଲାଗି ଦାୟୀ ଚୀନ ର ମୁହଁ ଚିନ୍ହି ପାରୁଥିବା ଇଁଫ୍ରାରେଡ କ୍ୟାମେରା  ଟେକ୍ନୋଲୋଜି |ଖୁବ ଶୀଘ୍ର ଏହା ଦ୍ୱାରା ପୂର୍ବରୁ ବ୍ୟବହାର ହେଉଥିବା ବାରକୋଡ଼ ରେ ଲାଗିବ ପୂର୍ଣ୍ଣଛେଦ |

କିପରି ହେବ ଏହି ଟ୍ରାନ୍ସ୍ଫର!

ଶପିଂ କଳା ବେଳେ ମତେ  ନିଜ ମୋବାଇଲ ଫୋନ ସାଙ୍ଗରେ ନେବା   ଆବଶ୍ୟକ ହେଉ ନାହିଁ କାରଣ କେବଳ ମୁହଁ ଦେଖାଇଲେ ହିଁ ଟଙ୍କା ପେମେଣ୍ଟ କରିବା ସମ୍ଭବ ହେଇପାରୁଛି ବୋଲି ମତ ଦେଇଛନ୍ତି   ଚୀନ ୱେଡମ ବ୍ୟାଙ୍କେରି   ର ମୁଖ୍ୟ ସୂଚନା ଅଧିକାରୀ ବୋ ହୁ |

 

ଏହି ପ୍ରଯୁକ୍ତି ପୂର୍ବରୁ ରୁ ମଧ୍ୟ ବହୁ ବାର ଦୋଷୀ ଏବଂ ଆତଙ୍କବାଦୀ ଙ୍କ ମୁହଁ କୁ ଚିନ୍ହିବା ଲାଗି ବ୍ୟବହାର ହୋଇ ଆସୁଥିଲା |ସେହି ପ୍ରଯୁକ୍ତି ଏବେ ଟଙ୍କା ପେମେଣ୍ଟ କରିବା ଲଫି ମଧ୍ୟ ବ୍ୟବହାର କରାଯାଉଛି |
ମାତ୍ର ଏହି ପ୍ରଯୁକ୍ତି ଉପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି |"ଏହି ପରି ଜଣଙ୍କ ମୁହଁ କୁ ଦେଶ ବା ରାଜ୍ୟ ର କୌଣସି ଆପ ରେ ରଖିଲେ ତାହା ବିଭିନ୍ନ ପ୍ରକାର ଅପବ୍ୟବହାର ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଛନ୍ତି ଚୀନ ର ଜଣେ ଗବେଷକ ଆଦମ ନି |ଅନ୍ୟ ପକ୍ଷେ ଏହି ପରି ଆଶଙ୍କା କୁ ପଛରେ ପକାଇ ଚୀନର ନାଗରିକ ମାନେ ଏହି ନୂତନ ପ୍ରଯୁକ୍ତି କୁ ବେଶ ଭଲପାଉଛନ୍ତି ଏବଂ ଏହା ସମୟାନୁକ୍ରମେ ବେଶ ଲୋକପ୍ରିୟ ହେବାରେ ଲାଗିଛି |

ଏହାକୁ ଅଲିପେ ନାମକ ସଂସ୍ଥା "ସ୍ମାଇଲ ଟୁ ପେ "ନାମକ ଏକ ଅପ ଦ୍ୱାରା ପରିଚାଳନା କରୁଥିଲା ବେଳେ ଏହା ଲାଗି ବ୍ୟବହାର ହେଉଥିବା ମେସିନ ଏକ ସାଧାରଣ ଆଇପ୍ୟାଡ଼   ସଦୃଶ  ମାତ୍ର |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments