1. ଅନ୍ୟାନ୍ୟ

ଇସ୍ରାଏଲର ଏହି କୌଶଳ ବ୍ୟବହାର କରି ଫସଲ କଲେ ମିଳିବ ଅଧିକ ଲାଭ

ଦେଶରେ ଚାଷୀ ବିଭିନ୍ନ ପ୍ରକାର ଚାଷକାର୍ଯ୍ୟ କରୁଛନ୍ତି l ଅନେକ ନୂଆ ନୂଆ ପ୍ରଣାଳୀ ମଧ୍ୟ ବ୍ୟବହାର କରୁଛନ୍ତି l ଯାହାର ବ୍ୟବହାର କରି ସେମାନେ ଅଧିକ ଟଙ୍କା ରୋଜଗାର କରୁଛନ୍ତି l ସେହିପରି ପ୍ରତିରକ୍ଷା ପ୍ରଣାଳୀ ଆଇରନ୍ ଡୋମ୍ ହେଉ କିମ୍ବା ଚାଷରେ ବ୍ୟବହୃତ ଅନ୍ୟନ୍ୟ ନୂତନ ପ୍ରଣାଳୀ ବ୍ୟବହାର କରିବା ହେଉ, ସେଥିରେ ଇସ୍ରାଏଲ୍ ଏହାର ଟେକ୍ନୋଲୋଜି ପାଇଁ ସର୍ବଦା ଆଗରେ ରହିଛି ।

Tanushree Mahapatra
Tanushree Mahapatra
Farming with israel technique, farmers become richer farmers double income , image source - pexels.com

Farming with israel technique, farmers become richer farmers double income , image source - pexels.com

ଦେଶରେ ଚାଷୀ ବିଭିନ୍ନ ପ୍ରକାର ଚାଷକାର୍ଯ୍ୟ କରୁଛନ୍ତି l ଅନେକ ନୂଆ ନୂଆ ପ୍ରଣାଳୀ ମଧ୍ୟ ବ୍ୟବହାର କରୁଛନ୍ତି l ଯାହାର ବ୍ୟବହାର କରି ସେମାନେ ଅଧିକ ଟଙ୍କା ରୋଜଗାର କରୁଛନ୍ତି l ସେହିପରି ପ୍ରତିରକ୍ଷା ପ୍ରଣାଳୀ ଆଇରନ୍ ଡୋମ୍ ହେଉ କିମ୍ବା ଚାଷରେ ବ୍ୟବହୃତ ଅନ୍ୟନ୍ୟ ନୂତନ ପ୍ରଣାଳୀ ବ୍ୟବହାର କରିବା ହେଉ, ସେଥିରେ ଇସ୍ରାଏଲ୍ ଏହାର ଟେକ୍ନୋଲୋଜି ପାଇଁ ସର୍ବଦା ଆଗରେ ରହିଛି ।  ତେବେ ଭାରତୀୟ କୃଷକମାନଙ୍କୁ ମଧ୍ୟ ଇସ୍ରାଏଲ୍ ଟେକ୍ନୋଲୋଜି ଆପଣେଇବା ପାଇଁ କୁହାଯାଉଛି । କାରଣ ଭାରତର ଅନେକ କୃଷକ ଏହା କରୁଛନ୍ତି ଏବଂ ଭଲ ଲାଭ ମଧ୍ୟ ପାଉଥିବାର ଦେଖିବାକୁ ମିଳୁଛି । 

ଆପଣମାନେ ଜାଣିଛନ୍ତି କି ? ଫଳ, ଫୁଲ ଏବଂ ପନିପରିବାର ଆଧୁନିକ ଚାଷ ପାଇଁ ଇସ୍ରାଏଲରେ ଅନେକ ପ୍ରକାର ନୂଆ ନୂଆ ପ୍ରକଳ୍ପ ଚାଲିଛି । କୃଷି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହେଉଥିବାର ଦେଖିବାକୁ ମିଳୁଛି । ଏହି ଚୁକ୍ତିନାମାଗୁଡିକରେ ସରକାର ସଂରକ୍ଷିତ ଚାଷ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଚାଷୀଙ୍କ ପାଇଁ ନୂଆ ନୂଆ କୌଶଳ ଦେଶରେ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରୁଛନ୍ତି l ତେବେ ଏକ ରିପୋର୍ଟ ଅନୁଯାୟୀ, ସଂରକ୍ଷିତ କୃଷି କୌଶଳ ଯୋଗୁଁ ଭାରତୀୟ କୃଷକମାନେ ଏବେ ଇସ୍ରାଏଲରୁ ଚାଷ କାମ ଶିଖୁଛନ୍ତି, ଯେକୌଣସି ଋତୁରେ ଆପଣ ଯେକୌଣସି ଫଳ ଖାଇବାକୁ ସକ୍ଷମ ହେବେ ଯଦି ଆପଣ ଏହି ଦେଶର ପ୍ରଣାଳୀରେ କାମ କରୁଛନ୍ତି । ଏହି କୌଶଳର ସାହାଯ୍ୟରେ ପରିବେଶ ସ୍ଥିତି ନିୟନ୍ତ୍ରିତ ହୁଏ ଏବଂ ଚାଷ କାର୍ଯ୍ୟ କରାଯାଏ ଯାହା ବେଶ ଭଲ ସାବ୍ୟସ୍ତ ହୋଇଛି ।

ତେବେ ଏଥିରେ କୀଟନାଶକ ଘାତକ ନେଟ ହାଉସ୍, ସବୁଜ ଘର, ପ୍ଲାଷ୍ଟିକ୍ ରେ ନିର୍ମିତ ନିମ୍ନ ଉଚ୍ଚ ଟନେଲ୍ ଏବଂ ଡ୍ରପ୍ ଜଳସେଚନ ଅନ୍ତର୍ଭୁକ୍ତ ହୋଇଛି । ପାଗ ଯେପରି ହେଉ ନା କାହିଁକି, ଏହି ଟେକ୍ନୋଲୋଜି ମାଧ୍ୟମରେ ଜଣେ ଚାଷୀ ଫଳ, ଫୁଲ ଏବଂ ପନିପରିବା ଚାଷ କରି ପାରିବ । ଯେଉଁ କାରଣରୁ କୃଷକ ଭାଇମାନେ ଅନେକ ଫସଲ କରି, ଦ୍ବିଗୁଣିତ ଲାଭ ଉଠାଇ ପାରିବେ । 

ଏନେଇ କୃଷକମାନେ ଏବେ ଅନେକ ଫସଲରେ ମୂଲ୍ୟ ଦ୍ୱିଗୁଣିତରେ ବିକ୍ରି କରି ଲାଭ ପାଉଛନ୍ତି । ସେହିପରି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଚାଷକୁ ବିଶ୍ୱର ସମସ୍ତ ପ୍ରକାର ଜଳବାୟୁରେ କରାଯାଇପାରିବ l ଯେପରିକି ତାପମାତ୍ରା,  ଟ୍ରପିକାଲ୍ ପରିବେଶ ଇତ୍ୟାଦି। ଏହା ବ୍ୟତୀତ ସଂରକ୍ଷିତ ଚାଷ ହୋଇଥିବା ହେତୁ ଜମିର ଉତ୍ପାଦନରେ ମଧ୍ୟ  ଯଥେଷ୍ଟ ବୃଦ୍ଧି ପାଇଥାଏ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ