1. ଅନ୍ୟାନ୍ୟ

ମାଛ ଆଚାର ପ୍ରସ୍ତୁତି:

ମାଛ ଚାଷ ଦେଶର ଖାଦ୍ୟ ଉତ୍ପାଦନ ବଢାଇବା ସଙ୍ଗେ ସଙ୍ଗେ ଆତ୍ମନିଯୁକ୍ତି ଓ ପୃଷ୍ଟି ଯୋଗାଣ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରୁଛି।ତେଣୁ ମାଛ ଚାଷ କରିବା ସାଙ୍ଗରେ ଉତ୍ପାଦନ ମୂଲ୍ୟଯୋଗ ଭିତ୍ତିକ ବ୍ୟବସ୍ଥା ରହିଲେ ଦୁଇ ପଇସା ଅଧିକ ଉପାର୍ଜନ ର ବ୍ୟବସ୍ଥା ମଧ୍ୟ ହୋଇପାରିବ।

KJ Staff
KJ Staff

ମାଛ ଚାଷ ଦେଶର ଖାଦ୍ୟ ଉତ୍ପାଦନ ବଢାଇବା ସଙ୍ଗେ ସଙ୍ଗେ ଆତ୍ମନିଯୁକ୍ତି ଓ ପୃଷ୍ଟି ଯୋଗାଣ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରୁଛି।ତେଣୁ ମାଛ ଚାଷ କରିବା ସାଙ୍ଗରେ ଉତ୍ପାଦନ ମୂଲ୍ୟଯୋଗ ଭିତ୍ତିକ ବ୍ୟବସ୍ଥା ରହିଲେ ଦୁଇ ପଇସା ଅଧିକ ଉପାର୍ଜନ ର ବ୍ୟବସ୍ଥା ମଧ୍ୟ ହୋଇପାରିବ।
ମାଛ ଆଚାର ସେହିପରି ଏକ ଉତ୍ପାଦନ ମୂଲ୍ୟଯୋଗ୍ୟ ପ୍ରସ୍ତୁତି ।ଏହା ବେଶ୍ ସ୍ଵାଦିଷ୍ଟ ଏବଂ ଦୀର୍ଘ ଦିନ ଧରି ଏହାକୁ ସଞ୍ଚି ରଖିହେବ।ଏହା ଶୀଘ୍ର ନଷ୍ଟ ହୁଏ ନାହିଁ।ତେବେ ଏହା ଲାଗି ଆବଶ୍ୟକ ସାମଗ୍ରୀ

ଆବଶ୍ୟକୀୟ ଉପକରଣ:


ମାଛ - ୧ କି ଗ୍ରା
ସୋରିଷ - ୧୦ ଗ୍ରାମ
କଞ୍ଚାଲଙ୍କା -୫୦ ଗ୍ରାମ
ରସୁଣ - ୧୦୦ ଗ୍ରାମ
ଅଦା - ୧୦୦ ଗ୍ରାମ
ଲଙ୍କା ଗୁଣ୍ଡ - ୫୦ ଗ୍ରାମ
ପିଆଜ - ୧୫୦ ଗ୍ରାମ
ହଳଦୀ ଗୁଣ୍ଡ - ୨୦ ଗ୍ରାମ
ଲୁଣ - ୫୦ ଗ୍ରାମ
ଚିନି - ୫ ଗ୍ରାମ
ଗୋଲମରିଚ ଗୁଣ୍ଡ- ୨ଗ୍ରାମ
ଫିସ ମସଲା - ୧୫ଗ୍ରାମ
ହେଙ୍ଗୁ - ୨ଗ୍ରାମ
ଭିନେଗାର୍ - ୬୦୦ଗ୍ରାମ
ସୋରିଷ ତେଲ - ୨୦୦ମି.ଲି
ଗରମ ମସଲା - ୧.୫ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:
ମାଛ ର କାତି ଛଡାଇ ମୁଣ୍ଡ ଓ ଲାଞ୍ଜ କୁ ବାଦ ଦେଇ ଛୋଟ ଛୋଟ ଆକାରରେ କାଟି ବହଳ ଭାବେ ଧୋଇ ସଫା କରନ୍ତୁ।ଏଥିରେ ଲୁଣ,ହଳଦୀ,ଗୋଲମରିଚ ଗୁଣ୍ଡ ମିଶାଇ ଖରାରେ ୧ ଘଣ୍ଟା ଯାଏ ରଖନ୍ତୁ।ତାପରେ ଏହାକୁ ଗରମ ତେଲ ରେ ଲାଲ୍ ହେବା ଯାଏ ଛାଣନ୍ତୁ।ପରେ ଏହାକୁ କାଢି ଦିଅନ୍ତୁ।କଢ଼େଇ ରେ ଥିବା ଗରମ୍ ତେଲ ରେ ଚିନି, ସୋରିଷ , ହେଙ୍ଗୁ,ଓ କଟା ହୋଇଥିବା କଞ୍ଚାଲଙ୍କା ମିଶାନ୍ତୁ। ଅଦା,ରସୁଣ,ଓ ପିଆଜ ପକାଇ ପାଞ୍ଜ ମିନିଟ୍ ଯାଏ କସନ୍ତୁ।କିଛି ସମୟ ପରେ ଚୁଲି ରୁ ଉଲ୍ଲାହି ଅନି ସେଥିରେ ଭିନେଗାର୍ ଓ ଗରମ୍ ମସଲା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।ପ୍ରସ୍ତୁତ ହୋଇଗଲା ମାଛ ଆଚାର।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments