1. ଅନ୍ୟାନ୍ୟ

ପ୍ରକୃତି ଓ ପ୍ରେମର ସମାହାର: ଡଙ୍ଗରିଆ କନ୍ଧ

ପ୍ରକୃତି ଓ ପ୍ରେମର ସମାହାର ହେଉଛି ଡଙ୍ଗରିଆ କନ୍ଧ l ଅନେକ ଆଦିବାସୀ ଜନଜାତି ଓଡ଼ିଶାରେ ଦେଖିବାକୁ ମିଳନ୍ତି l ସେ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ l ଖାଦ୍ୟ ଠାରୁ ପୋଷାକ ସବୁକିଛିରେ ରହିଛି ଭିନ୍ନତାର ସ୍ୱାଦ l ରହିଛି ଅନେକ ପରମ୍ପରା ଓ ରୀତିନୀତି l

Tanushree Mahapatra
Tanushree Mahapatra
Featured article about dangaria tribe of odisha

Featured article about dangaria tribe of odisha

ପ୍ରକୃତି ଓ ପ୍ରେମର ସମାହାର ହେଉଛି ଡଙ୍ଗରିଆ କନ୍ଧ l ଅନେକ ଆଦିବାସୀ ଜନଜାତି ଓଡ଼ିଶାରେ ଦେଖିବାକୁ ମିଳନ୍ତି l ସେ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ l ଖାଦ୍ୟ ଠାରୁ ପୋଷାକ ସବୁକିଛିରେ ରହିଛି ଭିନ୍ନତାର ସ୍ୱାଦ l ରହିଛି ଅନେକ ପରମ୍ପରା ଓ ରୀତିନୀତି l ରାୟଗଡା ଜିଲ୍ଳାର ପୂର୍ବଘାଟ ପର୍ବତମାଳା ନିୟମଗିରି ପାହାଡର ପାଦ ଦେଶରେ ଏହି ପ୍ରଜାତି ବସବାସ କରିଥାନ୍ତି l ସେହି ଅଞ୍ଚଳରେ ଅଧିକ ଡଙ୍ଗରିଆ କନ୍ଧ ଦେଖିବାକୁ ମିଳନ୍ତି l

ଓଡିଶାରେ ଥିବା ୧୩ ପ୍ରକାରର ପିଭିଟିଜି ଜନଜାତି ଭିତରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ସଂଖ୍ୟା ଅନ୍ୟ ଜନଜାତିଙ୍କ ସଂଖ୍ୟା ଠାରୁ ଅଧିକ । ଏହି ସମ୍ପ୍ରଦାୟ ବ୍ୟବହାର କରାଯାଉଥିବା ଭାଷା ହେଉଛି " କୁଇ ଭାଷା " l ଏହି ଜନଜାତିଙ୍କ ଦ୍ୱାରା ପରିଧାନ କରାଯାଉଥିବା ସ୍ୱତନ୍ତ୍ର ପୋଷାକ ପାଇଁ ସେମାନେ ଅନ୍ୟ ଜନଜାତିର ଲୋକଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ଦେଖିବାକୁ ।

ସବୁଠାରୁ ବଡ଼ କଥା ହେଉଛି ଏହି ଜନଜାତି ପ୍ରକୃତିର ଅର୍ଥ ସଠିକ ବୁଝିଥାନ୍ତି l କିପରି ପ୍ରକୃତିକୁ ସୁରକ୍ଷା ଦେବା, ତାର ସଂରକ୍ଷଣ ଠାରୁ ଆରମ୍ଭ କରି ଅନ୍ୟ ପାରମ୍ପରିକ ଜ୍ଞାନ କୌଶଳର ଉପଯୋଗରେ ଏମାନେ ନିଜ ଅଞ୍ଚଳକୁ ସୁରକ୍ଷା ଦେଇଥାନ୍ତି । ସେମାନଙ୍କର ଏହି ନିଆରା ସଂସ୍କୃତି, ନିଜର ଜୀବନଶୈଳୀ ଓ ପ୍ରକୃତି ପ୍ରତି ସେମାନଙ୍କର ଥିବା ନିରନ୍ତର ଭଲପାଇବା ତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କପଡାଗଣ୍ଡା ଶାଲ୍‌ରେ ବେଶ ଭଲ ଭାବେ ପ୍ରତିଫଳିତ ହୋଇଥିବା ଦେଖିବାକୁ ମିଳେ । ତାଙ୍କ ହାତ ପ୍ରସ୍ତୁତି ବସ୍ତ୍ର ଗୁଡିକ ଦେଖିବାକୁ ଜୀବନ୍ତ ଲାଗେ l

ଡଙ୍ଗରିଆ କନ୍ଧ ପ୍ରାୟତଃ ୪ ପ୍ରକାରର ବସ୍ତ୍ର ପରିଧାନ କରିଥାନ୍ତି l ମହିଳା ମାନେ ସାଧରଣତଃ ତିନି ପ୍ରକାର ଶାଲ୍ ପ୍ରସ୍ତୁତ କରିଥାନ୍ତି । ଯାହାକୁ ସେମାନେ ସିଆଳିଗୁଣ୍ଡା , ଉଲମ୍ବି ଗୁଣ୍ଡା , କପଡାଗଣ୍ଡା ଏବଂ ଅଙ୍ଗିନାଗୁଡା l ତେବେ ଏହାକୁ ଏହି କନ୍ଧ ଜାତିର ମହିଳାମାନେ ଭାଗ ଭାଗ କରି ପରିଧାନ କରିଥାନ୍ତି l ସିଆଳିଗୁଣ୍ଡାକୁ  ଶରୀରର ତଳ ଭାଗକୁ ଆବୃତ କରିବା ପାଇଁ, ଉଲମ୍ବି ଗୁଣ୍ଡାରେ ଶରୀରର ଉପରଭାଗକୁ ଆବୃତ କରିଥାଆନ୍ତି ଏବଂ କପଡାଗଣ୍ଡାରେ ମୁଣ୍ଡକୁ ଘୋଡାଇବାରେ ବ୍ୟବହାର କରିଥାନ୍ତି । ଏସବୁ ବାଦ ଅଙ୍ଗିନାଗୁଡା ନାମକ ବସ୍ତ୍ରକୁ ସେମାନେ ଅନ୍ୟ ଏକ ସ୍ୱତନ୍ତ୍ର କପଡା ଭାବେ ରଖିଥାନ୍ତି । ଘରୁ ବାହାରକୁ ଯିବା ଦସମୟରେ ଟଙ୍କା  କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଆଣିବା ପାଇଁ ସେମାନେ ଅଙ୍ଗିନାଗୁଡା ବ୍ୟବହାର କରିଥାନ୍ତି । ଏହି କନ୍ଧ ଜାତିର ଉଭୟ ପୁରୁଷ ଓ ମହିଳାମାନେ ବିଭିନ୍ନ ଉତ୍ସବରେ କପଡାଗଣ୍ଡାକୁ ବ୍ୟବହାର କରିଥାନ୍ତି ।

ଏହି ଶାଲ୍ ହେଉଛି ଏହି ଜନଜାତିର ପ୍ରେମର ପ୍ରତୀକ l ତେବେ ଅନେକ ବର୍ଷ ପୂର୍ବରୁ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନଙ୍କଠାରେ ଏହା ଆଦୃତ ଲାଭ କରିଛି । ଏବେ ଏହି ଡଙ୍ଗରିଆ କନ୍ଧ ଜନଜାତି ମହିଳାଙ୍କ ହାତ ତିଆରି ଶାଲ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇଛି । ଏହାବାଦ କପଡାଗଣ୍ଡାକୁ ଇ କମର୍ସ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସାହାଯ୍ୟ କରୁଛନ୍ତି l କିଛିଦିନ ତଳେ ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ GI ଟ୍ୟାଗ ମିଳିବା ନେଇ ଘୋଷଣା କରାଯାଇଛି l

ଚାଷ କାର୍ଯ୍ୟରେ ମଧ୍ୟ ବେଶ ଆଗୁଆ ଏହି ଜନଜାତି l ପୁରୁଷ ଠାରୁ ମହିଳା ସମସ୍ତେ ଚାଷ କାମରେ ପାରଙ୍ଗମ l ପୂର୍ବରୁ ଏହି ଜନଜାତି ମାଣ୍ଡିଆ, କାନ୍ଦୁଲ, ଖୋସଲା, କଟିଙ୍ଗ, ଝୁଡୁଙ୍ଗ ଆଦି ଚାଷ କରୁଥିବାର ସୂଚନା ରହିଛି l ସେହିପରି ପରବର୍ତ୍ତୀ ସମୟରେ ସପୁରି, ପଣସ, ଆମ୍ବ, କଦଳୀ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଥିବା ଦେଖିବାକୁ ମିଳିଛି l ଖାଲି ରାଜ୍ୟ ସରକାର ନୁହେଁ ଏହି ଜନଜାତିଙ୍କ ଏଠାକାର ଜିଲ୍ଲ ପ୍ରଶାସନ ମଧ୍ୟ ଅନେକ କ୍ଷେତ୍ରରେ ସାହାଯ୍ୟ କରୁଛି l ଯାହାଦ୍ୱାରା ସେମାନେ ଅନେକ ଠକାମିର ଶିକାର ହେବାରୁ ବଞ୍ଚିତ ହେଉଛନ୍ତି l 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments