1. ଅନ୍ୟାନ୍ୟ

ଉଭୟଲିଙ୍ଗି ସନ୍ତାନ ହେଲା ଏକଲିଙ୍ଗୀ

ଉଭୟଲିଙ୍ଗି ସନ୍ତାନ ହେଲା ଏକଲିଙ୍ଗୀ

KJ Staff
KJ Staff

ପୁରୁଷ ଏବଂ ମହିଳା ଉଭୟ ଯୌନାଙ୍ଗ ଧାରଣ କରିଥିବା ଜଣେ ଶିଶୁ ସଂପ୍ରତି ଗୋଟିଏ ଲିଙ୍ଗ ର ଅଧିକାରୀ ହୋଇଛି |ଏହି କ୍ଷେତ୍ର ରେ ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡଃ ପ୍ରଫୁଲ୍ଲ ମିଶ୍ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ଯାହାକି କୋଲ୍କାତାର ଚିକିତ୍ସା ମହଲରେ ଆଲୋଡନ ସୃଷ୍ଟି କରିଛି |

କୋଲ୍କାତାର ନୀଳରତ୍ନ ସରକାରୀ ମେଡିକାଲ କଲେଜ ର ଶଲ୍ୟ ବିଭାଗ ରେ ଏହି ଅସ୍ତ୍ରପ୍ରଚାର କରିବା ଦ୍ୱାରା ୭ ବର୍ଷ ର ଶିଶୁଟିଏ ସଂପ୍ରତି ସୁସ୍ଥ ରହିଛି |ଅସ୍ତ୍ରପ୍ରଚାର ଦ୍ୱାରା ପୁରୁଷ ଲିଙ୍ଗ କୁ ବାତ ଦେଇ ବିଶେଷ ବ୍ୟବସ୍ଥା ପ୍ରୟୋଗରେ ଶିଶୁଟି ପୂର୍ଣ୍ଣାଙ୍ଗ କନ୍ୟା ସନ୍ତାନ ଭାବେ ପରିଚିତ ହୋଇଛି | ଏହି ପ୍ରସଙ୍ଗରେ ଡଃ ପ୍ରଫୁଲ୍ଲ କହିଛନ୍ତି ଯେ ସେ ପ୍ରଥମେ କାରୀଓଟାଇପିଙ୍ଗ ଦ୍ୱାରା ଶିଶୁଟି ୪୬ ଏକ୍ସ ଏକ୍ସ ଥିଲା ବୋଲି ଜଣାପଡିଥିଲା |ତେଣୁ ଏହା ଅନୁଯାୟୀ ଶିଶୁଟିର ଲିଙ୍ଗ ପରିବର୍ତନ ନିମିତ୍ତ ଚୟନ କରାଯାଇଥିଲା |ଶିଶୁଟିର ପିତା ମାତା  ଏଥିରେ ସନ୍ନମତି ଜଣାଇବାରୁ ୨୫ ତାରିଖ ରେ ଅସ୍ତ୍ରପ୍ରଚାର କରିବା ଦ୍ୱାରା ଏଭଳି ସଫଳତା ମିଳିଛି |

ଅସ୍ତ୍ରପ୍ରଚାର ନିୟମାନୁସାରେ ପୁରୁଷାଙ୍ଗର ଶୀର୍ଷାଅଂଶକୁ ଯଥା ସ୍ଥାନରେ ଅବସ୍ଥାପିତ କରାଯିବାରୁ ଅସ୍ତ୍ରପ୍ରଚାର ଲକ୍ଷ ସମ୍ପୂର୍ଣ ହୋଇଛି |ଏହାଦ୍ୱାରା ଶିଶୁଟି ନିଜକୁ ଜଣେ କନ୍ୟା ସନ୍ତାନ ଭାବେ ପରିଚିତ କରିପାରିବ ଏବଂ ଭବିଷ୍ୟତ ରେ ବିବାହ କରି ସନ୍ତାନ ର ଜନନୀ ମଧ୍ୟ ହୋଇପାରିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ